Phone Buddy: ଫୋନ୍ ବଡି
"ସାଙ୍ଗସାଥୀମାନେ ଆପଣଙ୍କ ମୁହଁକୁ ଯେତେ ଭଲଭାବେ ଚିହ୍ନି ନ ଥିବେ, ବୋଧହୁଏ ମୋବାଇଲ୍ ଫୋନ୍ ତା"ଠାରୁ ଅଧିକ ଜାଣିଥିବ।
ଆପଣ କେତେବେଳେ ଶେଯ ଛାଡ଼ନ୍ତି, କେତେବେଳେ ଆପଣଙ୍କୁ ଚିଟା ଲାଗେ ଓ କେତେବେଳେ ନିଦ ଆସେ ନାହିଁ- ଏସବୁ କଥା ବି ମୋବାଇଲ୍କୁ ଜଣା।
ଏହାଛଡ଼ା ବର୍ଷ ବର୍ଷ ଧରି ସ୍କ୍ରୋଲିଂ, ଟେକ୍ଷ୍ଟିଂ, ଗେମିଂ ଓ ବିଞ୍ଜ୍-ୱାଚିଂ ଦ୍ବାରା ଏହା ଆପଣଙ୍କୁ ଅଭ୍ୟାସରେ ମଧ୍ୟ ପକାଇ ଦେଇଥାଏ।
ଦେହଠାରୁ ଆଗକୁ ଝୁଙ୍କି ରହୁଥିବା କାନ୍ଧ, ଅନମନୀୟ ବେକ, ବୁଢ଼ା ଆଙ୍ଗୁଠି ବିନ୍ଧା ଓ କ୍ଳାନ୍ତ ଆଖି- ଶରୀରରେ ଏସବୁ ଲକ୍ଷଣ ଦେଖାଦେଲେ ହାତରେ ଫୋନ୍ ଥାଉ ବା ନ ଥାଉ ସବୁବେଳେ ତଳକୁ ଚାହିଁବାକୁ ଇଚ୍ଛାହୁଏ।
ଏବେ ଏଭଳି ପରିବର୍ତ୍ତିତ ଶାରୀରିକ ଅବସ୍ଥାକୁ "ଫୋନ୍ ବଡି" ବୋଲି କୁହାଯାଉଛି।
ମଣିଷ ଶରୀରରେ ଏଭଳି ଅବସ୍ଥା ସାଧାରଣ ହୋଇଯାଉଥିବା ଡାକ୍ତରମାନେ ମଧ୍ୟ କହୁଛନ୍ତି।Advertisment Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଦିଲ୍ଲୀସ୍ଥିତ ସିକେ ବିର୍ଲା ହସ୍ପିଟାଲ୍ର ଅସ୍ଥିଶଲ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ମୈଚାନ୍ଦ୍ କହନ୍ତି, ଏହା ହେଉଛି ଦୀର୍ଘ ସମୟ ଧରି ସ୍ମାର୍ଟଫୋନ୍ ଓ ସ୍କ୍ରିନ୍ ବ୍ୟବହାର ସହ ଜଡ଼ିତ ଅଧୋଦୃଷ୍ଟିଜନିତ ମାଂଶପେଶୀ ଓ ଅସ୍ଥିକଙ୍କାଳ ସମସ୍ୟା।
ଏହାଯୋଗୁଁ ଦେଖା ଦେଉଥିବା ସାଧାରଣ ସମସ୍ୟା ହେଉଛି ବେକ ଟାଣ ହୋଇଯିବା, ଶରୀର ଠାରୁ ଦୁଇ କାନ୍ଧ ଆଗକୁ ବାହାରି ରହିବା, ପିଠିର ଉପର ଭାଗ ବିନ୍ଧିବା, ବାରମ୍ବାର ଚଳପ୍ରଚଳ ହୋଇ ମଣିବନ୍ଧ ଓ ବୁଢ଼ାଆଙ୍ଗୁଠି ଦରଜ ଓ ମାଂସପେଶୀ କ୍ଳାନ୍ତ ହୋଇଯିବା।
ଏସବୁ ଶାରୀରିକ ଅବସ୍ଥା ପ୍ରତି ଧ୍ୟାନ ନ ଦେେଲ ସମୟ କ୍ରମେ ଏହା ମାଂସପେଶୀ ଅସନ୍ତୁଳନତା ସହ ମେରୁଦଣ୍ଡକୁ ସ୍ଥାଣୁ କରି ପକାଇବ। "ଫୋନ୍ ବଡି" କେବଳ ବସିବା ସମସ୍ୟା ନୁହେଁ।
ଅନବରତ ସ୍ବାଇପିଂ, ଟାଇପିଂ ଓ ଗେମିଂ ଯୋଗୁଁ ଚକ୍ଷୁଶୁଷ୍କତା, ଜାଲୁଜାଲୁଆ ଦୃଷ୍ଟି ଓ ଚକ୍ଷୁକ୍ଳାନ୍ତି ଭଳି ସମସ୍ୟା ଦେଖାଦିଏ।
ମନୁଷ୍ୟ ମୁଣ୍ଡର ଓଜନ ପ୍ରାୟ ସାଢ଼େ ଚାରିରୁ ସାଢ଼େ ପାଞ୍ଚ କିଲୋ।
ତେବେ ମେସେଜ୍ ଚେକ୍ କରିବା କିମ୍ବା ରିଲ୍ଟିଏ ଦେଖିବା ପାଇଁ ଆଗକୁ ଝୁଙ୍କିଲେ ବେକ, କାନ୍ଧ ଓ ମେରୁହାଡ଼ର ଉପର ଭାଗରେ ଅଧିକ ଚାପ ପଡ଼େ।
ଦିନକୁ ଅସଂଖ୍ୟ ଥର ବହୁଦିନ ଧରି ଏଭଳି କଲେ ଟେକ୍ଷ୍ଟ ନେକ୍ ସିଣ୍ଡ୍ରୋମ୍ ହୋଇଥାଏ।
ଫଳରେ ବେକ ଅନମନୀୟ ହୋଇ ମୁଣ୍ଡ ଓ କାନ୍ଧ ବିନ୍ଧେ ଓ ଶରୀରର ଚଳତ୍ଶକ୍ତି ହ୍ରାସ ପାଏ।
ସ୍କ୍ରୋଲିଂ କଲା ବେଳେ ମନୁଷ୍ୟ ସାଧାରଣତଃ ଦୁଇକାନ୍ଧ ଆଗକୁ ଝୁଙ୍କାଇ, ଥୋଡ଼ି ବେକ ଆଡ଼କୁ ଜାକି ଓ ପିଠିକୁ ପ୍ରଶ୍ନବାଚକ ଚିହ୍ନ ଭଳି ବଙ୍କାଇ ବସିଥାଏ।
ଏଭଳି ଭାବରେ ଘଣ୍ଟା ଘଣ୍ଟା ବସି ରହିଲେ ବସିବା ଭଙ୍ଗୀ ବିକୃତ ହୋଇଯାଏ।
ବକ୍ଷ ମାଂସପେଶୀ କ୍ରମେ ଜାକି ହୋଇଯାଏ, କିନ୍ତୁ ପିଠି ଉପର ମାଂସପେଶୀ ଦୁର୍ବଳ ହୋଇଯାଏ।
ଫଳରେ ମନୁଷ୍ୟ ସିଧା ଠିଆ ହୋଇପାରେ ନାହିଁ।
Mobile nuclear reactor: ଭ୍ରାମ୍ୟମାଣ ନ୍ୟୁକ୍ଲିଆର୍ ରିଆକ୍ଟର୍ ଫୋନ୍ ବଡି କେବଳ ବସିବା ସମସ୍ୟା ନୁହେଁ, ଅନବରତ ସ୍ବାଇପିଂ, ଟାଇପିଂ ଓ ଗେମିଂ ଯୋଗୁଁ ଚକ୍ଷୁଶୁଷ୍କତା, ଜାଲୁଜାଲୁଆ ଦୃଷ୍ଟି ଓ ଚକ୍ଷୁକ୍ଳାନ୍ତି ଭଳି ସମସ୍ୟା ଦେଖାଦିଏ।
କଥାରେ ଅଛି, ଜଣେ ଯେତେ କମ୍ ବୁଲାଚଲା କରିବେ, ତାଙ୍କ ଶରୀର ମଧ୍ୟ ସେତେ କମ୍ ଚାଲବୁଲ କରିବାକୁ ଚାହିଁବ।
ତେଣୁ ଚଳପ୍ରଚଳ କରିବା ଅଥବା ବ୍ୟାୟାମ ନ କରି ଦୀର୍ଘ ସମୟ ଫୋନ୍ ଧରି ବସିରହିଲେ ମାଂସପେଶୀ ଦୁର୍ବଳ ହେବା ସହ ମୋଟାମୋଟି ଫିଟ୍ନେସ୍ ହ୍ରାସ ପାଇବ।
ଦିନର ଶେଷ ଆଡ଼କୁ ଆଳସ୍ୟ ଲାଗିବ।
ଏବେ ତ ସ୍ମାର୍ଟଫୋନ୍ ଯୁଗ।
ସ୍ମାର୍ଟଫୋନ୍ ନ ହେଲେ ଚଳିବା ମୁସ୍କିଲ୍।
ତେଣୁ ଫୋନ୍ ପୂରା ଛାଡ଼ିବା କିମ୍ବା ପରିବର୍ତ୍ତନ କରାଯାଇ ପାରିବ ନାହିଁ।
କିନ୍ତୁ ଏହାର ବ୍ୟବହାର ପ୍ରଣାଳୀ ଟିକେ ବଦଳାଇ ଦେଲେ ଶରୀର ପ୍ରତି ଉପକାର ହେବ।
ଯଦି କେହି ଦୀର୍ଘ ସମୟ ସ୍କ୍ରିନ୍ରେ ପଢ଼ାପଢ଼ି ଅଥବା କାମ କରୁଛନ୍ତି, ତା"ହେଲେ ପ୍ରତି ଅଧଘଣ୍ଟା କିମ୍ବା ଘଣ୍ଟାକେ ଥରେ ଉଠି ବେକ ଓ କାନ୍ଧ ସମ୍ପ୍ରସାରଣ କରନ୍ତୁ ଏବଂ କିଛି ସମୟ ଚାଲବୁଲ କରନ୍ତୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।