Flood in Odisha: ବିପଦ ସଙ୍କେତ ତଳେ ସାଳନ୍ଦୀ, ବୈତରଣୀର ଜଳସ୍ତର
"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ଆଖୁଆପଦା ଆନ୍ନିକଟ ନିକଟରେ ବୁଧବାର ସକାଳୁ ବନ୍ୟାଜଳ ବିପଦ ସଙ୍କେତ ତଳେ ୧୮.୨୩ମିଟରରେ ପ୍ରବାହିତ ହେଉଥିବା ବେକେ ସାଳନ୍ଦୀର ଭଦ୍ରକ ରାଜଘାଟ ପୋଲ ନିକଟରେ ସନ୍ଧ୍ୟା ସମୟରେ ବିପଦ ସଂକେତ ତଳେ ୧୬.୭୦ ଫୁଟରେ ପ୍ରବାହିତ ହେଉଛି।
Advertisment ମଙ୍ଗଳବାର ରାତିରେ ସାଳନ୍ଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ରାତିରେ ଅଧିକ ବର୍ଷା ହେବାରୁ ସାଳନ୍ଦୀ ନଦୀର ତିହିଡି ବ୍ଲକର ତଲଗୋପାବିନ୍ଧା ନିକଟରେ ୪୦ ଫୁଟର ଘାଇ ହୋଇଯିବାରୁ ତଳିଆ ଅଞ୍ଚଳ ବ୍ୟାପକ ଜଳ ମୟ ହୋଇଯାଇଥିଲା।
ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରିଲିଫ ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାପାଳ ଦିନେଶ କୁମାର ଉପାଧ୍ୟାୟ କହିଛନ୍ତି।
କିନ୍ତୁ ଏହି ଅଞ୍ଚଳର ବ୍ୟାପକ ଅଞ୍ଚଳ ଜଳମୟ ହୋଇଯାଇଥିବା ବେକେ ଲୋକଙ୍କ ଘରେ ବନ୍ୟା ପାଣି ପଶି ରହିଛି।
ଏହି ଅଞ୍ଚଳରେ ଲୋକେ ଆଉ ନିଜ ଘରେ ରହିବା ଅବସ୍ଥାରେ ନାହାନ୍ତି।
ଚାଷ, ବସ୍ ସବୁ କିଛି ଉଜୁଡ଼ି ଯାଇଛି।
ରାତିରେ ଏଭଳି ଘଟଣା ଲୋକେ ନିରାପଦ ସ୍ଥାନକୁ ଯାଇଛନ୍ତି।
ଭଦ୍ରକର ଗତ ଏକ ମାସ ପାଖାପାଖି ବର୍ଷା ଲାଗି ରହିବା ଯୋଗୁଁ ଜିଲ୍ଲାରେ ୭ଟି ବ୍ଲକରେ ଚାଷ ଜମି କ୍ଷତିଗ୍ରସ୍ଥ ହୋଉଛି।
ପ୍ରଥମ, ଦ୍ୱିତୀୟ ଏବେ ତୃତୀୟ ବନ୍ୟାରେ ଲୋକଙ୍କର ବ୍ୟାପକ ଅଞ୍ଚଳରେ ଚାଷ ଜମି ଉଜୁଡ଼ି ଯାଇଛି।
ଜିଲାରେ ପ୍ରାୟ ୩୦ ହଜାର ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଥିବା ବେଳେ ୧୦ ହଜାର ହେକ୍ଟର ପରିବା ଚାଷ ଉଜୁଡି ଯାଇଛି, ଯାହାର ଆକଳନ ଏବେ ସୁଦ୍ଧା ଜିଲା ପ୍ରଶାସନ ପକ୍ଷରୁ କରାଯାଇ ପାରି ନାହିଁ।
ଆରଆଇମାନେ ଏବେ ସୁଦ୍ଧା ଧାନ ଚାଷ, ପରିବା ଚାଷ, କେତେ ଘର ବନ୍ୟାରେ ଭାଙ୍ଗିଛି ତାହାର ଆକଳନ କରି ନାହାନ୍ତି।
ଲଗାତାର ୩ଟି ବନ୍ୟାକୁ ମିଶାଇ ଜିଲ୍ଲାରେ ପ୍ରାୟ ୬ ହଜାରରୁ ଅଧିକ ଘର କ୍ଷତି ଗ୍ରସ୍ତ ହୋଇଥିବା ବେକେ ଅନେକ ଲୋକଙ୍କ ପକାଘର ମଧ୍ୟ ନଷ୍ଟ ହୋଇଛି।
ଏହାର ଆକଳନ ଠିକ ଭାବରେ କରାଯାଉ ନଥିବା ବେକେ ଅନେକ ସ୍ଥାନରେ ଆର୍ ଆଇ ମାନେ ଏବେ ସୁଦ୍ଧା ନିଜ ନିଜ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରି ନାହାନ୍ତି।
ଯେଉଁଠି ଆଜି ପର୍ଯ୍ୟନ୍ତ ଆର୍ ଆଇ ମାନେ ଓ ତହସିଲଦାର ମାନେ ଚାଷଜମି ଓ ପାଣି ପରିବା ଖେତର କ୍ଷୟକ୍ଷତିର ଆକଳନ ଠିକ ଭାବରେ କରି ପାରି ନାହାନ୍ତି।
ସେଠାରେ ଲୋକଙ୍କୁ କେଉଁ ପ୍ରକାର ସହାୟତା ମିଳିବ ବୋଲି ପ୍ରଶ୍ନ ଉଠିଛି।
The drinking water crisis: ପାନୀୟ ଜଳ ପାଇଁ ହାହାକାର, ବନ୍ୟାପାଣିରେ ବୁଡ଼ିଛି ଟ୍ୟାପ ଏବଂ ନଳକୂପ ଜିଲ୍ଲାରେ ଏବେ ସୁଦ୍ଧା ୫ଟି ବ୍ଲକର ଚାଷଜମି ଜଳମୟ ହୋଇ ରହିଛି।
ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି, ଭଦ୍ରକ ବ୍ଲକରେ ବ୍ୟାପକ ଅଞ୍ଚଳ ଏବେ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।
ଏହି ଲୋକଙ୍କ ପାଖକୁ ଡଙ୍ଗା ସାହାଯ୍ୟରେ ରାସନ ସାମଗ୍ରୀ ପଠା ଯାଉଛି।
ରିଲିଫ ସାମଗ୍ରୀ ମଧ୍ୟ ପଠା ଯାଉଛି।
ମେଡ଼ିକାଲ ଟିମ ଯାଉଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅଣାଯାଉଛି।
ବନ୍ୟା ଜଳ କମି ଥିବା ବେକେ ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି।
ଏହି ୫ଟି ବ୍ଲକର ଏବେ ସୁଦ୍ଧା ୪୬ଟି ପଞ୍ଚାୟତ ଓ ୨୨୧ ଟି ଗାଁ, ଧୁଷୁରୀ ଏନ୍ଏସିର ୪ଟି ୱାର୍ଡ ଜଳମୟ ହୋଇ ରହିଛି।
ଏହି ତୃତୀୟ ବନ୍ୟାରେ ୨ ଲକ୍ଷ ୭୯ ହଜାର ୭୦୪ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।
୧ ଲକ୍ଷ ୫ ହଜାର ୩୮୨ ଜଣ ଲୋକଙ୍କୁ ଉଦ୍ଧାର କରାଯିବା ସହ ରିଲିଫ ପ୍ରଦାନ କରାଯାଉଛି।
ଅନେକ ଲୋକ ଏବେ ମଧ୍ୟ ବନ୍ୟା ଘେରରେ ରହି କଷ୍ଟ ପାଉଥିବା ବେଳେ ସେମାନଙ୍କ ନିକଟରେ ସରକାରୀ ସହାୟତା ମିକି ପାରିନାହିଁ ବୋଲି ବହୁ ଲୋକ ଅଭିଯୋଗ ଉଠାଇଛନ୍ତି।
କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
