Floating stadium in Kerala: କେରଳ ନଈରେ ଭାସମାନ ଷ୍ଟାଡିୟମ୍
"ତିରୁଅନନ୍ତପୁରମ୍: ଫୁଟ୍ବଲ୍ ବିଶ୍ବକପ୍ରେ ଆର୍ଜେଣ୍ଟିନା ଦଳ ନିଜ ଅଭିଯାନ ଆରମ୍ଭ ପୂର୍ବରୁ ଭାରତ ମାଟିରୁ ଏକ ନିଆରା ଢ଼ଙ୍ଗରେ ଶୁଭକାମନା ପ୍ରେରଣ କରାଯାଇଛି।
କେରଳର ପୁଲାଭୂର ଗାଁର କିଛି ଫୁଟ୍ବଲ୍ ପ୍ରଶଂସକଙ୍କ ଉଦ୍ୟମରେ ଏକ ନଈ ଭିତରେ ଭାସମାନ ମିନି ଷ୍ଟାଡିୟମ୍ କରାଯାଇଛି।
ଯେଉଁ ଷ୍ଟାଡିୟମ୍ରେ ସମ୍ପୂର୍ଣ୍ଣ ଆର୍ଜେଣ୍ଟିନା ଦଳର ଖେଳାଳିଙ୍କ କଟ୍ଆଉଟ୍କୁ ସ୍ଥାନ ଦିଆଯାଇଛି।
ଏହି ଉଦ୍ୟମ ସମଗ୍ର କେରଳରେ ଥିବା ଫୁଟ୍ବଲ୍ ମାନିଆକୁ ପ୍ରତିଫଳିତ କରୁଛି।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ଏହା ବ୍ୟତୀତ କେରଳ ଅନ୍ୟ ଅଞ୍ଚଳରେ ମଧ୍ୟ ପୋଷ୍ଟର୍, ଫ୍ଲେକ୍ସ ବୋର୍ଡସ, କଟ୍ଆଉଟ୍ ଦେଖିବାକୁ ମିଳିଛି।
ମେସି, ନେମାର, ରୋନାଲ୍ଡୋଙ୍କ ଭଳି ଖେଳାଳିଙ୍କ କଟ୍ଆଉଟ୍ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି।
ବ୍ରାଜିଲ୍, ଅର୍ଜେଣ୍ଟିନା, ପର୍ତ୍ତୁଗାଲ୍ ଦଳ ଏବଂ ଏହାର ଖେଳାଳିମାନଙ୍କୁ ବିଭିନ୍ନ ରଙ୍ଗରେ ପ୍ରଶଂସକମାନେ ସ୍ଥାନ ଦେଇଛନ୍ତି।
ଏହି ତିନି ଦଳକୁ ନେଇ ପ୍ରସ୍ତୁତ "କଟ୍ଆଉଟ୍ ବ୍ୟାଟଲ୍" ବିଶ୍ବବ୍ୟାପୀ ଆକର୍ଷଣ ସୃଷ୍ଟି କରିଛି।
Weekly Horoscope 2026 June 14 to June 20: ଜାଣନ୍ତୁ ଏ ସପ୍ତାହର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।