Frude in Marriage: ଅଜାଣତରେ ୩ସନ୍ତାର ବାପାକୁ ଭଲ ପାଇ ବାହା ହେଲି...ଏବେ ସହି ପାରୁ ନାହିଁ ନିର୍ଯାତନା

Oct 06, 2026 - 18:57
Frude in Marriage: ଅଜାଣତରେ ୩ସନ୍ତାର ବାପାକୁ ଭଲ ପାଇ ବାହା ହେଲି...ଏବେ ସହି ପାରୁ ନାହିଁ ନିର୍ଯାତନା

"ନୂଆଦିଲ୍ଲୀ:ଥାଇଲାଣ୍ଡର ଜଣେ ଯୁବତୀ କାନପୁରର ଜଣେ ଯୁବକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି।

ଯୁବକ ଜଣକ ଥାଇ ଯୁବତୀଙ୍କୁ ପ୍ରେମ ବିବାହ କରିବା ପରେ ତାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ହଡ଼ପ କରି ନେବା ସହ ଧର୍ମ ପରିବର୍ତ୍ତନ ପାଇଁ ଚାପ ଦେଉଥିବା ପୁଲିସରେ ଅଭିଯୋଗ ହୋଇଛନ୍ତି।

Advertisment ଥାଇଲାଣ୍ଡରୁ ଭାରତ ଆସିଥିବା ଯୁବତୀ ଇରଫାନ ନାମକ ଜଣେ ଯୁବକଙ୍କ ବିରୋଧରେ ଅଭି‌ଯୋଗ କରି କହିଛନ୍ତି, "ପ୍ରାୟ ୨ ବର୍ଷ ପୂର୍ବେ ଥାଇଲାଣ୍ଡରେ ଆମର ବିବାହ ହୋଇଥିଲା।

ବିବାହ ପରେ ବିଭିନ୍ନ ଆବଶ୍ୟକତା ଦର୍ଶାଇ ଇରଫାନ ପ୍ରାୟ ୬୦ ଲକ୍ଷ ଟଙ୍କା ମୋ ଠାରୁ ଠକି ନେଇଛନ୍ତି।

ଉକ୍ତ ଟଙ୍କା ମାଗିବାରୁ ଇରଫାନ ଧର୍ମ ପରିବର୍ତ୍ତନ ସହିତ ବୁର୍ଖା ପିନ୍ଧିବା ପାଇଁ ମୋ ଉପରେ ଚାପ ପକାଇ ନିର୍ଯାତନା ଦେଉଛନ୍ତି।

ତାଙ୍କ କହିବାନୁସାରେ, ଧର୍ମ ପରିବର୍ତ୍ତନ କରିବା ପରେ ହିଁ ସେ ନେଇଥିବା ଟଙ୍କା ଫେରସ୍ତ କରିବେ।" "ଅଭିଯୁକ୍ତ ପୂର୍ବରୁ ବିବାହିତ" ଯୁବତୀଙ୍କ ଅଭିଯୋଗ ଅନୁସାରେ, ଇରଫାନ ପୂର୍ବରୁ ବିବାହିତ ଥିଲେ ଏବଂ ପ୍ରାୟ ୧୨ ବର୍ଷ ପୂର୍ବରୁ ତାଙ୍କ ବିବାହ ହୋଇସାରିଥିଲା।

ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି।

ଏହା ସତ୍ତ୍ୱେ ସେ ଥାଇଲାଣ୍ଡ ଯାଇ ଉକ୍ତ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି।

ମାମଲାର ତଦନ୍ତ କରୁଛି ପୁଲିସ ପୁଲିସ ବିବାହ ସମ୍ପର୍କିତ ଦସ୍ତାବିଜ, ଟଙ୍କା କାରବାର ଏବଂ ଧର୍ମ ପରିବର୍ତ୍ତନ ପାଇଁ ଚାପ, ନିର୍ଯାତନା ଦିଆଯାଇଥିବା ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ତଦନ୍ତ କରୁଛି।

ତଦନ୍ତ ପରେ ହିଁ ସମସ୍ତ ଅଭିଯୋଗର ସତ୍ୟତା ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)