Garlic Tea: ହାଣ୍ଡିଶାଳ ବୈଦ୍ୟ: ରସୁଣ ଚା’

Jul 08, 2026 - 07:17
Garlic Tea: ହାଣ୍ଡିଶାଳ ବୈଦ୍ୟ: ରସୁଣ ଚା’

"ଅଧିକାଂଶ ଲୋକ ପ୍ରତିଦିନ ବିଭିନ୍ନ ପ୍ରକାର ଚା" ପିଇଥାଆନ୍ତି।

ତା ଭିତରେ ରହିଛି କ୍ଷୀର ଚା", ନାଲି ଚା", ଗ୍ରୀନ୍‌ ଟି, ବ୍ଲାକ୍‌ ଟି ଇତ୍ୟାଦି।

ହେଲେ କେବେ ରସୁଣ ଚା" ପିଇବାର ଶୁଣିଛନ୍ତି କି?

ରସୁଣ ଯେପରି ଆମ ଶରୀର ପାଇଁ ଉପକାରୀ, ସେହିପରି ଏଥିରୁ ତିଆରି ଚା" ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର।

ରସୁଣ ଚା" ପିଇବା ଦ୍ବାରା ରକ୍ତର ଶର୍କରା ପରିମାଣ ନିୟନ୍ତ୍ରିତ ହୋଇଥାଏ।

ସେହିପରି କୋଲେଷ୍ଟ୍ରଲ୍‌ ମଧ୍ୟ ହ୍ରାସ ପାଇଥାଏ।

ରସୁଣ ଚା" ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ।

ପ୍ରତ୍ୟେକ ରୋଷେଇ ଘରେ ରସୁଣ ମିଳିବ।

ଏହାକୁ ଜଡ଼ିବୁଟି ବୋଲି ମଧ୍ୟ କୁହାଯାଏ।

ଏଥିରୁ ପ୍ରସ୍ତୁତ ଚା" ପିଇବା ଦ୍ବାରା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ ହୋଇ ଏହା ଶରୀରରେ ଜମୁଥିବା ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇ ନଥାଏ।

ରସୁଣ ଚା" ହୃଦୟଜନିତ ‌ରୋଗ ଦୂର କରିବା ସହ ଶ୍ବାସଜନିତ ରୋଗରୁ ଆମକୁ ରକ୍ଷା କରେ।

ସେହିପରି ଥଣ୍ଡା, କାଶ ଓ କଫ ପାଇଁ ଏହା ଲାଭଦାୟକ।

ଏଥିସହିତ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Advertisment Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ ରସୁଣ ଚା" ପାଚନ ପ୍ରକ୍ରିୟାକୁ ଭଲ ରଖିବା ସହ ଶରୀରର ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖେ।

ତେଣୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଲାଭଦାୟକ।

ମେଦ ବୃଦ୍ଧିକୁ ନେଇ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଔଷଧ ଭଳି।

ଆପଣ ଯଦି ପ୍ରତିଦିନ ସକାଳେ ଏହି ଚା" ପିଉଛନ୍ତି, ତେବେ ଆପଣଙ୍କ ଶରୀର ପାଇଁ ବହୁତ ଭଲ।

ଏହି ଚା" ତିଆରି କରିବା ପ୍ରଣାଳୀ ହେଉଛି, ଦେଢ଼ କପ୍‌ ପାଣିରେ ୨-୩ଟି ଦରଛେଚା ରସୁଣ ‌ମିଶାଇ ପ୍ରାୟ ଦଶ ମିନିଟ୍‌ ଫୁଟାନ୍ତୁ।

ଏହା ପରେ ଗୋଟେ କପ୍‌ରେ ଏହାକୁ ଛାଣି ଏଥିରେ ମହୁ ଓ ଲେମ୍ବୁ ରସ ମିଶାଇ ପିଅନ୍ତୁ।

Meeting : "ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।