FIFA Women's World Cup: ଫିଫା ମହିଳା ବିଶ୍ବକପ୍: ୪ ଲେଖାଏଁ ଦେଶ ୨୦୩୧, ୨୦୩୫ ସଂସ୍କରଣର ଆୟୋଜକ
ଜୁରିକ: ଆଗାମୀ ୨୦୩୧ ଓ ୨୦୩୫ରେ ହେବାକୁଥିବା ଫିଫା ମହିଳା ବିଶ୍ବକପ୍ ୪ ଲେଖାଏଁ ଦେଶ ଆୟୋଜନ କରିବେ।
ସୋମବାର ଫିଫା ପରିଚାଳନା ପରିଷଦ ବୈଠକରେ ଏହି ଦୁଇ ସଂସ୍କରଣ ଲାଗି ଆୟୋଜକ ଦେଶର ପ୍ରସ୍ତାବକୁ ଅନୁମୋଦନ ମିଳିଛି।
୨୦୩୧କୁ ଆମେରିକା, ମେକ୍ସିକୋ, କୋଷ୍ଟାରିକା ଓ ଜାମାଇକା ମିଳିତ ଭାବେ ଆୟୋଜନ କରିବେ।
ସେହିଭଳି ୨୦୩୫ର ବିଶ୍ବକପ୍ ଆୟୋଜନ ଅଧିକାର ଇଂଲଣ୍ଡ, ନର୍ଦନ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ୱେଲ୍ସକୁ ମିଳିଛି।
ଉଭୟ ସଂସ୍କରଣ ଲାଗି ପ୍ରସ୍ତାବ ବିନା ପ୍ରତିଦ୍ୱନ୍ଦ୍ୱିତା ରେ ଆସିଥିଲା ଏବଂ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।
Advertisment ସମାନ ଫର୍ମାଟ୍ ବି ୨୦୩୫ରେ ଖେଳାଯିବ ପ୍ରଥମ ଥର ଲାଗି ୨୦୩୧ରେ ୪ ଦେଶ ମିଳିତ ଭାବେ ଫିଫା ବିଶ୍ବକପ୍ ଆୟୋଜନ କରିବ।
୨୦୩୧ ପ୍ରତିଯୋଗିତାରେ ପ୍ରଥମ ଥର ୪୮ ଦଳ ଅଂଶଗ୍ରହଣ କରିବେ।
ମୋଟ ୧୨ ଗ୍ରୁପ୍ ହେବ।
ପ୍ରତିଗ୍ରୁପ୍ରେ ୪ ଲେଖାଏଁ ଦଳ ରହିବେ।
ଗ୍ରୁପ୍ ପର୍ଯ୍ୟାୟ ପରେ ୩୨ ଦଳକୁ ନେଇ ନକ୍ଆଉଟ୍ ଖେଳାଯିବ।
ଏହି ସମାନ ଫର୍ମାଟ୍ ବି ୨୦୩୫ରେ ଖେଳାଯିବ।
ମହିଳା ବିଶ୍ବକପ୍ର ଦଶମ ସଂସ୍କରଣ ଆସନ୍ତା ବର୍ଷ ଜୁନ୍ ୨୪ରୁ ଜୁଲାଇ ୨୫ ପର୍ଯ୍ୟନ୍ତ ବ୍ରାଜିଲରେ ଆୟୋଜିତ ହେବ।
ଟ୍ବେଣ୍ଟି-୨୦ରେ ପ୍ରିୟାଂଶ ପରାକ୍ରମ: ୧୯ ଛକା, ୧୮୧ ରନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
