Is there a guarantor: ଋଣ ଲାଗି ଗ୍ୟାରେଣ୍ଟର୍ ହେଉଛନ୍ତି କି?
"ଯେତେବେଳେ କେହି ବ୍ୟାଙ୍କ୍ କିମ୍ବା ଫାଇନାନ୍ସ କମ୍ପାନିରୁ ଋଣ ନିଅନ୍ତି, ସେତେବେଳେ ବ୍ୟାଙ୍କ୍ ଜଣେ ଗ୍ୟାରେଣ୍ଟର୍ ଲୋଡ଼ିଥାଏ।
ଋଣଗ୍ରହୀତା ଋଣ ପରିଶୋଧ କରିବାରେ ବିଫଳ ହେଲେ ସେଥିପାଇଁ ଗ୍ୟାରେଣ୍ଟର୍ ଦାୟୀ ରହନ୍ତି।
ଅନେକ ଲୋକ ନିଜ ପରିବାର କିମ୍ବା ବନ୍ଧୁମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ୍ ଗ୍ୟାରେଣ୍ଟର୍ ହୁଅନ୍ତି, କିନ୍ତୁ ସେମାନେ ପ୍ରାୟତଃ ଏହାର ଲାଭ ଓ ଅସୁବିଧା ବିଷୟରେ ଅଜ୍ଞ ଥାଆନ୍ତି।
ଏ ବିଷୟରେ କେତେଟି ଜାଣିବା କଥା।Advertisment Anasar service: ଦାରୁବ୍ରହ୍ମଙ୍କୁ ଅଣସର ସେବା ଗ୍ୟାରେଣ୍ଟର୍ ହେବାର ସୁବିଧା ପ୍ରଥମତଃ, ଏହା ଋଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ହୋଇଥାଏ।
ଗ୍ୟାରେଣ୍ଟର୍ ଭାବେ ଆପଣ ଜଣେ ବନ୍ଧୁ, ସମ୍ପର୍କୀୟ କିମ୍ବା ପରିବାର ସଦସ୍ୟଙ୍କୁ ଋଣ ପାଇବାରେ ନିର୍ଣ୍ଣାୟକ ଭୂମିକା ତୁଲାଇ ପାରିବେ। ଯେତେବେଳେ ଆପଣ କାହା ପାଇଁ ଗ୍ୟାରେଣ୍ଟର୍ ପଡ଼ନ୍ତି, ସେତେବେଳେ ଏହା ଆପଣଙ୍କର ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଏ।
ଏହା ସମ୍ପର୍କ ଓ ସହଯୋଗକୁ ସୃଦୃଢ଼ କରେ।ଗ୍ୟାରେଣ୍ଟର୍ ହେବାରେ ଅସୁବିଧାଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଗ୍ୟାରେଣ୍ଟର୍ ହେବାରେ ସୁବିଧା ଅପେକ୍ଷା ଅସୁବିଧା ଅଧିକ। ଯଦି ଋଣଗ୍ରହୀତା ସମୟସୀମାରେ ଇଏମ୍ଆଇ ପରିଶୋଧ କରନ୍ତି ନାହିଁ, ତେବେ ବ୍ୟାଙ୍କ୍ ଗ୍ୟାରେଣ୍ଟର୍ଙ୍କଠାରୁ ଟଙ୍କା ଆଦାୟ କରିଥାଏ।
ଏହାର ଅର୍ଥ ହେଉଛି ଆପଣ ସମ୍ପୂର୍ଣ୍ଣ ଋଣ ପରିଶୋଧ ହେବା ପର୍ଯ୍ୟନ୍ତ ଦାୟୀ ହୋଇପାରନ୍ତି।
ଆଜି ଜନ୍ମଦିନ: କାଳିନ୍ଦୀଚରଣ ପାଣିଗ୍ରାହୀ ସମୟସୀମାରେ ଋଣ କିସ୍ତି ପରିଶୋଧ କରିବାରେ ବିଫଳତା ଗ୍ୟାରେଣ୍ଟର୍ଙ୍କ ସିବିଲ୍ ସ୍କୋର୍କୁ ପ୍ରଭାବିତ କରିପାରେ।
ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ଋଣ ପାଇବାରେ ଅସୁବିଧା ସୃଷ୍ଟି କରିପାରେ। ଋଣ ଖିଲାପ କ୍ଷେତ୍ରରେ, ବ୍ୟାଙ୍କ୍ ଗ୍ୟାରେଣ୍ଟର୍ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରେ।
ଅନେକ କ୍ଷେତ୍ରରେ, ଏହା ଏକ ନୋଟିସ୍ କିମ୍ବା ମାମଲା ବି ହୋଇପାରେ। ଯେତେବେଳେ ଆପଣ କାହାର ଋଣ ପାଇଁ ଗ୍ୟାରେଣ୍ଟର୍ ହୁଅନ୍ତି, ବ୍ୟାଙ୍କ୍ ଏହାକୁ ଆପଣଙ୍କର ଆର୍ଥିକ ଦାୟିତ୍ୱ ବୋଲି ଗ୍ରହଣ କରିନିଏ।
ଏହା ଭବିଷ୍ୟତରେ ଗୃହ ଋଣ, କାର୍ ଋଣ, କିମ୍ବା ବ୍ୟକ୍ତିଗତ ଋଣ ନେବାରେ ଆପଣଙ୍କର କ୍ଷମତାକୁ କମାଇପାରେ। ଯଦି ଋଣଗ୍ରହୀତା ଟଙ୍କା ପରିଶୋଧ କରନ୍ତି ନାହିଁ, ତେବେ ଏହା ଆର୍ଥିକ ବିବାଦ ଓ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ଯଦି ଆପଣ ଜଣେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ପାଇଁ ଗ୍ୟାରେଣ୍ଟର୍ ହେବାକୁ ଚାହାନ୍ତି, ତେବେ ଏହା କରିବା ପୂର୍ବରୁ ଆପଣଙ୍କୁ କିଛି କଥା ମନେ ରଖିବାକୁ ପଡ଼ିବ।
ଉଦାହରଣ ସ୍ୱରୂପ, ଆପଣ ଯେଉଁ ବ୍ୟକ୍ତିଙ୍କ ଗ୍ୟାରେଣ୍ଟର୍ ପଡୁଛନ୍ତି ତାଙ୍କ ଆର୍ଥିକ ସ୍ଥିତି ବିଷୟରେ ଭଲ ଭାବେ ଜାଣନ୍ତୁ।
ସେମାନେ ଠିକ୍ ସମୟରେ ଋଣ ଅର୍ଥ ଓ ଇଏମ୍ଆଇ ପରିଶୋଧ କରିପାରିବେ କି ନାହିଁ ସେ ବିଷୟରେ ଅବଗତ ହୁଅନ୍ତୁ।
କୌଣସି ଡକ୍ୟୁମେଣ୍ଟ୍କୁ ନପଢ଼ି ଦସ୍ତଖତ କରନ୍ତୁ ନାହିଁ।
ଆପଣଙ୍କ ଆୟ ଓ ଦାୟିତ୍ୱ ଉପରେ ଆଧାରିତ ନିଷ୍ପତ୍ତି ନିଅନ୍ତୁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବଡ଼ ଋଣ ପରିମାଣରେ ଗ୍ୟାରେଣ୍ଟି ଦିଅନ୍ତୁ ନାହିଁ।"