LK Advani Hospitalised: କିପରି ଅଛି ଲାଲ୍ କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା
"ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲ୍ କୃଷ୍ଣ ଆଡଭାନୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି।
ଶ୍ବାସନଳୀ ସଂକ୍ରମଣ ଯୋଗୁ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଲ୍ମୋନାରି (ଫୁସ୍ଫୁସ୍) ବିଭାଗର ଏକ ଡାକ୍ତରୀ ଦଳ ଆଡଭାନୀଙ୍କର ଚିକିତ୍ସା କରୁଛନ୍ତି।
Advertisment ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଆଇସିୟୁରେ ଚାଲିଛି ଚିକିତ୍ସା ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରାଯାଇଛି।
ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।
ସ୍ନାୟୁରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି।
ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି।
ହସ୍ପିଟାଲରେ ପହଞ୍ଚି ଭେଟିଲେ ଜେ.ପି.
ନଡ୍ଡା ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେ.ପି.
ନଡ୍ଡା ଆପୋଲୋ ହସ୍ପିଟାଲରେ ପହଞ୍ଚି ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି।
ଏହା ସହିତ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ନେଇଛନ୍ତି।
ପୂର୍ବରୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୯୮ ବର୍ଷୀୟ ଆଡଭାନୀ ଚଳିତ ବର୍ଷ ମେ" ମାସରେ ମଧ୍ୟ ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ସେ କିଛି ଦିନ ହସ୍ପିଟାଲରେ ରହିବା ପରେ ଡିସଚାର୍ଜ ହୋଇଥିଲେ।
ଏହା ପୂର୍ବରୁ ଡିସେମ୍ବର ୨୦୨୪ରେ ମଧ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ସେତେବେଳେ ମଧ୍ୟ ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।
ଭୁବନେଶ୍ବରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
