24 OCTOBER 2026

Welcome!

Unlock your personalized experience.
Sign Up

Flight services: ଦୁବାଇ-ଭୁବନେଶ୍ବର ବିମାନ ଚଳାଚଳ ହେଉ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ୟୁଏଇ ଓଡ଼ିଶା ସମାଜ

Oct 24, 2026 - 05:19
Flight services: ଦୁବାଇ-ଭୁବନେଶ୍ବର ବିମାନ ଚଳାଚଳ ହେଉ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ୟୁଏଇ ଓଡ଼ିଶା ସମାଜ

ଭୁବନେଶ୍ୱର: ଦୁବାଇରୁ ଭୁବନେଶ୍ବରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛି ୟୁଏଇ ଓଡ଼ିଶା ସମାଜ। ପୂର୍ବରୁ ଏକାଧିକ ଥର ଚିଠି ଲେଖି ନିରାଶ ହେବା ପରେ ପୁଣିଥରେ ଏହି ଚିଠି ଲେଖି ସଂଗଠନ ତ୍ବରିତ ବିଚାର ପାଇଁ ନିବେଦନ କରିଛି। ୟୁଏଇ ଓଡ଼ିଶା ସମାଜ କହିଛି, ଦୁବାଇରେ ରହୁଥିବା ବହୁ ଓଡ଼ିଆ, ସପରିବାର ଆସନ୍ତା ଶୀତ ଋତୁରେ ଓଡ଼ିଶାକୁ ଆସିବା ଆଶା କରାଯାଉଛି। କିନ୍ତୁ ଦୁବାଇରୁ ଭୁବନେଶ୍ବରକୁ ସିଧାସଳଖ ବିମାନ ସେବା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଦ୍ବନ୍ଦ୍ବରେ ବି ରହିଛନ୍ତି। ଯେଉଁ ବିମାନ ସେବା ରହିଛି, ତାହା ସିଧାସଳଖ ନଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ଓ ଶୀତ ଭଳି ପର୍ଯ୍ୟଟନ ଋତୁରେ ଟିକେଟ୍‌ ମିଳିବାରେ ଅସୁବିଧା ହେଉଛି। 

Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ଋତୁକାଳୀନ ଭିଡ଼ ସମସ୍ୟା ଦୂର ସହ ଦୁବାଇରେ ରହୁଥିବା ଓଡ଼ିଆଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ଦିଗରେ ତ୍ବରିତ ବିଚାର କରିବା, ଯେଉଁ ସଂସ୍ଥାମାନେ ଦୁବାଇରୁ ଭୁବନେଶ୍ବରକୁ ବିମାନ ଚଳାଚଳ କରୁଥିଲେ, ସେମାନଙ୍କ ସହ ଆଲୋଚନା କରି ଏହି ସେବା ଆରମ୍ଭ କରିବାକୁ ସଂଗଠନ ନିବେଦନ କରିଛନ୍ତି। ପୂର୍ବରୁ ଏ ଦିଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ସକାରାତ୍ମକ ଆଶ୍ବାସନା ମିଳିଥିଲା। ଯେହେତୁ ଶୀତ ଦିନ ପାଖେଇ ଆସୁଛି, ଏ ଦିଗରେ ସକାରାତ୍ମକ ବିଚାର କରି ଆଶୁ ପଦକ୍ଷେପ ନେଲେ, ଓଡ଼ିଶା ଯିବାକୁ ଚାହୁଥିବା ଦୁବାଇର ଓଡ଼ିଆ ସମୁଦାୟ ପୂର୍ବରୁ ସେମାନଙ୍କ ଯାତ୍ରାର ଯୋଜନା କରିପାରିବେ ବୋଲି ସଂଗଠନ କହିଛି। ସଂଗଠନର ସଭାପତି ଅମୀୟ ମିଶ୍ର ଓ ଅନ୍ୟମାନେ ଏ ସଂପର୍କରେ ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ପ୍ରମୁଖଙ୍କୁ ବି ଚିଠି ଲେଖିଛନ୍ତି।

Neglect: ‘ବିନା ଏନ୍‌ଓସି’ରେ ପରିଚାଲିତ ହେଉଛି ନସିଂ କଲେଜ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)