Free education from KG to PG: ଏଇ ବର୍ଷରୁ କେଜିରୁ ପିଜି ମାଗଣା ଶିକ୍ଷା: କ୍ୟାବିନେଟ୍ ବୈଠକରେ ୧୨ ପ୍ରସ୍ତାବ ପାରିତ
"ଭୁବନେଶ୍ବର: କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସରେ ଘୋଷଣା କରିଥିଲେ।
ଏହି ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି। "ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି" ଯୋଜନା ଅଧୀନରେ ଏହା କାର୍ଯ୍ୟକାରୀ ହେବ।
ଏଥି ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ମଞ୍ଜୁରି ହୋଇଛି।
ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫,୪୬୭.୫୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଧ୍ୟ ମଞ୍ଜୁରି ଦିଆଯାଇଛି।
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ଲାଭ କେବଳ ଯୋଗ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ମିଳିବ।
ଆର୍ଥିକ ଦୁର୍ବଳ ଓ ପଛୁଆବର୍ଗର ଛାତ୍ରଛାତ୍ରୀ ଉପକୃତ ହେବେ।Advertisment Vedanta: 'ବେଦକ୍ଷତା" ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଉପକୃତ ହେବେବର୍ଷକୁ ସରକାର ବହନ କରିବେ ୯୦୦ କୋଟି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ମାଗଣା ଶିକ୍ଷାଦାନ ସମ୍ପର୍କିତ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସେ କହିଥିଲେ, ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜଣେ ମଧ୍ୟ ଛାତ୍ରଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ମଝିରୁ ପାଠ ଛାଡ଼ିବେ ନାହିଁ।
ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧିକ ସହଜଲବ୍ଧ, ସମାନତା ଭିତ୍ତିକ ଏବଂ ସୁଲଭ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ଏହି ଯୋଜନା ଅଧୀନରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ବା ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି" ଛାଡ଼ କରାଯିବ।
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଭାବେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ।
Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ କିଣ୍ଡରଗାର୍ଟେନ୍ ବା କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିଲା।
ଏବେ ସରକାରଙ୍କ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନର ସ୍ୱପ୍ନକୁ ସାକାର କରିବ।
ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପଛୁଆବର୍ଗର ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝ ହ୍ରାସ କରି ଏହି ଯୋଜନା ନାମଲେଖା ବୃଦ୍ଧି କରିବ।
ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ୍ତମ ପୁଞ୍ଜିନିବେଶ ମଧ୍ୟରୁ ଏହା ଅନ୍ୟତମ ଏବଂ ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନଙ୍କ ପରିବାରର ଆର୍ଥିକ ବୋଝ ହ୍ରାସ ପାଇବ।
ସେଲ୍ଫ-ଫାଇନାନ୍ସିଂ ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ, ବେସରକାରୀ ଅଣ-ଅନୁଦାନପ୍ରାପ୍ତ ଅନୁଷ୍ଠାନ, ପିପିପି ମୋଡ୍ର ଅନୁଷ୍ଠାନ ଓ ପାଠ୍ୟକ୍ରମ ଏବଂ ବୃତ୍ତିଗତ ଓ ବୈଷୟିକ କାର୍ଯ୍ୟକ୍ରମଗୁଡ଼ିକୁ ଏହି ଯୋଜନାର ପରିସରଭୁକ୍ତ କରାଯାଇ ନାହିଁ।"