Fire: ଲକ୍ଷ୍ନୌ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ
"ଲକ୍ଷ୍ନୌ: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଆଜି ହୋଇଥିବା ହୃଦୟ ବିବାରକ ଅଗ୍ନିକାଣ୍ଡ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବାବେଳେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କାନ୍ଦି ପକାଇଛନ୍ତି।
ଆନିମେସନ ସେଣ୍ଟରରେ ହୋଇଥିବା ଏହି ଅଭାବନୀୟ ଘଟଣାରେ ୧୫ ଜଣ ଛାତ୍ରଙ୍କ ଜୀବନ ଯାଇଛି।
ଏହି ଭୟଙ୍କର ଦୃଶ୍ୟକୁ ବଖାଣିବା ସମୟରେ ସେ ଭାବପ୍ରବଣ ହୋଇଯାଇଥିଲେ।
ସେ ଆଖିରେ ୧୧ରୁ ୧୨ଟି ମରଶରୀର ଦେଖିଛନ୍ତି ବୋଲି କହିବା ସମୟରେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା।Advertisment ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଆଜି ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଉଶା ମେହଟା ମାର୍ଗରେ ଥିବା ଏକ ୩ ମହଲା ବିଶିଷ୍ଟ କୋଠାରେ କୋଚିଂ ସେଣ୍ଟର୍ ସହ ଏକ ପେଟ୍ ସପ୍ ଏବଂ ଏକ ଆନିମେସନ୍ ସେଣ୍ଟର୍ ଚାଲିଥିଲା।
ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ କୋଠାରେ ନିଆଁ ଲାଗି ଯାଇଥିଲା ଏବଂ ଆଖି ପିଛୁଳାକେ କଳା ଧୂଆଁ ଆକାଶକୁ ଉଠିବା ସହ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା।
ଖବର ପାଇ ଅଗ୍ନି ନିର୍ବାପକ ଦଳ, ପୁଲିସ, ଏନ୍ଡିଆରଏଫ୍, ଏସଡିଆରଏଫ୍ ଏବଂ ସିଭିଲ ଡିଫେନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ।
ନିଆଁକୁ ନିୟନ୍ତ୍ରଣ କରିବା ଏତେ ସହଜ ହୋଇଥିଲା। lucknow Coaching Centre: କୋଚିଂ ସେଣ୍ଟରରେ ଲାଗିଲା ନିଆଁ: ଘଟଣାସ୍ଥଳରେ ୧୪ଜଣଙ୍କ ମୃତ୍ୟୁ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖବର ପାଇବା ପରେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଦୁର୍ଘଟଣା ପରେ ଆଲିଗଡ଼ଗସ୍ତ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।
"