Food Poisoning: ଖାଦ୍ୟରେ ବିଷ: ପନିର ପରେ କଦଳୀ

Sep 12, 2026 - 06:20
Food Poisoning: ଖାଦ୍ୟରେ ବିଷ: ପନିର ପରେ କଦଳୀ

"ଭୁବନେଶ୍ବର: ବଜାରରେ ବିକ୍ରି ହେଉଥିବା ଖାଦ୍ୟ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

ଆଖିକୁ ସୁନ୍ଦର ଓ ପାଟିକୁ ସ୍ବାଦ ପାଇଁ ବଜାରରେ ବିକ୍ରି ଖାଦ୍ୟରେ ଯେଉଁଭଳି ଅପମିଶ୍ରଣ କରାଯାଉଛି, ତାହା ଲୋକଙ୍କ ଶରୀରରେ ନାନାଦି ରୋଗର କାରଣ ସାଜିଛି।

ନିକଟରେ ଛେନା ଓ ପନିର ଅପମିଶ୍ରଣକୁ ନେଇ ଦେଶବ୍ୟାପୀ ତମ୍ବିତୋଫାନ ହୋଇଥିଲା।

ରାଜ୍ୟରେ ବି ଏହାକୁ ନେଇ ଘନ ଘନ ଚଢ଼ଉ ହେଲା ଏବଂ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା ଓ ପନିର ଜବତ କରାଯାଇ ନଷ୍ଟ କରାଗଲା।

ପରେ ପରେ କଟକ ଓ ଅନ୍ୟ ସ୍ଥାନରୁ ବିଷାକ୍ତ ମୋମୋ ଜବତ ଘଟଣା ବି ଲୋକଙ୍କ ନିଦ ହଜାଇ ଦେଇଥିଲା।

ଏନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ସବୁଠୁ ଭଲ ସ୍ବାସ୍ଥ୍ୟକର ଖାଦ୍ୟ କୁହାଯାଉଥିବା ପାଚିଲା କଦଳୀକୁ ନେଇ ଏଭଳି କିଛି ଭୟ ଜାତ ହୋଇଛି। ‌କାର୍ବାଇଡ୍‌ରେ କଟକଣା ଲାଗିବା ପରେ ବେପାରୀମାନେ ଲାଭ ଆଶାରେ ଅଳ୍ପ ସମୟରେ ଏହାକୁ ପଚାଇବାକୁ ଇଥୋପନ୍‌ ଭଳି ବିଷାକ୍ତ ରସାୟନର ମାତ୍ରାଧିକ ବ୍ୟବହାର କରୁଛନ୍ତି।

ଛୋଟ ଛୋଟ ଡବାରେ ମିଳୁଥିବା ଏହି ରସାୟନ ପାଣିରେ ମିଶାଇ କଦଳିରେ ସିଞ୍ଚନ କରାଯାଉଛି।

ଯାହା ୨୪ ଘଣ୍ଟାରୁ କମ୍‌ ସମୟ ଭିତରେ କଦଳି ଫେଣାକୁ ପଚାଇ ଦେଉଛି।

ଭୁବନେଶ୍ବର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଦଳ ଆଜି ଯାଞ୍ଚ ବେଳେ ଏଭଳି ବିଷାକ୍ତ ରସାୟନ ବ୍ୟବହାର ଘଟଣା ପଦାକୁ ଆସିଛି।

ଯାହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ଓ ମାରାତ୍ମକ।Advertisment Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ ପଚାଇବାକୁ ବ୍ୟବହାର ହେଉଛି ବିଷାକ୍ତ ଇଥୋପନ୍‌କଦଳୀ ଗୋଦାମରେ ଝୁଲିଲା ତାଲା୩୦ ଗୋଦାମରେ ଚଢ଼ଉ, ୧ କ୍ବିଣ୍ଟାଲ କଦଳୀ ନଷ୍ଟ ପୂଜା ବଜାରରେ ଫଳର ଚାହିଦା ବେଶି।

ଆଗକୁ ଗଣେଶ ପୂଜା ଥିବାରୁ ବେପାରୀମାନେ ଭଳିକି ଭଳି ଫଳ ଗଦା କରି ରଖିଛନ୍ତି।

ଫଳ ଭିତରେ ପୂଜା ବଜାରରେ କଦଳୀର ଚାହିଦା ଅଧିକ।

ଏହାର ସୁଯୋଗ ନେଇ ବେପାରୀମାନେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍‌ ଟ୍ରକ୍‌ କଦଳି କାନ୍ଦିକୁ ପଚାଇବାକୁ ମାତ୍ରାଧିକ ଇଥୋପନ୍‌ ବ୍ୟବହାର କରୁଛନ୍ତି।

ଆଜି ଭୁବନେଶ୍ବର ଖାଦ୍ୟ ନିରାପତ୍ତା ଦଳ ଅଚାନକ ଭୁବନେଶ୍ବରର ବାପୁଜୀନଗର, ଅଶୋକନଗର ଓ ବୁଦ୍ଧନଗରରେ ଥିବା କଦଳୀ ଗୋଦାମରେ ଚଢ଼ଉ କରି ଏହାର ପର୍ଦ୍ଦାଫାସ କରିଛନ୍ତି।

ଚଢ଼ଉର ନେତୃତ୍ବ ନେଇଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର କହିଛନ୍ତି, ଆଜି ବାପୁଜୀନଗର, ଅଶୋକନଗର ଓ ବୁଦ୍ଧନଗରର ୩୦ରୁ ଅଧିକ କଦଳୀ ଗୋଦାମରେ ଚଢ଼ଉ କରାଯାଇଥିଲା।

ଯାଞ୍ଚ ବେଳେ ଏମାନେ କଦଳୀ ପଚାଇବାକୁ ମାତ୍ରାଧିକ ଇଥୋପନ୍‌ ସିଞ୍ଚନ କରୁଥିବା ଜଣାପଡ଼ିଥିଲା।

ଏହି ରାସାୟନିକ ପଦାର୍ଥ ଓ ସ୍ପ୍ରେୟର ସବୁ ଜବତ କରାଯାଇଛି।

ଘଟଣାସ୍ଥଳରେ ଏହି ବିଷାକ୍ତ ରସାୟନ ପଦାର୍ଥ ସ୍ପ୍ରେ ହୋଇଥିବା ୧ କ୍ବିଣ୍ଟାଲରୁ ଅଧିକ ଓଜନର କଦଳୀ ନଷ୍ଟ କରାଯାଇଛି।

କଦଳୀ ଗୋଦାମ ସବୁକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

କଦଳୀ ବ୍ୟବସାୟୀ ସଂଘ ଆଗକୁ କଦଳୀ ପଚାଇବାକୁ ଇଥୋପନ୍‌ ବ୍ୟବହାର କରିବେନି ବୋଲି ଲିଖିତ ଭାବେ ଜଣାଇଛନ୍ତି।

ଆଗକୁ ଏମାନେ ଏଫ୍ଏସ୍‌ଏସ୍‌ଏଆଇ ମାର୍ଗଦର୍ଶିକା ଅନୁସାରେ ଏଥିଲିନ୍‌ ବ୍ୟବହାର କରିବେ।

ଆଗକୁ ବି ଏହି ଚଢ଼ଉ ଜାରି ରହିବ ବୋଲି ଶ୍ରୀମତୀ ଦାସମହାପାତ୍ର କହିଛନ୍ତି।

Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)