Financial Literacy Program for Students: ଫାଇନାନ୍ସର ଫର୍ମୁଲା ଶିଖିବେ ପିଲା, ସରକାର ନେଲେ ପଦକ୍ଷେପ
କଲେଜରେ ଏଣିକି କେବଳ ବହି ପାଠ ନୁହେଁ, ପିଲା ପଢ଼ିବେ ସେୟାର ମାର୍କେଟ ପାଠ। ଜାଣିବେ ଷ୍ଟକ୍ ମାର୍କେଟ୍ ଆଉ ମ୍ୟୁଚୁଆଲ୍ ଫଣ୍ଡର ଗଣିତ। ବୁଝିବେ ବ୍ୟାଙ୍କିଙ୍ଗ ଓ ଇନ୍ୟୁରାନ୍ସର ହିସାବ, ଶିଖିବେ ଟଙ୍କାର କାରବାର । ଏଥିପାଇଁ କଲେଜରୁ ଗଢାହେବ କ୍ୟାରିୟର ।
କ୍ଲାସରୁମରୁ ପିଲା ଦେଖିବେ ଫାଇନାନ୍ସ ଦୁନିଆ । ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନୂଆ ପଦକ୍ଷେପ। ବିକମ୍, ବିବିଏ, ବିଏମଏସ୍, ବିଏ ଅର୍ଥଶାସ୍ତ୍ର ଓ ବାଣିଜ୍ୟ, ଏମବିଏ ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ମିଳିବ ୩୦ ଘଣ୍ଟାର ବ୍ୟାବସାୟିକ ମ୍ୟୁଚୁଆଲ୍ ଫଣ୍ଡ ସାର୍ଟିଫିକେଟ୍ କୋର୍ସ।
କେବଳ ତାଲିମ ନୁହେଁ, ଗୁରୁତ୍ୱପୂର୍ଣ୍ଣ NISM ସାର୍ଟିଫିକେସନ୍ ପରୀକ୍ଷା ପାଇଁ ବି କରାଯିବ ପୂରା ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁର ଆଦି ସହରରେ ଏହି ଯୋଜନା ପହଞ୍ଚିବ। ୯୭ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଫାଇନାନ୍ସର ଫର୍ମୁଲା ଶିଖାଯିବ।
କଲେଜରେ ସେୟାର ମାର୍କେଟ ପାଠ
ପିଲା ପଢ଼ିବେ ସେୟାର ମାର୍କେଟ ପାଠ
କଲେଜରେ ଜାଣିବେ ମ୍ୟୁଚୁଆଲ୍ ଫଣ୍ଡ୍ ଗଣିତ
ବୁଝିବେ ବ୍ୟାଙ୍କିଙ୍ଗ ଓ ଇନ୍ୟୁରାନ୍ସର ହିସାବ
କଲେଜରୁ ଗଢାହେବ ସେୟାର ମାର୍କେଟ୍ କ୍ୟାରିୟର
କ୍ଲାସରୁମରୁ ପିଲା ଦେଖିବେ ଫାଇନାନ୍ସ ଦୁନିଆ
ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟୁଚୁଆଲ୍ ଫଣ୍ଡ ସାର୍ଟିଫିକେଟ୍ କୋର୍ସ
ବିକମ୍, ବିବିଏ, ବିଏମଏସ୍, ବିଏ ଅର୍ଥଶାସ୍ତ୍ର ପିଲାଙ୍କୁ ସୁବିଧା
ବାଣିଜ୍ୟ, ଏମବିଏ ଓ ଏମକମ୍ ପିଲା ପଢିବେ ପାଠ
NISM ସାର୍ଟିଫିକେସନ୍ ପରୀକ୍ଷା ପାଇଁ କରାଯିବ ପ୍ରସ୍ତୁତି
ପ୍ରଥମ ପର୍ଯ୍ୟାୟରେ ୯୭ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ସୁବିଧା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।