Flood: ପ୍ରତିବର୍ଷ ବନ୍ୟା କନ୍ଦାଉଛି: ନିୟନ୍ତ୍ରଣ ପାଇଁ ନିଘା ନାହିଁ, ଜଳକା, କାଂଶବାଂଶ ପ୍ରକଳ୍ପ କାଗଜପତ୍ରରେ ସୀମିତ

Aug 12, 2026 - 05:21
Flood: ପ୍ରତିବର୍ଷ ବନ୍ୟା କନ୍ଦାଉଛି: ନିୟନ୍ତ୍ରଣ ପାଇଁ ନିଘା ନାହିଁ, ଜଳକା, କାଂଶବାଂଶ ପ୍ରକଳ୍ପ କାଗଜପତ୍ରରେ ସୀମିତ

"ବାଲେଶ୍ବର: ପ୍ରତିବର୍ଷ ସୁବର୍ଣ୍ଣ‌ରେଖା ବନ୍ୟା ଉତ୍ତର ବାଲେଶ୍ବରବାସୀଙ୍କୁ ହନ୍ତସନ୍ତ କରୁଥିବା ବେଳେ ଚଳିତବର୍ଷ ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ ନଦୀରେ ବନ୍ୟା ଆସି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି।

ହେଲେ, ଜଳସମ୍ପଦ ବିଭାଗର ବନ୍ୟା ନିୟନ୍ତ୍ରଣ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି।

ବନ୍ୟା ନିୟନ୍ତ୍ରଣ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ରହିଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ।Advertisment Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର ଜଳକା ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ୧୮ କୋଟିରୁ ଅଧିକ ଟଙ୍କାର ୩ଟି ପ୍ରକଳ୍ପ ପ୍ରସ୍ତାବ ରହିଥିଲା।

ଜଳକାର ବାମପାର୍ଶ୍ବରେ ଥିବା ବସ୍ତାର ଦାରା, ଚମକସା, ସାପୁଆ, ଗାଙ୍ଗ, ବାରଦା, ସାନଖୁଡ଼ି ପର୍ଯ୍ୟନ୍ତ ନଦୀବନ୍ଧର ଉନ୍ନତୀକରଣ; ଦକ୍ଷିଣପାର୍ଶ୍ବରେ ଥିବା ମଥାନୀ ଓ ମାଟିଆଶୁଳି ଅଞ୍ଚଳ‌ରେ ବସବାସ କରୁଥିବା ବାସିନ୍ଦାଙ୍କ ପାଇଁ ନଦୀବନ୍ଧର ଉନ୍ନତୀକରଣ କରାଯିବା କଥା।

ହେଲେ, ଏହି ପ୍ରକଳ୍ପ ସବୁ  ଟିଏସିରେ ଅନୁମୋଦନ ହୋଇଛି କି ନାହିଁ?

ଏହାର ବର୍ତ୍ତମାନ ସ୍ଥିତି କ"ଣ?

ଏନେଇ ସଭିଏଁ ଅନ୍ଧାରରେ।

ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବି ଜଳସମ୍ପଦ ବିଭାଗ କୌଣସି ତତ୍ପରତା ଦେଖାଉନି।

ଜଳକା, କାଂଶବାଂଶ ପ୍ରକଳ୍ପ କାଗଜପତ୍ରରେ ସୀମିତବୁଢ଼ାବଳଙ୍ଗ ସଂସ୍କାର ପାଇଁ ସରକାରଙ୍କ ଯୋଜନା ନାହିଁଦଶନ୍ଧି ଧରି ଅଟକିଛି ସୁବର୍ଣ୍ଣରେଖା ଯୋଜନା କାଂଶବାଂଶ ନଦୀପାର୍ଶ୍ବରେ ଥିବା ବନିଶା, ପାଟଣା, କଣ୍ଟାବାଙ୍କି, ପାଳପୁର ଗ୍ରାମ ନିକଟରେ ନଦୀବନ୍ଧର ଉନ୍ନତୀକରଣ ପାଇଁ ପ୍ରାୟ ୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ରହିଥିଲା।

ହେଲେ, ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ।

ସୋରର ଏକାଧିକ ପ୍ରମୁଖ ନାଳ ବନ୍ୟା ସମୟରେ ଘାତକ ସାଜୁଥିବା ବେଳେ ତାହାର ପ୍ରତିକାର ଯୋଜନା ମଧ୍ୟ ପଡ଼ିରହିଛି।

ଜଳକା, କାଂଶବାଂଶ ପାଇଁ କରାଯାଇଥିବା ଯୋଜନା ମଧ୍ୟ କାଗଜପତ୍ରରେ ସୀମିତ।

ଟିଏସି ଅନୁମୋଦନକୁ ଅପେକ୍ଷା, କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପଠାନଯିବା ଏବଂ ଡିପିଆର୍‌ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରିବାକୁ ବର୍ଷ ବର୍ଷ ସମୟ ଲାଗିବା ଭଳି ସ୍ଥିତିରେ ପ୍ରକଳ୍ପଗୁଡ଼ିକ ଝୁଲି ରହିଛି।

ବୁଢ଼ାବଳଙ୍ଗ‌ ବନ୍ୟାଦାଉରୁ ଲୋକ, ଚାଷଜମିର ସୁରକ୍ଷା ପାଇଁ ସରକାରଙ୍କର କିଛି ଯୋଜନା ନଥିବା ଜଣାପଡ଼ିଛି।

ଏଭଳି ସ୍ଥିତିରେ ଉତ୍ତର ବାଲେଶ୍ବରକୁ ପ୍ରଭାବିତ କରୁଥିବା ସୁବର୍ଣ୍ଣରେଖା ନଦୀ ସଂସ୍କାର ଯୋଜନା ମଧ୍ୟ ଦଶନ୍ଧି ଦଶନ୍ଧି ଧରି ଗଡ଼ି ଚାଲିଛି।

Cyber Safety Awareness: ଶିକ୍ଷାନୁଷ୍ଠାନରେ "ସୁରକ୍ଷିତ ଡିଜିଟାଲ ଜୀବନ"ର ଗୁରୁମନ୍ତ୍ର ଦେଲା ପୁଲିସ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜଳ ସମ୍ପଦ ବିଭାଗର ଏସ୍‌ଡିଓଙ୍କଠାରୁ ଆରମ୍ଭକରି ଅଧୀକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି।

ସୋର ବିଧା‌ୟକ ମାଧବ ଧଡ଼ା ଅଭିଯୋଗ କରିଛନ୍ତି, "କାଂଶବାଂଶ ପ୍ରକଳ୍ପ ପ୍ରସଙ୍ଗ ବିଧାନସଭାରେ ଉତ୍‌ଥାପନ କରିଥିଲେ ମଧ୍ୟ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ମିଳିନି।" ଫଳରେ, ବାଲେଶ୍ବରର ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗର କିଭଳି ଆନ୍ତରିକତା ରହିଛି, ଏଥିରୁ ସ୍ପଷ୍ଟ ହୋଇଯାଉଛି!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media