Devi and Bhargavi Rivers Breach Danger Mark: ବିପଦ ସଂକେତ ଉପରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର, ନଦୀ ଅବବାହିକାରେ ଥିବା ଗାଁ ଲୋକେ ଛାନିଆ
ପୁରୀ ଜିଲ୍ଲାର ଦୁଇ ସମ୍ବେଦନଶୀଳ ନଦୀ ଭାର୍ଗବୀ ଓ ଦେବୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କୁଶଭଦ୍ରା, ଧନୁଆ ଓ ପ୍ରାଚୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭାର୍ଗବୀ ନଦୀର ବିପଦ ସଙ୍କେତ ୧୦.୪୨ ମିଟର ଥିବା ବେଳେ ବଳଙ୍ଗାଠାରେ ଭାର୍ଗବୀ ନଦୀରେ ଜଳସ୍ତର ୧୧.୨୫ ମିଟରରେ ପ୍ରବାହିତ ହେଉଛି।
ସେହିଭଳି ଅସ୍ତରଙ୍ଗ ବାଉରିଆକଣଠାରେ ଦେବୀ ନଦୀରେ ବିପଦ ସଙ୍କେତ ୪.୯୫ ମିଟର ଥିବା ବେଳେ ଏବେ ୫.୦୮ ମିଟର ଜଳସ୍ତର ରହିଛି । ବନ୍ୟା ଯୋଗୁଁ ନଦୀ ଅବବାହିକାରେ ଥିବା ଗାଁ ଲୋକେ ଛାନିଆ ହୋଇପଡ଼ିଛନ୍ତି। ଶହ ଶହ ଏକର ପରିବା ଫସଲ ନଷ୍ଟ ହୋଇଛି । ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଏକ ସମୀକ୍ଷା ବୈଠକ କରି ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିପଦ ସଂକେତ ଉପରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର
ବଳଙ୍ଗାଠାରେ ଭାର୍ଗବୀର ବନ୍ୟାଜଳ ୧୧.୨୫ ଫୁଟ୍ ଉପରେ ପ୍ରବାହିତ
ବାଉରିଆକଣଠାରେ ଦେବୀ ନଦୀ ୫.୦୮ ଫୁଟ୍ ଉପରେ ପ୍ରବାହିତ
ବନ୍ୟା ଯୋଗୁଁ ନଦୀ ଅବବାହିକାରେ ଥିବା ଗାଁ ଲୋକେ ଛାନିଆ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।