flood: ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ: ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ରିଲିଫ୍ ଓ ପୁନରୁଦ୍ଧାର ତଦାରଖ ଦାୟିତ୍ବ
ଭୁବନେଶ୍ୱର: ତିନିଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେଲିକପ୍ଟରରେ ଆକାଶମାର୍ଗରୁ ୫ଟି ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ଅଞ୍ଚଳର ଅନେକ ଗାଁ ପାଣିଘେରରେ ଅଛି। ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପରେ କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ।
Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ
ରିପୋର୍ଟ ଭିତ୍ତିରେ ତୁରନ୍ତ ସହାୟତା ପ୍ୟାକେଜ୍: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ ଯାଜପୁରର ଦଶରଥପୁର, ବରୀ ଓ ବିଞ୍ଝାରପୁର, ଭଦ୍ରକର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱରର ସୋର, ରେମୁଣା ଓ ବାଲେଶ୍ୱର ସଦର ବ୍ଲକ୍, ମୟୂରଭଞ୍ଜର ବଡ଼ସାହି, ଉଦଳା ଓ କପ୍ତିପଦା ଏବଂ କେନ୍ଦୁଝରଜିଲ୍ଲା ହାଟଡ଼ିହି ବ୍ଲକ୍ର ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଉପରେ ତାଙ୍କର ସମ୍ପୂର୍ଣ୍ଣ ନଜର ରହିଛି। ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ମଧ୍ୟ ଶୂନ ମୃତାହତକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍, ଶୁଖିଲା ଓ ରନ୍ଧାଖାଦ୍ୟ, ପିଇବା ପାଣି, ଔଷଧ ଆଦି ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମଧ୍ୟ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ରିଲିଫ୍ ଓ ପୁନରୁଦ୍ଧାର ତଦାରଖ ଦାୟିତ୍ବ
Weekly Horoscope 2026 August 02 to August 08: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ଏହାସହ ଅନ୍ୟ ମନ୍ତ୍ରୀମାନେ ପ୍ରଭାରୀ ମନ୍ତ୍ରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ସେଠାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।