Fire: ମାଇନ୍ସ ଗେଟ୍ ସମ୍ମୁଖରେ ଜଳିଗଲା ଖଣିଜ ପଥର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

Oct 17, 2026 - 15:16
Fire: ମାଇନ୍ସ ଗେଟ୍ ସମ୍ମୁଖରେ ଜଳିଗଲା ଖଣିଜ ପଥର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

"କୋଇଡ଼ା: ଲୁହାପଥର ପରିବହନ ପାଇଁ ଆସି ମାଇନ୍ସ ସମ୍ମୁଖରେ ଜଳିଗଲା ଖଣିଜ ପଥର ବୋଝେଇ ଟ୍ରକ୍।

ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ନିକଟସ୍ଥ ଫିଗ୍ରେଡ୍ ମାଇନ୍ସ ଗେଟ୍ ସମ୍ମୁଖରେ ଘଟିଛି।Advertisment ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଲୁହାପଥର ପରିବହନ ପାଇଁ ଆସିଥିବା ଏକ ଟ୍ରକ୍ ଖଣିଜ ପଥର ବୋଝେଇ କରି ବାହାରୁଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା।

ଟ୍ରକ୍‌ରେ ନିଆଁ ଲାଗିଥିବା ଦେଖି ଚାଳକ କୌଶଳକ୍ରମେ ଗାଡ଼ିରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।ଖବର ପାଇ କୋଇଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତେବେ ଅଗ୍ନିଶମ ବାହିନୀ ନିଆଁଲିଭାଇବା ପୂର୍ବରୁ ଟ୍ରକ୍‌ଟିର ପ୍ରାୟ ୭୦ ପ୍ରତିଶତ ଅଂଶ ଜଳିଯାଇଥିବା ଜଣାପଡ଼ିଛି।

ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ପ୍ରାଥମିକ ଅନୁମାନ ଅନୁଯାୟୀ, ସର୍ଟ ସର୍କିଟ୍ ଯୋଗୁଁ ଟ୍ରକ୍‌ରେ ନିଆଁ ଲାଗିଥାଇପାରେ।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Arrested: ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗ ମାମଲା: ୫ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)