Mahanadi Water Dispute: ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦୀର୍ଘଦିନ ଧରି ଚାଲିଆସିଥିବା ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ସୁଦ୍ଧା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏନେଇ ସହମତି ହୋଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯିବ। ଉଭୟ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ଓ ସହଯୋଗ ଭିତ୍ତିରେ ସମାଧାନର ବାଟ ବାହାରିବ।
ମହାନଦୀ ଜଳ ବିବାଦ ଆଲୋଚନାରେ ଓଡ଼ିଶାର ଅଧିକାର ଏବଂ ଚାଷୀକୁଳର ଭବିଷ୍ୟତକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥ ସୁରକ୍ଷିତ ରଖି ମହାନଦୀ ଜଳ ପରିଚାଳନା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମହାନଦୀ ଜଳ ବିବାଦ ସମାଧାନ ପାଇଁ ବଢ଼ିଲା ଆଶା
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀର ଜଳ ବଣ୍ଟନକୁ ନେଇ ବହୁ ବର୍ଷ ଧରି ବିବାଦ ରହିଛି। ଏହାକୁ ନେଇ ଟ୍ରିବ୍ୟୁନାଲ୍ରେ ମାମଲା ଚାଲିଥିବାବେଳେ ଏବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ନେଇ ନୂଆ ଆଶା ସୃଷ୍ଟି ହୋଇଛି। ବିଶେଷ କରି ମହାନଦୀ ଉପରେ ନିର୍ଭରଶୀଳ ଚାଷୀ ଓ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଶା ବଢ଼ିଛି।
ଆଜି ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଏବଂ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ ମହାନଦୀ ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲି।
— Mohan Charan Majhi (@MohanMOdisha) July 30, 2026
ଏହି ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର… pic.twitter.com/X0bAB4EkGd
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ କହିଲେ ମୁଖ୍ୟମନ୍ତ୍ରୀ
-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି’
-୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାର ସମାଧାନ
-ଓଡ଼ିଶାର ଅଧିକାର ଓ ଚାଷୀ କୂଳ ଭବିଷ୍ୟତକୁ ଗୁରୁତ୍ବ ଦିଆଯାଇଛି’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।