Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ
"ବୈଶିଙ୍ଗା (ଦୀପକ କୁମାର ସିଂହ): ବୁଢ଼ାବଳଙ୍ଗ ବନ୍ୟାଜଳ କମିବା ପରେ ବନ୍ୟା ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ଏବଂ କ୍ଷୟକ୍ଷତିର ଆକଳନ ପାଇଁ ବିଧାୟକ ସନାତନ ବିଜୁଳି ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।
ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ସିଡିଓ ଧର୍ମାନନ୍ଦ ବେହେରା ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।Advertisment ପରିଦର୍ଶନ ସମୟରେ ମାନଗୋବିନ୍ଦପୁର, ଶାଳାଗାଁ ଓ ପାଟୁଳିପୁରା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟାପ୍ରଭାବିତ ଗ୍ରାମକୁ ଯାଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରାଯାଇଥିଲା।
ଘରବାଡ଼ି, ଚାଷଜମି, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀମାନେ ସୂଚନା ସଂଗ୍ରହ କରିବା ସହ ପୀଡ଼ିତଙ୍କ ସମସ୍ୟା ଶୁଣିଥିଲେ।
ବନ୍ୟା ପରବର୍ତ୍ତୀ ରିଲିଫ୍, ପୁନର୍ବାସ ଓ କ୍ଷତିପୂରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କଥା ମଧ୍ୟ ପ୍ରକାଶ ପାଇଥିଲା।
Power supply normal: ବନ୍ୟା ପ୍ରଭାବିତ ଅଞ୍ଚଳର ୯୩% ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ ଏହି ଅବସରରେ ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ନାଖରା ସେତୁ ପରିଦର୍ଶନ କରି ବିଧାୟକ ସନାତନ ବିଜୁଳି ଗଭୀର ଚିନ୍ତା ପ୍ରକଟ କରିଥିଲେ।
ସେ କହିଥିଲେ ଯେ, ନୂତନ ସେତୁ ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ କେବଳ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଖୁବଶୀଘ୍ର ନୂତନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଏହା ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ପରିଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀମାନେ ବନ୍ୟାପ୍ରଭାବିତ ପରିବାରମାନଙ୍କୁ ସମସ୍ତ ସରକାରୀ ସହାୟତା ଯଥାଶୀଘ୍ର ପହଞ୍ଚାଇବା ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।