Fire Safety ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କର: ସ୍ବାସ୍ଥ୍ୟମନ୍ତ୍ରୀ

Jun 25, 2026 - 17:48
Fire Safety ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କର: ସ୍ବାସ୍ଥ୍ୟମନ୍ତ୍ରୀ

"ଭୁବନେଶ୍ୱର : ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଗତକାଲି ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆଜି(ଗୁରୁବାର) ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଅନୁରୂପ ନିର୍ଦ୍ଦେଶ ଦିଆଯାଇଛି।

Advertisment ଲୋକସଭା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ନିରାପତ୍ତା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ସଭାପତିତ୍ୱ କରିଥିଲେ।  ‌ବୈଠକରେ, ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ଆବଶ୍ୟକତା, ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ କେତେ ଅନୁପାଳନ ହୋଇଛି ସେ ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ନିୟମିତ ଯାଞ୍ଚ, ଜରୁରୀକାଳୀନ ବ୍ୟବସ୍ଥାର ସୁନିଶ୍ଚିତକରଣ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର ପାଳନ ଏବଂ ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

ମନ୍ତ୍ରୀ କହିଥିଲେ ଯେ, ଅଗ୍ନିକାଣ୍ଡ ଭଳି ଗୁରୁତର ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଏବଂ ସମୟୋପଯୋଗୀ ବ୍ୟବସ୍ଥା ଗ୍ରହଣ ଅତ୍ୟାବଶ୍ୟକ ।

ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ଏମଡି ଡ ବୃନ୍ଦା ଡ଼ି , ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ଡିନ ଓ ସୁପରିଟେଣ୍ଡଣ୍ଟମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

"