FIFA World Cup: ୭୦ବର୍ଷ ପରେ କ୍ବାର୍ଟରରେ ସ୍ବିଜରଲାଣ୍ଡ

Jul 08, 2026 - 10:54
FIFA World Cup: ୭୦ବର୍ଷ ପରେ କ୍ବାର୍ଟରରେ ସ୍ବିଜରଲାଣ୍ଡ

"ଭ୍ୟାଙ୍କୁଭର: ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ବକପ୍‌ର ଏକ ରୋମାଞ୍ଚକ ରାଉଣ୍ଡ୍‌ ଅଫ୍ ୧୬ ମ୍ୟାଚ୍‌ରେ ସ୍ବିଜରଲାଣ୍ଡ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ କଲମ୍ବିଆକୁ ୪-୩ (୦-୦) ଗୋଲ୍‌ରେ ହରାଇ ବିଦାୟର ପଥ ଦେଖାଇ ଦେଇଛି।

ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟରେ ଉଭ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ।

ସୁଟ୍‌ଆଉଟ୍‌ରେ କିିନ୍ତୁ ସ୍ବିଜରଲାଣ୍ଡ ବାଜି ମାରି ନେଇଥିଲା।

ଏହାକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୪-୩ ଗୋଲ୍‌ରେ ଜିତି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା।

Advertisment ନିର୍ଦ୍ଧାରିତ ସମୟରେ ଉଭୟ ଦଳ ବଲ୍‌କୁ ପାଖାପାଖି ସମାନ ସମୟ ନିୟନ୍ତ୍ରଣରେ ରଖିଥିଲେ।

ପ୍ରତିପକ୍ଷଙ୍କ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣରେ କଲମ୍ବିଆ କିନ୍ତୁ ଢେର ଆଗରେ ରହିଥିଲା।

କଲମ୍ବିଆ ୧୫ଥର ସ୍ବିଜରଲାଣ୍ଡ ଗୋଲ୍‌ପୋଷ୍ଟକୁ ଆକ୍ରମଣ କରିଥିଲା ବେଳେ ସ୍ବିଜରଲାଣ୍ଡ ମାତ୍ର ୭ ଥର କଲମ୍ବିଆ ଗୋଲ୍‌ପୋଷ୍ଟ ଉପରେ ଆକ୍ରମଣ କରିଥିଲା।

ହେଲେ ସ୍ବିଜରଲାଣ୍ଡର ସଜାଗ ରକ୍ଷଣଭାଗ ପାଇଁ କଲମ୍ବିଆ ଗୋଲ୍‌ କରିବାରେ ସକ୍ଷମ ‌ହୋଇଥିଲା।

ପୁଣି ସୁଟ୍‌ଆଉଟ୍‌ରେ ଗୋଟିଏ ଗୋଲ୍‌ରେ ପଛରେ ପଡ଼ି ବିଦାୟ ନେଇଥିଲା।

TRUMP : ବିଶ୍ବକପ୍‌ରେ ଟ୍ରମ୍ପଙ୍କ ହସ୍ତକ୍ଷେପ !

ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ରୁବେନ୍ ଭାର୍ଗାସ୍ ନିର୍ଣ୍ଣାୟକ ପଞ୍ଚମ ପେନାଲ୍ଟିକୁ ସଫଳତାର ସହ ଗୋଲ୍‌ରେ ପରିଣତ କରି ନିଜ ଦଳକୁ ବିଜୟ ଦେଇଥିଲେ।

ଅନ୍ୟପଟେ କଲମ୍ବିଆର ଡାଭିନସନ୍ ସାଞ୍ଚେଜ୍‌ଙ୍କ ସଟ୍ କ୍ରସ୍‌ବାର୍‌ରେ ବାଜି ଫେରିଥିବା ବେଳେ କୁଚୋ ହର୍ନାଣ୍ଡେଜ୍‌ଙ୍କ ପେନାଲ୍ଟିକୁ ସ୍ୱିସ୍ ଗୋଲ୍‌ରକ୍ଷକ ଗ୍ରେଗର୍ କୋବେଲ୍ ଅଟକାଇ ଦେଇଥିଲେ।

ମ୍ୟାଚ୍ ପୂର୍ବରୁ ଆହତ ହୋଇ ଉଦୀୟମାନ ତାରକା ଜୋହାନ୍ ମାନଜାମ୍ବି ବାଦ୍‌ପଡ଼ିବା ସ୍ୱିଜରଲ୍ୟାଣ୍ଡ ପାଇଁ ବଡ଼ ଝଟକା ଥିଲା।

ପ୍ରଥମାର୍ଦ୍ଧରେ କଲମ୍ବିଆ ବଲ୍‌ ଉପରେ ଅଧିକ ନିୟନ୍ତ୍ରଣ ରଖିଥିଲେ ମଧ୍ୟ ସ୍ପଷ୍ଟ ଗୋଲ୍‌ ସୁଯୋଗ ସୃଷ୍ଟି କରିପାରି ନଥିଲା।

ଗୁସ୍ତାଭୋ ପୁଏର୍ତାଙ୍କ ଦୂରରୁ ଥିବା ଶକ୍ତିଶାଳୀ ସଟ୍‌କୁ କୋବେଲ୍ ଚମତ୍କାର ସେଭ୍ କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଦୁଇ ଦଳ ଗୋଲ୍‌ କରିବାରେ ବିଫଳ ହୋଇଥିଲେ।

ଲୁଇସ୍ ସୁଆରେଜ୍ ଏକ ସୁନ୍ଦର ସୁଯୋଗ ହାତଛଡ଼ା କରିଥିବା ବେଳେ ସ୍ୱିଜରଲ୍ୟାଣ୍ଡର ଫାବିଆନ୍ ରିଡର୍‌ଙ୍କ ଭଲିକୁ କଲମ୍ବିଆ ଗୋଲ୍‌ରକ୍ଷକ କାମିଲୋ ଭାର୍ଗାସ୍ ସହଜରେ ରୋକିଥିଲେ।

ଅତିରିକ୍ତ ସମୟରେ କଲମ୍ବିଆର ଝୋନ୍ ଲୁକୁମିଙ୍କ ହେଡର୍ କ୍ରସ୍‌ବାର୍‌ରେ ବାଜିଥିବା ବେଳେ ସ୍ୱିଜରଲ୍ୟାଣ୍ଡର ଜେକି ଆମ୍ଡୋଉନିଙ୍କ ପ୍ରୟାସକୁ କାମିଲୋ ଭାର୍ଗାସ୍ ବଞ୍ଚାଇ ଦେଇଥିଲେ।

ଜାମିଣ୍ଟନ୍ କାମ୍ପାଜ୍‌ଙ୍କ ନିକଟରେ ମଧ୍ୟ କଲମ୍ବିଆ ପାଇଁ ବିଜୟସୂଚକ ଗୋଲ୍ କରିବାର ସୁଯୋଗ ଥିଲା, କିନ୍ତୁ ସେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ।

ସ୍ବିଜରଲାଣ୍ଡ ୭୦ରୁ ଅଧିକବର୍ଷ ପରେ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପରେ ଏହି ଦେଶ ଉତ୍ସବମୁଖର ହୋଇଛି।

କ୍ୱାର୍ଟର ଫାଇନାଲ୍‌ରେ ସ୍ୱିଜରଲ୍ୟାଣ୍ଡର ମୁକାବିଲା ଲିଓନେଲ୍ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ସହ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।