Fighter jets Indi: ଏଫ୍‌-୩୫ ବିକ୍ରି ପାଇଁ ଆମେରିକାର ଔପଚାରିକ ପ୍ରସ୍ତାବ ଆସିନାହିଁ: ବାୟୁସେନା ମୁଖ୍ୟ

Oct 11, 2026 - 20:12
Fighter jets Indi: ଏଫ୍‌-୩୫ ବିକ୍ରି ପାଇଁ ଆମେରିକାର ଔପଚାରିକ ପ୍ରସ୍ତାବ ଆସିନାହିଁ: ବାୟୁସେନା ମୁଖ୍ୟ

"ଯୋଧପୁର: ଆମେରିକା ଭାରତକୁ ଏଫ୍‌-୩୫ ଯୁଦ୍ଧବିମାନ ବିକ୍ରି କରିବା ପାଇଁ ଏଯାଏଁ କୌଣସି ଔପଚାରିକ ପ୍ରସ୍ତାବ ଦେଇନାହିଁ।

ସେହିପରି ରୁଷ୍‌ର ଅତ୍ୟାଧୁନିକ ଏସ୍‌ୟୁ-୫୭ ଯୁଦ୍ଧବିମାନ କିଣିବା ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।

ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍‌ ମାର୍ଶାଲ ଏ.ପି.

ସିଂହ ଶନିବାର ରାଜସ୍ଥାନର ଯୋଧପୁରଠାରେ ଏହି ସୂଚନା ଦେଇଛନ୍ତି।Advertisment ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ "ତରଙ୍ଗ ଶକ୍ତି-୨୦୨୬"ର ଉଦ୍‌ଯାପନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏୟାର୍ ଚିଫ୍‌ ମାର୍ଶାଲ ସିଂହ ଏହି ମନ୍ତବ୍ୟ ଦେଇଥିଲେ।

ତାଙ୍କ ପାଖରେ ଆମେରିକାର ପ୍ରଶାନ୍ତ ମହାସାଗରୀୟ ବାୟୁସେନା ମୁଖ୍ୟ ଜେନେରାଲ କେଭିନ୍‌ ସ୍ନାଇଡର୍‌ ଉପସ୍ଥିତ ଥିଲେ।

ଏଫ୍‌-୩୫ ବିକ୍ରି ସମ୍ପର୍କରେ ପ୍ରଶ୍ନ ହେବାରୁ ସିଂହ ହାସ୍ୟରସ ଛଳରେ କହିଥିଲେ, ଆପଣମାନେ ଆମକୁ ବିମାନ ପାଖକୁ ମଧ୍ୟ ଯିବାକୁ ଦେଉନାହାନ୍ତି, ଆଉ ଆମକୁ ବିକ୍ରି କରିବା କଥା କହୁଛନ୍ତି।

ସେ ସ୍ପଷ୍ଟ କରିଥିଲେ ଯେ, ଆମେରିକା ପକ୍ଷରୁ ଏଫ୍‌-୩୫ ବିକ୍ରି ପାଇଁ କୌଣସି ଔପଚାରିକ ପ୍ରସ୍ତାବ ଭାରତକୁ ମିଳିନାହିଁ।

ରୁଷ୍‌ର ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଏସ୍‌ୟୁ-୫୭ କିଣିବା ସମ୍ପର୍କରେ ପଚରାଯିବାରୁ ବାୟୁସେନା ମୁଖ୍ୟ କହିଥିଲେ ଯେ ରୁଷ୍‌ ପକ୍ଷରୁ ଏକ ପ୍ରସ୍ତାବ ଆସିଥିବା ତାଙ୍କ ବିଭାଗ ଜାଣିବାକୁ ପାଇଛି।

କିନ୍ତୁ ଏହାର ପରୀକ୍ଷଣ ଓ ମୂଲ୍ୟାଙ୍କନ କରାଯିବ କି ନାହିଁ, ସେ ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ସରକାରଙ୍କଠାରୁ ନିର୍ଦ୍ଦେଶ ମିଳିବା ପରେ ଏହି ବିମାନ ଭାରତୀୟ ବାୟୁସେନାର ଆବଶ୍ୟକତା କେତେ ପୂରଣ କରିପାରିବ, ତାହା ମୂଲ୍ୟାଙ୍କନ କରାଯିବ।

ମୁନୀରଙ୍କ ପରେ ପାକ୍ ବାୟୁସେନା ମୁଖ୍ୟ ବି ଆମେରିକା ଗଲେ "ତରଙ୍ଗ ଶକ୍ତି-୨୦୨୬"ରେ ଆମେରିକା ସମେତ ଆଠଟି ଦେଶର ବାୟୁସେନା ଅଂଶଗ୍ରହଣ କରିଥିଲେ।

ଏହି ଅଭ୍ୟାସରେ ଆମେରିକାର ଏଫ୍‌-୩୫ଏ ଯୁଦ୍ଧବିମାନ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ସାମିଲ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଭାରତ ନିଜର ଭବିଷ୍ୟତ ଯୁଦ୍ଧବିମାନ ଆବଶ୍ୟକତା, ବିଦେଶୀ ପ୍ରଯୁକ୍ତି ଓ ସ୍ୱଦେଶୀ ପଞ୍ଚମ ପିଢ଼ିର ଯୁଦ୍ଧବିମାନ ପ୍ରକଳ୍ପ ଉପରେ ବିଚାର କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)