Firing: ପଥର ବୋଝେଇ ଟ୍ରକ୍ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତିଲେ ଡ୍ରାଇଭର
"କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ପୁଣି ଅପରାଧୀଙ୍କ ଦୌରାତ୍ୟ ଦେଖିବାକୁ ମିଳିଛି।
କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର (ଚିପ୍ସ) ବୋଝେଇ ଏକ ଟ୍ରକ ଉପରକୁ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତିଯାଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।Advertisment ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ (୨୩) ଆଜି ଭୋର ସକାଳୁ ଯାଉଥିଲେ।
ଲିଟିବେଡା ଛକ ନିକଟର ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଆନ୍ଧାଧୁନ ଭାବେ ଗୁଳି ଚଳାଇଥିଲେ।
ଦୁର୍ବୁତ୍ତମାନେ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୌଭାଗ୍ୟବଶତଃ ଏହି ଗୁଳିମାଡ଼ରେ ଡ୍ରାଇଭର ବନାରସି ଓରାମଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେ ଅଳ୍ପକେ ବର୍ତିଯାଇଛନ୍ତି।
Shooting: ଫିଲିପାଇନ୍ସର ଟାକ୍ଲୋବାନରେ ସ୍କୁଲରେ ଆଖିବୁଜା ଗୁଳିମାଡ଼: ୩ ମୃତ ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଖବର ଦିଆଯାଇଛି।
ଘଟଣାର ପଛରେ କେଉଁ କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି।
ଅନ୍ୟପଟେ ଟ୍ରକ ମାଲିକ ଶାବନ ଲେହେରି କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ଫୋନ ମାଧ୍ୟମରେ ବାରମ୍ବାର ଧମକ ମିଳୁଥିଲା ଏବଂ ଆଜି ସେହି ଧମକ ଗୁଳିମାଡ଼ର ରୂପ ନେଇଛି।
ଏହି ଘଟଣା ପଛରେ ଦାଦାବଟି କିମ୍ବା ଅନ୍ୟ କୌଣସି ଶତ୍ରୁତା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।