Election: ବିଧାନ ପରିଷଦ ନିର୍ବାଚନ: ବାରାଣସୀରେ ବିଜେପିକୁ ଦୋହରା ଝଟ୍କା
ନୂଆଦିଲ୍ଲୀ: ଅକ୍ଟୋବର ୨୩ରେ ଉତ୍ତର ପ୍ରଦେଶ , ମହାରାଷ୍ଟ୍ର, କର୍ଣ୍ଣାଟକ ଓ ବିହାରରେ ୨୮ଟି ବିଧାନ ପରିଷଦ (ଏମଏଲ୍ସି)ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଉତ୍ତର ପ୍ରଦେଶରେ ୧୧ଟି ବିଧାନ ପରିଷଦ ଆସନରେ ମତଦାନ ହୋଇଥିବାବେଳେ ବିଜେପି ସର୍ବାଧିକ ୬ ଟି ଓ ସମାଜବାଦୀ ପାର୍ଟି ୫ଟିରେ ବିଜୟୀ ହୋଇଛି।
୨୦୨୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ନିର୍ବାଚନକୁ ସେମିଫାଇନାଲ ଭାବେ ଦେଖାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ଆସନ ବାରାଣସୀରେ ବିଜେପିକୁ ଦୋହରା ଝଟ୍କା ମିଳିଛି।
Advertisment ବାରାଣସୀ ଶିକ୍ଷକ ଆସନରେ ସମାଜବାଦୀ ପାର୍ଟିର ଲାଲ ବିହାରୀ ଯାଦବ ବିଜେପିର ପ୍ରମୋଦ କୁମାର ମିଶ୍ରଙ୍କୁ ୪୮୯୮ ଭୋଟରେ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ଆଶୁତୋଷ ସିହ୍ନା ବାରାଣସୀ ସ୍ନାତକ ଆସନରେ ବିଜେପି ପ୍ରାର୍ଥୀ କେଦାର ନାଥ ସିଂହଙ୍କ ବିପକ୍ଷରେ ନିର୍ଣ୍ଣାୟକ ଭାବରେ ବିଜୟୀ ହୋଇଥିଲେ।
ନାଗପୁରରେ ସ୍ନାତକ ଆସନରେ ବିଜେପି ପରାଜୟ ସେହିପରି ଆର୍ଏସ୍ଏସ୍ର ଗଡ଼ କୁହାଯାଉଥିବା ନାଗପୁରରେ ସ୍ନାତକ ଆସନରେ ବିଜେପି ବଡ଼ ପରାଜୟ ବରଣ କରିଛି।
ନାଗପୁର ଡିଭିଜନ ସ୍ନାତକ ନିର୍ବାଚନ ମଣ୍ଡଳୀ ଆସନ ବଜାୟ ରଖିବା ପାଇଁ କଂଗ୍ରେସ ପ୍ରାର୍ଥୀ ଓ ବର୍ତ୍ତମାନର ଏମଏଲସି ଅଭିଜିତ ୱାଞ୍ଜାରୀ ବିଜେପିର ସୁଧାକର କୋହଲେଙ୍କୁ ୩୨୭୧ ଭୋଟରେ ପରାସ୍ତ କରିଛନ୍ତି।
ଏମଏଲସି ଭାବରେ କାର୍ଯ୍ୟରତ ୱାଞ୍ଜାରୀ ୬୭,୨୩୧ ଭୋଟ ପାଇଥିଲେ, ପୂର୍ବତନ ବିଧାୟକ କୋହଲେ ୬୩,୯୬୦ ଭୋଟ ପାଇଥିଲେ।
ଏହା ବିଜେପି ପାଇଁ ଏକ ବଡ଼ ଝଟ୍କା କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଜନ୍ମଭୂମି।
Yogi Adityanath: ହିଂସାରେ ଜଡିତ ଲୋକଙ୍କୁ ମିଳିବ ନାହିଁ ସରକାରୀ ଚାକିରି: ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଉଭୟ ଫଡନାଭିସ୍ ଓ ଗଡ଼କରୀ କୋହଲେଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ।
ଗଡକରୀ ଜୁଲାଇ ୧୯୯୦ ରୁ ମେ ୨୦୧୪ ପର୍ଯ୍ୟନ୍ତ ୨୪ ବର୍ଷ ଧରି ନାଗପୁର ସ୍ନାତକ ନିର୍ବାଚନମଣ୍ଡଳୀରୁ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ଥିଲେ।
କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସହିତ, ବିରୋଧୀ ମହା ବିକାଶ ଅଘାଡ଼ି (ଏମ୍ଭିଏ) ପାଞ୍ଚଟି ଏମ୍ଏଲ୍ସି ଆସନରୁ ତିନୋଟିରେ ବିଜୟୀ ହୋଇଛି।
ବିଜେପି ନେତୃତ୍ୱାଧୀନ ଶାସକ ମହାୟୁତି ମେଣ୍ଟ ଦୁଇଟି ଆସନ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
