Jail in Yampur: ଜେଲ୍‌ ନା ଯମପୁର, ୧୨ ବର୍ଷରେ ୧୪ ମୃତ

Jul 02, 2026 - 07:53
Jail in Yampur: ଜେଲ୍‌ ନା ଯମପୁର, ୧୨ ବର୍ଷରେ ୧୪ ମୃତ

"ଭୁବନେଶ୍ବର: ଚଳିତବର୍ଷ ଜେଲ୍‌ରେ ୨ ସନ୍ଦେହଜନକ ମୃତ୍ୟୁକୁ ମିଶାଇ ଗତ ୧୨ ବର୍ଷରେ ଝାରପଡ଼ା ସ୍ବତନ୍ତ୍ର କାରବାରର ୧୪ କଏଦୀଙ୍କ ମୃତ୍ୟୁ ହେଲାଣି।

ଝୁଲନ୍ତା ଅବସ୍ଥାରେ, ଝରକାରେ ଫାଶୀ ଦେଇ ଏବଂ କଏଦୀଙ୍କ ରକ୍ତାକ୍ତ ମୃତଦେହ ମଧ୍ୟ ଜବତ ହୋଇଛି।

ଅନେକ ଘଟଣାରେ କଏଦୀଙ୍କ ମଧ୍ୟରେ ବିବାଦ, ଗୋଷ୍ଠୀ ସଂଘର୍ଷ, ହତ୍ୟା ଭଳି ଅଭିଯୋଗ ମଧ୍ୟ ଆଣିଛନ୍ତି ପରିବାର ଲୋକ।

ପୁଲିସ ଏସବୁ ସନ୍ଦେହଜନକ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌।

ମୃତ୍ୟୁପଛର ପ୍ରକୃତ ସତ୍ୟ ଉନ୍ମୋଚନ ପାଇଁ କମିସନ‌ରେଟ୍‌ ପୁଲିସ ଯେଭଳି ତତ୍ପରତା ଦେଖାଇବା କଥା, ଦେଖାଇ ନାହିଁ।କଏଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଏକାଧିକ ଥର ଅଙ୍ଗୁଳି ଉଠିଛି।

ନିୟମ ଅନୁଯାୟୀ ଗିରଫ ପରେ ଡାକ୍ତରୀ ପରୀକ୍ଷା କରି ଅଭିଯୁକ୍ତଙ୍କୁ ଜେଲ୍‌ ପଠାଯାଏ।

ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଜେଲ୍‌ କର୍ତୃପକ୍ଷଙ୍କୁ ପ୍ରଦାନ କରାଯାଏ।

ସେହି ହିସାବରେ ଜେଲ୍‌ କର୍ତୃପକ୍ଷ ଚିକିତ୍ସା ଯୋଗାଇଦେବେ।

କିନ୍ତୁ ଏ ବାବଦରେ ସାଧାରଣ କଏଦୀଙ୍କ ସମସ୍ୟା ପ୍ରତି ସର୍ବନିମ୍ନ ଦୃଷ୍ଟି ଦିଆଯାଉନାହିଁ।Advertisment Nutrition: କିମାଶ୍ଚର୍ଯ୍ୟମ୍‌: ଗେଣ୍ଡୁ ଫୁଲରୁ ପୁଷ୍ଟିସାର ଏନ୍‌ଏଚ୍‌ଆର୍‌ସି ଗାଇଡ଼୍‌ଲାଇନ୍‌ ଅନୁସାରେ, ସଜା ଭୋଗୁଥିବା କଏଦୀ ବା ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁହେଲେ ଏହାର ବିଚାର ବିଭାଗୀୟ ତଦନ୍ତ ହେବ।

ତେବେ ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁର ତଦନ୍ତ ଏହି ଆଧାରରେ ହେଉଛି କି ନାହିଁ ସନ୍ଦେହରେ।

ଯଦି ହେଉଛି, ତେବେ ତଦନ୍ତର ଫଳାଫଳ ସମ୍ପର୍କରେ ମୃତକଙ୍କ ପରିବାର ଓ ସାଧାରଣଜନତା ଅଜ୍ଞ।

୨୦୨୩ ମେ" ୨୨ରେ ବିଚାରାଧୀନ ମହିଳା କଏଦୀ ବାଲିପାଟଣା ଥାନା ରାଜସ ଅଞ୍ଚଳର ସୁକାନ୍ତି ଦାସ ଓରଫ ଗୁନୁ (୩୭)ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିଥିଲା।

ବାଥ୍‌ରୁମ୍‌ ସ୍କାଏ ଲାଇଟ୍‌ରୁ ଗୁନୁ ନିଜ ଓଢ଼ଣୀରେ ଝୁଲି ରହିଥିବା ଖବର ପାଇ ଜେଲ୍‌ କର୍ମଚାରୀ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଏବେ ବି ରହସ୍ୟରେ ରହିଛି।

୨୦୨୨ ଜୁଲାଇ ୧୦ ତାରିଖ ଦିନ ଗ୍ରିନ୍‌-ରେ" ଚିଟ୍‌ଫଣ୍ଡର ପରିଚାଳନା ନିର୍ଦେଶକ (ଏମ୍‌ଡି)ଙ୍କ ମୀର ସହିରୁଦ୍ଦିନଙ୍କର ଜେଲ୍‌ ଭିତରେ ମୃତ୍ୟୁ ଏବେ ବି ରହସ୍ୟରେ।

ଗାଧୁଆ ଘରେ ଗୋଡ଼ଖସି ମୁଣ୍ଡରେ ଆଘାତରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ହେଲେ ତାଙ୍କ ସାନଭାଇ ମୀର ଜାହିରଉଦ୍ଦିନ ହତ୍ୟା ଅଭିଯୋଗ ଆଣିଥିଲେ।

Maa Shikhar Chandi: ମନ୍ଥର ଗତିରେ ମା" ଶିଖରଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ: କଣ୍ଟ ଗଡ଼ିଗଲାଣି, କାମ ସରୁନି ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳର ପ୍ରାଣକୃଷ୍ଣ ଦାସଙ୍କର ଫେବ୍ରୁଆରି ୨୧ରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।

ରାତି ପ୍ରାୟ ଗୋଟାଏରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ‌ଦୁଇଦିନ ଆଗରୁ ସେ ଫୋନ୍‌ରେ କଥଶ ହୋଇଥିବା ଏବଂ ସୁସ୍ଥ ଥିବା ପରିବାର ଲୋକ ଦର୍ଶାଇ ହତ୍ୟା ଅଭିଯୋଗ ଆଣି ପୁଲିସ କମିସନରଙ୍କୁ ଭେଟି ଜଣାଇଥିଲେ।

୨୦୧୮ ଅକ୍ଟୋବରରେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ହେଲା ସଜା କାଟୁଥିବା ଜଟଣୀ ଥାନା ଅଧୀନ ବଡ଼ତୋଟା ନୂଆସାହି‌ର ଗଦାଧର ସାହୁଙ୍କର ଏହି ଜେଲ୍‌ରେ ମୃତ୍ୟୁ ଘଟିଥିଲା।

ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ଘଟିଥିବା ଜେଲ୍‌ କର୍ତ୍ତୃପକ୍ଷ ଜରାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ହସ୍ପିଟାଲରୁ ମୃତଦେହ ଜବତ କରି ବ୍ୟବ‌ଚ୍ଛେଦ କରାଇଥିଲା।

ତେବେ ଗଦାଧରଙ୍କ ମୃତ୍ୟ ମାଡ଼ ମରାଯିବା ଫଳରେ ହୋଇଛି, ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ମାଡ଼ଦାଗ ଥିଲା।

ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ପରେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଗଦାଧରଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା।

ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା।

ଘଟଣାର ଏଚ୍ଆର୍‌ପିସି ତଦନ୍ତ ପାଇଁ ମଧ୍ୟ ସୁପାରିସ ହୋଇଥିଲା।

ମେ" ୧୨ତାରିଖରେ ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜେଲ୍ ଭିତରୁ ଜବତ କରିଥିଲା।

ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ସେହିପରି ୨୦୧୫ରେ ବେଣୁଧର ଜେନା ଓ ଟୁଲୁ ସାହୁ ନାମକ ଦୁଇ ଜଣ କଏଦୀଙ୍କ ମୃତ୍ୟୁ ଘଟିଥିଲା।

୨୦୧୪ରେ ବିହାରୀ ଜେନା ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

ଏ ସବୁ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ ଆସିଥିଲା।

କିନ୍ତୁ ଏହାର ତଦନ୍ତ କି ଫଳାଫଳ ଆଜିଯାଏଁ ଜେଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି।"