Film: ମୁମ୍ବାଇରେ ‘ଦାହାନ୍‌: ଦି ଇଭିଲ୍‌ ୱିଦିନ୍‌’ର ସ୍ୱତନ୍ତ୍ର ପ୍ରିମିୟର୍‌, ୧୧ରେ ପରଦାକୁ ଆସିବ

Sep 10, 2026 - 04:46
Film: ମୁମ୍ବାଇରେ ‘ଦାହାନ୍‌: ଦି ଇଭିଲ୍‌ ୱିଦିନ୍‌’ର ସ୍ୱତନ୍ତ୍ର ପ୍ରିମିୟର୍‌, ୧୧ରେ ପରଦାକୁ ଆସିବ

"ଭୁବନେଶ୍ବର: ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ବହୁ ପ୍ରତୀକ୍ଷିତ ଓଡ଼ିଆ ହରର୍ ଚଳଚ୍ଚିତ୍ର "ଦାହାନ୍‌: ଦି ଇଭିଲ୍ ୱିଦିନ୍"ର ସ୍ବତନ୍ତ୍ର ପ୍ରିମିୟର୍‌ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ୱତନ୍ତ୍ର ପ୍ରଦର୍ଶନୀରେ ବଲିଉଡ୍ ଜଗତର ଜଣାଶୁଣା ବ୍ୟକ୍ତିତ୍ୱଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଇନ୍‌ଫ୍ଲୁଏନ୍ସର୍, କଣ୍ଟେଣ୍ଟ କ୍ରିଏଟର୍ ଓ ସିନେପ୍ରେମୀ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ।

ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକ ଓ ପ୍ରଯୋଜିକା ବର୍ଷା ପଟ୍ଟନାୟକଙ୍କ ଦ୍ବାରା ଆୟୋଜିତ ଏହି ପ୍ରିମିୟର୍‌ରେ ଅଭିନେତା ସନୋଜ କୁମାର ଓ "ଦାହାନ୍‌" ଟିମ୍‌ର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରର ରୋମାଞ୍ଚ, ଅଭିନୟ ଓ ଅଲୌକିକ କାହାଣୀ ଦର୍ଶକଙ୍କୁ ପ୍ରଭାବିତ କରିଛି।

ବହୁ ଉଚ୍ଚକୋଟୀର ଅତ୍ୟାଧୁନିକ ଭିଏଫ୍‌ଏକ୍ସ କାମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଛି।

ଏକ ସ୍ୱତନ୍ତ୍ର ସିନେମାଟିକ୍ ସ୍କେଲ୍ ଓ ଉପସ୍ଥାପନା ଶୈଳୀ ସହିତ ଓଡ଼ିଆ ହରର୍ କାହାଣୀ ପରିବେଷଣ ପ୍ରୟାସକୁ ପ୍ରଶଂସା କରିଥିଲେ।

ଆସନ୍ତା ୧୧ ତାରିଖରେ ସାରା ଭାରତର ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।Advertisment Air strike: ସକ୍ରିୟ ହେବ "ମକ୍କା ଚୁକ୍ତି" ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ କ୍ୟାମେରା ପରିଚାଳନାରେ ଦୀପକ କୁମାର ଓ ସମ୍ପାଦନାରେ ରଶ୍ମିରଞ୍ଜନ ଦାଶ ଦାୟିତ୍ବ ତୁଲାଇଥିବା ବେଳେ ଆଶିଷ ପ୍ରଧାନ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ, ଲାଇନ୍‌ ପ୍ରଯୋଜକ ଦିବ୍ୟଜ୍ୟୋତି ମହାନ୍ତି, ସଂଳାପରେ ପ୍ରଣବ ପ୍ରସନ୍ନ ରଥ, ଶବ୍ଦ ଗ୍ରହଣରେ ଶକ୍ତିସ୍ବରୂପ ଦ୍ବିବେଦୀ ଦାୟିତ୍ବ ତୁଲାଇଛନ୍ତି।

ସମସାମୟିକ ଓଡ଼ିଆ ହରର୍ ସିନେମାରେ ଏକ ନୂତନ ସ୍ୱାଦ ଆଣିବାକୁ "ଦାହାନ୍‌" ଲକ୍ଷ୍ୟ ରଖିଛି।

ମୁମ୍ବାଇରେ ହୋଇଥିବା ପ୍ରିମିୟରରେ ଦର୍ଶକଙ୍କ ପାଖରୁ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ପାଇବା ପରେ, ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହେଉଛି।

STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍‌ଟିଏଫ୍‌ର ତନାଘନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)