Football: ୧୧ ବର୍ଷ ପରେ ଫୁଟ୍‌ବଲ୍‌କୁ ଫେରିବେ ରୋନାଲ୍‌ଡିନୋ, ନଭେମ୍ବର ୧୫ରେ ଇଟାଲୀୟ କ୍ଲବ୍‌ ରାଭେନ୍ନା ପକ୍ଷରୁ ଖେଳିବେ

Oct 24, 2026 - 15:03
Football: ୧୧ ବର୍ଷ ପରେ ଫୁଟ୍‌ବଲ୍‌କୁ ଫେରିବେ ରୋନାଲ୍‌ଡିନୋ, ନଭେମ୍ବର ୧୫ରେ ଇଟାଲୀୟ କ୍ଲବ୍‌ ରାଭେନ୍ନା ପକ୍ଷରୁ ଖେଳିବେ

ରୋମ୍‌: ଫୁଟ୍‌ବଲ୍‌ପ୍ରେମୀଙ୍କୁ ଚକିତ କରି ବଡ଼ ପଡ଼ିଆକୁ ୧୧ ବର୍ଷ ପରେ ଫେରିବାକୁ ଯାଉଛନ୍ତି ବ୍ରାଜିଲ୍‌ ର କିଂବଦନ୍ତି ଖେଳାଳି ରୋନାଲ୍‌ଡିନୋ।

୪୬ ବର୍ଷୀୟ ଏହି ବିଶ୍ୱକପ୍‌ ବିଜେତା ନଭେମ୍ବର ୧୫ରେ ଇଟାଲୀ ର ତୃତୀୟ ଡିଭିଜନ୍‌ କ୍ଲବ୍‌ ରାଭେନ୍ନା ପକ୍ଷରୁ ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ଫୋର୍‌ଲି ବିପକ୍ଷରେ ଖେଳିବେ।

Advertisment ଏହି ମ୍ୟାଚ୍‌ ରାଭେନ୍ନାର ଷ୍ଟାଡିୟମ୍‌ ବ୍ରୁନୋ ବେନେଲିରେ ଏହି ଡର୍ବି ମ୍ୟାଚ୍‌ ଖେଳାଯିବ ବୋଲି ଶୁକ୍ରବାର କ୍ଲବ୍‌ ପକ୍ଷରୁ ଘୋଷଣା କରାଯାଇଛି।

ବାର୍ସିଲୋନା ଓ ଏସି ମିଲାନ୍‌ ଭଳି କ୍ଲବ୍‌ରେ ଖେଳିଥିବା ରୋନାଲ୍‌ଡିନୋ ୨୦୦୨ରେ ବ୍ରାଜିଲ୍‌କୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

୨୦୧୮ରେ ନେଇଥିଲେ ଅବସର ୨୦୦୫ରେ ସେ ବାଲନ୍‌ ଡି'ଓର୍‌ ପୁରସ୍କାର ପାଇଥିଲା ବେଳେ ୨୦୧୫ରେ ବ୍ରାଜିଲୀୟ କ୍ଲବ୍‌ ଫ୍ଲମିନେନ୍ସ ପକ୍ଷରୁ ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳିଥିଲେ।

୨୦୧୮ରେ ରୋନାଲ୍‌ଡିନୋ ଅବସର ନେଇଥିଲେ।

ଚଳିତ ବର୍ଷ ଜୁନ୍‌ରେ ରାଭେନ୍ନା ତାଙ୍କୁ ଦଳରେ ସାମିଲ କରିଥିଲା।

ତାଙ୍କୁ କ୍ଲବ୍‌ର କିଛି ଅଂଶଧନ ମଧ୍ୟ ମିଳିଥିଲା।

ଏହି କ୍ଲବ୍‌ ରୋନାଲ୍‌ଡିନୋଙ୍କ ବନ୍ଧୁ ଇଗ୍‌ନାଜିଓ ସିପ୍ରିଆନିଙ୍କ ମାଲିକାନାରେ ରହିଛି।

ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)