Floodwaters Sweep into Anshupa: ଅଂଶୁପାରେ ପଶିଲା ମହାନଦୀର ବନ୍ୟାଜଳ, ମାଡି ଆସୁଛି ପାଣି
ଅଂଶୁପାରେ ପଶିଲା ମହାନଦୀର ବନ୍ୟାଜଳ। ଫଳରେ ହ୍ରଦ କୂଳରେ ଥିବା ପାର୍କରେ ଅଣ୍ଟାଏ ଉଚ୍ଚର ପାଣି। ବୋଟିଂ ଟିକେଟ କାଉଣ୍ଟର ପାଣିରେ ବୁଡିଛି। କଟକ ଜିଲ୍ଲାର ମହାନଦୀ ପାର୍ଶ୍ବରେ ଥିବା ଆଠଗଡ, ତିଗିରିଆ ଏବଂ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତର ସ୍ଥିତି ସଙ୍ଗୀନ ହୋଇଛି। ତିଗିରିଆ ବ୍ଲକର ବଡନାଉପୁଟ, ସୋମପଡା, ହାଟମାଳ ଏବଂ ଗଦାଧରପୁର ବିଶେଷ ପ୍ରଭାବିତ ହୋଇଥିବା ବେଳେ ବାଙ୍କି ବ୍ଲକର ଉତ୍ତର ପାର୍ଶ୍ବରେ ଥିବା ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ଆଦି ପଞ୍ଚାୟତର ପାଖାପାଖି ୧୫ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି ।
ଅଂଶୁପାରେ ପଶିଲା ମହାନଦୀର ବନ୍ୟାଜଳ
ହ୍ରଦ କୂଳରେ ଥିବା ପାର୍କରେ ଅଣ୍ଟାଏ ଉଚ୍ଚର ପାଣି
ଆଠଗଡ, ତିଗିରିଆ, ବାଙ୍କି ବ୍ଲକର ଅନେକ ପଞ୍ଚାୟତ ସ୍ଥିତି ସଙ୍ଗୀନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।