Flood in Bihar: ବିହାରରେ ବନ୍ୟା ସ୍ଥିତି ଗମ୍ଭୀର; ଗଙ୍ଗା ବିପଦ ସଙ୍କେତ ଟପିଲା

Sep 07, 2026 - 22:54
Flood in Bihar: ବିହାରରେ ବନ୍ୟା ସ୍ଥିତି ଗମ୍ଭୀର; ଗଙ୍ଗା ବିପଦ ସଙ୍କେତ ଟପିଲା

"ପାଟନା: ବିହାରରେ ବନ୍ୟା ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି।

ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଯୋଗୁ ୧୯.୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ପାଟନାର ଗାନ୍ଧୀ ଘାଟରେ ଗଙ୍ଗା ନଦୀର ଜଳସ୍ତର "ସର୍ବୋଚ୍ଚ ବନ୍ୟା ସ୍ତର" ସୀମା ଅତିକ୍ରମ କରିଛି।

ଏହା ଫଳରେ ନଦୀର ତଳିଆ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।Advertisment ଜଳ ସମ୍ପଦ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲଖିସରାଇ ଓ ଅରୱଲର ୭୦ଟି ବ୍ଲକ୍‌ର ୩୬୮ଟି ଗ୍ରାମପଞ୍ଚାୟତର ୧୯.୫୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ହାଥୀଦହ ଓ ଏହାର ତଳମୁହାଣରେ ଥିବା ଅଞ୍ଚଳଗୁଡ଼ିକର ଜଳସ୍ତର ଆଗାମୀ ୩ ଦିନ ପର୍ଯ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିପାରେ।

ହାଥୀଦହରେ ଗଙ୍ଗାର ଜଳସ୍ତର ପୂର୍ବରୁ ରହିଥିବା "ସର୍ବୋଚ୍ଚ ବନ୍ୟା ସ୍ତର" ରେକର୍ଡକୁ ଅତିକ୍ରମ କରିବାର ଆଶଙ୍କା ରହିଛି।

ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଭାଗଲପୁର ଓ କଟିହାରର ନଦୀକୂଳ ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ଜଳ ସମ୍ପଦ ବିଭାଗ ନଦୀଗୁଡ଼ିକର ଜଳସ୍ତର, ବନ୍ଧ, ବିପଦପ୍ରବଣ ସ୍ଥାନ ଓ ତଳିଆ ଅଞ୍ଚଳଗୁଡ଼ିକର ନିୟମିତ ନିରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି।

ଆବଶ୍ୟକ ହେଲେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ଗଙ୍ଗା, ଗଣ୍ଡକ, କୋଶୀ, ବୁଢ଼ୀ ଗଣ୍ଡକ, ପୁନପୁନ ଓ ବାଗମତୀ ସମେତ ଅନେକ ନଦୀରେ ଜଳସ୍ତର କେତେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହିତ ସମ୍ବେଦନଶୀଳ ଅଞ୍ଚଳରେ ନିରୀକ୍ଷଣ ବଢ଼ାଇଛି।

Nepal: ନେପାଳ ବନ୍ୟାରେ ନିଖୋଜଙ୍କୁ ଖୋଜିବାର ଶେଷ ଆଶା ଡିଏନ୍‌ଏ ପରୀକ୍ଷା ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବିହାରର ବନ୍ୟାକୁ "ଜାତୀୟ ବିପର୍ଯ୍ୟୟ" ଘୋଷଣା କରିବାକୁ ଦାବି କରିଛନ୍ତି।

ସେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପାଇଁ ୫,୦୦୦ କୋଟି ଟଙ୍କାର ବିଶେଷ ଆର୍ଥିକ ସହାୟତା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର ହେଲିକପ୍ଟର ଯୋଗାଇବାକୁ ମଧ୍ୟ ଦାବି କରିଛନ୍ତି।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁରନ୍ତ ବିହାର ଗସ୍ତ କରି ବାସ୍ତବ ସ୍ଥିତି ଆକଳନ କରିବା ସହ ରାଜ୍ୟକୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)