Odisha's export: ଓଡ଼ିଶାର ସାମଗ୍ରୀ ରପ୍ତାନି ସମ୍ଭାବନା: ୨୦୩୦ ସୁଦ୍ଧା ୧.୪୨ ଲକ୍ଷ କୋଟି
"ଭୁବନେଶ୍ବର: ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟର ସାମଗ୍ରୀ ରପ୍ତାନି ୧,୪୨,୩୦୨ କୋଟି ଟଙ୍କା (୧୪.୯ ବିଲିଅନ ଡଲାର)ରେ ପହଞ୍ଚିବା ସମ୍ଭାବନା ରହିଛି।
ଏକ ଉଚ୍ଚ ଆଶା ସ୍ଥିତିରେ ରପ୍ତାନି ୨୪.୪ ବିଲିଅନ ଡଲାର ଓ ମହତ୍ବାକାଂକ୍ଷା ସ୍ଥିତିରେ ୫୦ ବିଲିଅନ ଡଲାର ହୋଇପାରିବ ବୋଲି ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କର "ଦି ଓଡ଼ିଶା ଅପର୍ଚୁନିଟି: ଏ ଟ୍ରେଡ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ ରୋଡ୍ମ୍ୟାପ୍" ରିପୋର୍ଟରେ ଆକଳନ କରାଯାଇଛି।
ଦେଶର ମୋଟ୍ ରପ୍ତାନି ପ୍ରତି ଓଡ଼ିଶାର ଅବଦାନ ଏବେ ମାତ୍ର ୨.୪ ପ୍ରତିଶତ ରହିଛି ଯାହା ୨୦୩୦ ସୁଦ୍ଧା ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ।
ଓଡ଼ିଶା ହେଉଛି ଦେଶର ୧୧ତମ ବୃହତ୍ ରପ୍ତାନି ବଜାର ବୋଲି ରିପୋର୍ଟରେ କୁହାଯାଇଛି।
ରପ୍ତାନି ବଢ଼ାଇବା ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ବାଲେଶ୍ବର ଓ ରାୟଗଡ଼ା ଉପରେ ବିଶେଷ ଧ୍ୟାନ ଦେବାକୁ ରିପୋର୍ଟରେ କୁହାଯାଇଛି।Advertisment Wheat Export: ରପ୍ତାନି ଉପରେ ୪ ବର୍ଷର କଟକଣା ଥିଲାଚଳିତ ବର୍ଷ ରପ୍ତାନି ପାଇଁ ଅନୁମତି ସାମଗ୍ରୀଗୁଡ଼ିକ ମଧ୍ୟରେ ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ି ଓ କପଡ଼ା, କଟକର ରୁପା ତାରକସି, କନ୍ଧମାଳ ହଳଦୀ, କୋରାପୁଟର କଳାଜିରା ଚାଉଳ ଓ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡୋରି ଶାଲ୍ର ରପ୍ତାନି ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
କୋରାପୁଟ-ରାୟଗଡ଼ା-କନ୍ଧମାଳକୁ ନେଇ ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର; ପାରାଦୀପ-ଧାମରା-ଗୋପାଳପୁରକୁ ନେଇ ରସାୟନ ଓ ସ୍ପେସାଲିଟି କେମିକାଲ୍ କ୍ଲଷ୍ଟର; ଅନୁଗୁଳ-ଝାରସୁଗୁଡ଼ା-କଳିଙ୍ଗନଗରକୁ ନେଇ ଆନୁଷଙ୍ଗିକ ଧାତବ କ୍ଲଷ୍ଟର ଏବଂ ପାରାଦୀପ-ଧାମରା-ଢେଙ୍କାନାଳକୁ ନେଇ ସବୁଜ ଶକ୍ତି ଉପକରଣ କ୍ଲଷ୍ଟର୍ ବିକାଶ କରିବାକୁ ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
Oil export: ଯୁଦ୍ଧ ସତ୍ତ୍ବେ ଇରାନ୍ ଲକ୍ଷ ଲକ୍ଷ ବ୍ୟାରେଲ୍ ତୈଳ ରପ୍ତାନି କରୁଛି, ପ୍ରାୟ ୯୦ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛନ୍ତି ଓଡ଼ିଶାର ମୋଟ୍ ରପ୍ତାନି ପ୍ରତି ଝାରସୁଗୁଡ଼ା ଜିଲ୍ଲାର ଅବଦାନ ସର୍ବାଧିକ ୩୪.୬% ରହିଛି।
ରାଜ୍ୟର ପ୍ରମୁଖ ୧୦ଟି ଜିଲ୍ଲାର ରପ୍ତାନି ପ୍ରତି ଅବଦାନ ୮୯.୮ ପ୍ରତିଶତ ରହିଛି।
ରାଜ୍ୟରୁ ରପ୍ତାନି ହେଉଥିବା ଜିନିଷରେ ଆଲୁମିନିୟମର ଅବଦାନ ୩୮.୨ ପ୍ରତିଶତ, ଲୁହା ଓ ଇସ୍ପାତର ୧୯.୮ ପ୍ରତିଶତ, ପ୍ରକ୍ରିୟାକୃତ ମିନେରାଲ୍ର ୧୨.୮ ପ୍ରତିଶତ, ଲୁହାପଥରର ୧୧.୧ ପ୍ରତିଶତ, ପେଟ୍ରୋଲିୟମ୍ ଉତ୍ପାଦର ୬.୮ ପ୍ରତିଶତ ଓ ସାମୁଦ୍ରିକ ଉତ୍ପାଦର ଅବଦାନ ୫.୯ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାକୁ ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ ଘୋଷଣା କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।