Theft: ୫ ମନ୍ଦିରରୁ ସିରିଜ୍ ଚୋରି, ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ

Jul 08, 2026 - 10:54
Theft: ୫ ମନ୍ଦିରରୁ ସିରିଜ୍ ଚୋରି, ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ

"ଖନ୍ତାପଡ଼ା(ବିନୋଦ କୁମାର ବାରିକ): ବାଲେଶ୍ଵର ଜିଲ୍ଲା ପଣପଣା ପଂଚାୟତ ବେଗୁନିଆ ଗ୍ରାମର ୱାର୍ଡ ନଂ -୫ ରେ ଥିବା ବାବା ମଦନ ଜୀଉ ମନ୍ଦିର ,ମା ମଙ୍ଗଳା ମନ୍ଦିର ,ବରୁଣେଇ ମନ୍ଦିର ,ହରିହାଟ ଘରେ ଥିବା ଠାକୁରଙ୍କ ଆସ୍ଥାନାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ରୁପା,ଆସବାବପତ୍ର ଲୁଟିନେଇଥିବା ଆଜି ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଚୋରି ହୋଇଥିବା ସମସ୍ତ ଅଳଙ୍କାର ଓ ଆସବାପତ୍ରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ପତ୍ରରେ ଉଲେଖ ହୋଇଛି।Advertisment ସାଇଣ୍ଟିଫିକ ଟିମ ସହିତ ଯାଞ୍ଚ ହେବ ଖବର ପାଇ ଖନ୍ତାପଡ଼ା ଥାନାର ଏ ଏସ ଆଇ ଅମିତା ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ।

ଦିନକୁ ଦିନ ଦୁର୍ବୃତ୍ତମାନେ ଲୁଟିବା ପାଇଁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ ଅଧିକ ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ ସହିତ ଯାଞ୍ଚ ହେବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Accused: ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।