Fertilizer: ଗୁଣୁପୁରରେ ସାର କଳାବଜାରୀ ରୋକିବାକୁ ଧରପଗଡ଼, ହୋଲସେଲରଙ୍କ ମହଜୁଦ ଓ ବିକ୍ରୟ ରେକର୍ଡ ଯାଞ୍ଚ
"ରାୟଗଡ଼ା: ଚଳିତ ଖରିଫ ଋତୁରେ କୃଷକମାନଙ୍କୁ ନିରବଚ୍ଛିନ୍ନ ଭାବରେ ସାର ଯୋଗାଣ ସୁନିଶ୍ଚିତ କରିବା ଏବଂ କଳାବଜାରୀ, ମହଜୁଦକାରୀ ଓ ଅଧିକ ଦରରେ ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଗୁଣପୁର ବ୍ଲକର ବିଭିନ୍ନ ବେସରକାରୀ ସାର ହୋଲସେଲ ପ୍ରତିଷ୍ଠାନରେ ବ୍ୟାପକ ଏନଫୋର୍ସମେଣ୍ଟ ଓ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଯାଞ୍ଚ ଦଳରେ ରାୟଗଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଗୁଣୁପୁର ବ୍ଲକ କୃଷି ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।
ଯାଞ୍ଚ ସମୟରେ ହୋଲସେଲ ବ୍ୟବସାୟୀମାନଙ୍କର ମହଜୁଦ ସାର , ଷ୍ଟକ୍ ରେଜିଷ୍ଟର, ବିକ୍ରୟ ରେକର୍ଡ, ବିଲ୍ ଓ ଅନ୍ୟାନ୍ୟ ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ଖତିଆନ କରାଯାଇଥିଲା।
ମହଜୁଦ ଥିବା ସାରର ପରିମାଣ ସହ ରେକର୍ଡର ସଠିକତା ଯାଞ୍ଚ କରାଯିବା ସହିତ କୃଷକମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦରରେ ସାର ବିକ୍ରୟ କରାଯାଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ତଦାରଖ କରାଯାଇଥିଲା।
ସାରର କୃତ୍ରିମ ଅଭାବ ସୃଷ୍ଟି, ମହଜୁଦକାରୀ , କଳାବଜାରୀ କିମ୍ବା ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ଭଳି ଅନିୟମିତତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଅଧିକାରୀ ସତର୍କ କରିଛନ୍ତି ।
ସାର ବିକ୍ରୟ ସମୟରେ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ପ୍ରତ୍ୟେକ ବିକ୍ରୟର ସଠିକ ରେକର୍ଡ ସଂରକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଥିଲା।Advertisment ଆକସ୍ମିକ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, କୃଷକମାନଙ୍କୁ ଠିକ ସମୟରେ ଓ ନିର୍ଦ୍ଧାରିତ ଦରରେ ସାର ଉପଲବ୍ଧ କରାଇବା ପାଇଁ ଏପରି ଆକସ୍ମିକ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
ରାଜ୍ୟ ସରକାର ମଧ୍ୟ ସାରର ନ୍ୟାୟସଙ୍ଗତ ବଣ୍ଟନ ଏବଂ କଳାବଜାରୀ ରୋକିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି I Brown Sugar: ରାତି ଅଧରେ ବ୍ରାଉନ ସୁଗାର ବେପାରୀଙ୍କୁ ମାଡ଼ିବସିଲା ପୁଲିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
