FIFA World Cup: ଗିଓକେରେସ ଓ ଇଶାକ୍ଙ୍କ ଚମକରେ ସ୍ବିଡେନ୍ ବିଜୟୀ
"ମାଣ୍ଟୋରି: ଭିକ୍ଟର ଗିଓକେରେସ୍ ଓ ଆଲେକ୍ଜାଣ୍ଡର ଇଶାକଙ୍କ ଚମକରେ ସ୍ବିଡେନ୍ ଚଳିତ ବିଶ୍ବକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ସୋମବାର ଗ୍ରୁପ୍-ଏଫ୍"ର ଏକ ମ୍ୟାଚ୍ରେ ଏହି ଦଳ ୫-୧ ଗୋଲ୍ରେ ତୁନିସିଆକୁ ପରାସ୍ତ କରି ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି।
ସପ୍ତମ ମିନିଟ୍ରେ ଗିଓକେରେସ୍ଙ୍କ ପାସ୍କୁ ୟାସିନ ଆୟାରି ଗୋଲ୍ରେ ପରିଣତ କରି ସ୍ବିଡେନ୍କୁ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
Advertisment ଏହାପରେ ଇଶାକ ସାଥୀ ଷ୍ଟ୍ରାଇକର୍ ଗିଓକେରେସ୍ଙ୍କ ପାସ୍ରେ ଗୋଲ୍ କରି ସ୍ବିଡେନ୍କୁ ଯୁଗଳ ଅଗ୍ରଣୀ ଦେଇଥିଲେ।
ହେଲେ ୪୩ତମ ମିନିଟ୍ରେ ତୁନିସିଆର ଓମାର ରେକିକ୍ ଗୋଟିଏ ଗୋଲ୍ ଶୁଝି ସ୍ଥିତି ପ୍ରଥମାର୍ଦ୍ଧ ସୁଦ୍ଧା ୧-୨ କରିଥିଲେ।
ଏହା ରେକିକ୍ଙ୍କ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଥିଲା।
ଦ୍ବିତୀୟାର୍ଦ୍ଧରେ ଇଶାକଙ୍କ ସହଯୋଗରେ ଗିଓକେରେସ୍ (୫୯ ମିନିଟ୍) ଗୋଲ୍ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ।
ଆହୁରି ପଢ଼ନ୍ତୁ: FIFA World Cup: କେବଳ ଉପଯୁକ୍ତ ଲୋକଙ୍କୁ ଆମେରିକାରେ ପ୍ରବେଶ ଅନୁମତି!: ଫିଫା ବିଶ୍ୱକପ୍ ଭିସା ବିବାଦରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ ୮୪ତମ ମିନିଟ୍ରେ ବଦଳରେ ଖେଳାଳି ଭାବେ ମାତିଆସ୍ ସ୍ବନ୍ବର୍ଗ ପଡ଼ିଆରେ ପ୍ରବେଶ କରିବାର ୧୮ ସେକେଣ୍ଡରେ ଗୋଲ୍ ଲଦି ସ୍ବିଡେନ୍କୁ ୪-୧ରେ ଆଗରେ ରଖିଥିଲେ।
ଏଥିସହ ସ୍ବନ୍ବର୍ଗ ବଦଳ ଖେଳାଳି ଭାବେ ଦ୍ବିତୀୟ ଦ୍ରୁତତମ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ।
ଶେଷରେ ଦ୍ବିତୀୟ ଇନ୍ଜୁରି ସମୟରେ ଆୟାରି (୯୦+୬ ମିନିଟ୍) ଗୋଲ୍ ଦେଇ ବକ୍କ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୫-୧ରେ ବିଜୟ ଭେଟି ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।