Flood Fury Intensifies: ବିପଦ ସଙ୍କେତ ଟପି ଗାଁ ଭିତରେ ବନ୍ୟାପାଣି, ଉଛୁଳୁଛି ବୁଢ଼ାବଳଙ୍ଗ

Jul 29, 2026 - 13:11
Flood Fury Intensifies: ବିପଦ ସଙ୍କେତ ଟପି ଗାଁ ଭିତରେ ବନ୍ୟାପାଣି, ଉଛୁଳୁଛି ବୁଢ଼ାବଳଙ୍ଗ

ଉଛୁଳୁଛି ବୁଢ଼ାବଳଙ୍ଗ, ବିପଦ ସଂକେତ ଉପରେ ଜଳକା। ବିପଦ ସଙ୍କେତ ଟପି ଗାଁ ଭିତରେ ପଶିଛି ବନ୍ୟାପାଣି । ବାଲେଶ୍ବର ସଦର ଓ ରେମୁଣାର ବ୍ୟାପକ ଅଞ୍ଚଳ ପାଣିଘେରରେ। କେଉଁଠି ଗାଁ ଜଳବନ୍ଦୀ, ତ କେଉଁଠି ରାସ୍ତା ଉପରେ ପାଣିର ସୁଅ। ଫୁଲାଡ଼ି ଦେଇ ବାଲେଶ୍ୱରରୁ ଜାତୀୟ ରାଜପଥକୁ ଯୋଡ଼ୁଥିବା ମୁଖ୍ୟ ରାସ୍ତା ଉପରେ ପ୍ରାୟ ୪ ଫୁଟ୍ ପାଣି।

ବାଲିଘାଟ ପରେ ଗୁଜୁରୀ ବଜାର ନିକଟରୁ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୬୬ ମିଟରରେ ପହଞ୍ଚିଛି। ଆଉ କ୍ରମାଗତ ଭାବେ ବଢ଼ୁଛି ନଦୀର ଜଳସ୍ତର। ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ଟପିସାରିଛି ଜଳକା । ବିପଦ ସଙ୍କେତ ୬.୫୦ମିଟର ରହିଥିବା ବେଳେ ଏବେ ୬.୫୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ସ୍ଥିତିକୁ ନେଇ ଆଲର୍ଟରେ ରହିଛି ପ୍ରଶାସନ। 

ଉଛୁଳୁଛି ବୁଢ଼ାବଳଙ୍ଗ, ବିପଦ ସଂକେତ ଉପରେ ଜଳକା
ବିପଦ ସଙ୍କେତ ଟପି ଗାଁ ଭିତରେ ବନ୍ୟାପାଣି
ବାଲେଶ୍ବର ସଦର ଓ ରେମୁଣାର ବ୍ୟାପକ ଅଞ୍ଚଳ ପାଣିଘେରରେ
କେଉଁଠି ଗାଁ ଜଳବନ୍ଦୀ, କେଉଁଠି ରାସ୍ତା ଉପରେ ପାଣିର ସୁଅ
ବନ୍ୟା ସ୍ଥିତିକୁ ନେଇ ଆଲର୍ଟରେ ପ୍ରଶାସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।