Fire Services on High Alert for Heavy Rain: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ

Jul 03, 2026 - 18:24
Fire Services on High Alert for Heavy Rain: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ

ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ରହିଛି। ସୂଚନା ଦେଇଛନ୍ତି ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସେସ୍ ଡିଜି ସୁଧାଂଶୁ ଷଡଙ୍ଗୀ। ରାଜ୍ୟର ସବୁ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟିଆ ସତର୍କ ଅବସ୍ଥାରେ ରଖାଯାଇଛି। 'କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି। 

ପ୍ରଶାସନ ସହ ସମନ୍ୱୟ ରଖି ଜରୁରୀ ସମୟରେ ସହାୟତା ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୩୨୪ଟି ମୋଟରଚାଳିତ ଇନଫ୍ଲେଟେବଲ୍ ରବର ବୋଟ୍ ମୁତୟନ ହୋଇଛି। କେନ୍ଦ୍ରାଞ୍ଚଳରେ ୧୫୯, ଦକ୍ଷିଣାଞ୍ଚଳରେ ୮୪ ଓ ଉତ୍ତରାଞ୍ଚଳରେ ୮୧ ବୋଟ୍ ମୁତୟନ। ୩,୧୪୩ଟି ଲାଇଫ୍ ଜ୍ୟାକେଟ୍ ଓ ୨,୭୧୨ଟି ଲାଇଫ୍ ବୟ ମହଜୁଦ ରହିଛନ୍ତି। 

୧୪୫ଟି ଅଣ୍ଡରୱାଟର ବ୍ରିଦିଂ ସେଟ୍ ଓ ୧୬୧ଟି ସର୍ଫେସ୍ ବ୍ରିଦିଂ ସେଟ୍ ପ୍ରସ୍ତୁତ କରାଯାଇଛି। ଜଳମଗ୍ନ ରାସ୍ତା ଓ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ ପମ୍ପ ମୁତୟନ କରାଯିବା ସହ ରାତ୍ର ଉଦ୍ଧାର ପାଇଁ ୬୨୮ଟି ଟାୱାର ଲାଇଟ୍ ଓ ୧୭୩ଟି ସର୍ଚ୍ଚ ଲାଇଟ୍ ବ୍ୟବସ୍ଥା ହୋଇଛି।

  • ଲଗାଣ ବର୍ଷା; ଅଗ୍ନିଶମ ଓ ଜରୁରୀକାଳୀନ ଟିମ୍ ପ୍ରସ୍ତୁତ
  • ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ
  • ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ
  • ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସେସ୍ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା
  • 'ରାଜ୍ୟର ସବୁ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟିଆ ସତର୍କ ଅବସ୍ଥାରେ ରଖାଯାଇଛି'
  • 'କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ'
  • 'ପ୍ରଶାସନ ସହ ସମନ୍ୱୟ ରଖି ଜରୁରୀ ସମୟରେ ସହାୟତା ପହଞ୍ଚାଇବା ବ୍ୟବସ୍ଥା'
  • 'ରାଜ୍ୟରେ ୩୨୪ଟି ମୋଟରଚାଳିତ ଇନଫ୍ଲେଟେବଲ୍ ରବର ବୋଟ୍ ମୁତୟନ'
  • 'କେନ୍ଦ୍ରାଞ୍ଚଳରେ ୧୫୯, ଦକ୍ଷିଣାଞ୍ଚଳରେ ୮୪ ଓ ଉତ୍ତରାଞ୍ଚଳରେ ୮୧ ବୋଟ୍ ମୁତୟନ'
  • '୩,୧୪୩ଟି ଲାଇଫ୍ ଜ୍ୟାକେଟ୍ ଓ ୨,୭୧୨ଟି ଲାଇଫ୍ ବୟ ମହଜୁଦ'
  • '୧୪୫ଟି ଅଣ୍ଡରୱାଟର ବ୍ରିଦିଂ ସେଟ୍ ଓ ୧୬୧ଟି ସର୍ଫେସ୍ ବ୍ରିଦିଂ ସେଟ୍ ପ୍ରସ୍ତୁତ'
  • 'ଜଳମଗ୍ନ ରାସ୍ତା ଓ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ ପମ୍ପ ମୁତୟନ'
  • 'ରାତ୍ର ଉଦ୍ଧାର ପାଇଁ ୬୨୮ଟି ଟାୱାର ଲାଇଟ୍ ଓ ୧୭୩ଟି ସର୍ଚ୍ଚ ଲାଇଟ୍ ବ୍ୟବସ୍ଥା'