Fire: ବଲାଙ୍ଗିର ସହରରେ ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି
"ବଲାଙ୍ଗିର: ନିଆଁ ଲାଗି ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି ।
ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ା ଫିସେରୀ ଅଫିସ ସମ୍ମୁଖରେ ଥିବା ଜଳରାମ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ପାଖାପାଖି ୮ ଗୋଟି ଦୋକାନର କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି ।
ମାର୍କେଟ କମ୍ପ୍ଲେକ୍ସରେ ଥିବା ଇଭି ସର୍ଭିସ ସେଣ୍ଟର, ହିରୋ ସ୍ପେୟାର ପାର୍ଟସ୍, ଫର୍ଣ୍ଣିଚର୍, ଔଷଧ ଦୋକାନ, ମିଠା ଦୋକାନ, ଟୁ ହ୍ୱିଲର ସର୍ଭିସ ସେଣ୍ଟର ଭଳି ଦୋକାନ ଗୁଡ଼ିକ ଥିଲା ।
ହଠାତ୍ ଭୋର୍ରୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଧୂଆଁ ବାହାରୁଥିବା ଦେଖି ଦୋକାନ ମାଲିକ ମାନଙ୍କ ସହ ଦମକଳ ବାହିନୀକୁ ଖବର ଦେଇଥିଲେ ।Advertisment ଆହୁରି ପଢ଼ନ୍ତୁ: Indian Citizenship: ଭାରତୀୟ ନାଗରିକତ୍ୱ ଫେରିପାଇଲେ ୯୪ ବର୍ଷୀୟା ବୃଦ୍ଧା: ଆମେରିକା ନାଗରିକତ୍ୱ ତ୍ୟାଗ କରି ଗାଁକୁ ଫେରିଲେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲା ।
ନିଆଁ ଏତେ ଜୋର ଲାଗିଥିଲା ଯେ ଇଭି ସର୍ଭିସ ସେଣ୍ଟରରେ ଯେତେ ସବୁ ଗାଡ଼ି ଥିଲା ଓ ସ୍ପେୟାର ପାର୍ଟସ୍ ସେଣ୍ଟର ଓ ଫର୍ଣ୍ଣିଚର୍ ଦୋକାନ ସାମଗ୍ରୀ ସବୁ ସମ୍ପୂର୍ଣ୍ଣ ଜଳି ପଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି ।
ଅନ୍ୟ ଦୋକାନଗୁଡିକୁ ଅଳ୍ପ ନିଆଁ ଲାଗିଥିବା ବେଳେ ସର୍ଟସର୍କିଟ ଯୋଗୁଁ ହିଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ତେବେ ୮ ଗୋଟି ଦୋକାନର ପାଖାପାଖି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।
ମାର୍କେଟ କମ୍ପ୍ଲେକ୍ସ ମାଲିକ କେମିତି ନିଆଁ ଲାଗିଲା ସେ ବିଷୟରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।"