FBI: ଭାରତୀୟ ବଂଶୋଦ୍ଭୂତ ଗ୍ୟାଙ୍ଗଷ୍ଟର ମେଜର ସିଂହ ଏଫ୍‌ବିଆଇର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ

Aug 20, 2026 - 09:22
FBI: ଭାରତୀୟ ବଂଶୋଦ୍ଭୂତ ଗ୍ୟାଙ୍ଗଷ୍ଟର ମେଜର ସିଂହ ଏଫ୍‌ବିଆଇର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ

"ଚଣ୍ଡୀଗଡ଼: ଭାରତୀୟ ବଂଶୋଦ୍ଭୂତ ୨୯ ବର୍ଷୀୟ ମେଜର ସିଂହଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ଏଫ୍‌ବିଆଇ) ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ସାମିଲ କରିଛି।

ସେ ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ବୋଲି ଏଫ୍‌ବିଆଇ କହିଛି।

ଆମେରିକାରେ ଏକ ଆନ୍ତର୍ଜାତିକ ଅପରାଧୀ ସଂଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ତାକୁ ଖୋଜାଯାଉଛି।

ଏଫ୍‌ବିଆଇର ବିବୃତି ଅନୁସାରେ, ମଙ୍ଗଳବାର ଏହି ତାଲିକା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଥିଲା।Advertisment ଆହୁରି ପଢନ୍ତୁ :Royal Enfield: ରୟାଲ୍‌ ଏନ୍‌ଫିଲ୍ଡର କ୍ଲାସିକ୍‌ ୩୫୦ ଗୋର୍ଖା ଏଡିସନ୍‌ ଏଫ୍‌ବିଆଇ ଅନୁସାରେ, ମେଜର ସିଂହ ଯେଉଁ ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗ ସହ ଜଡ଼ିତ ବୋଲି ଅଭିଯୋଗ ହୋଇଛି, ତାହାର ଉତ୍ପତ୍ତି ପଞ୍ଜାବରେ।

ବର୍ତ୍ତମାନ ଏହି ସଂଗଠିତ ଅପରାଧୀ ସଂଗଠନ ଆମେରିକାର କାଲିଫର୍ଣ୍ଣିଆରେ କାର୍ଯ୍ୟ କରୁଥିବା ଏଜେନ୍ସି କହିଛି।

ସଂଗଠନ ବିରୋଧରେ ନିୟନ୍ତ୍ରିତ ନିଶାଦ୍ରବ୍ୟ ବିତରଣ ଓ ଅନ୍ୟାନ୍ୟ ଅପରାଧୀ କାର୍ଯ୍ୟକଳାପ ସମ୍ପର୍କିତ ଷଡ଼ଯନ୍ତ୍ରର ଅଭିଯୋଗ ରହିଛି।

ମେଜର ସିଂହ ବିରୋଧରେ ଆମେରିକାର ରୢାକେଟିୟର ଇନ୍‌ଫ୍ଲୁଏନ୍ସଡ୍‌ ଆଣ୍ଡ୍ କରପ୍ଟ ଅର୍ଗାନାଇଜେସନ୍ସ୍‌ (ରିକୋ) ଆଇନ ଅଧୀନରେ ଅଭିଯୋଗ ରହିଛି।

ଏହାସହ ଲାଇସେନ୍ସ ବିନା ଅସ୍ତ୍ର ବ୍ୟବସାୟ ସହ ଜଡ଼ିତ ଷଡ଼ଯନ୍ତ୍ରର ଅଭିଯୋଗ ମଧ୍ୟ ରହିଛି।

ଆହୁରି ପଢନ୍ତୁ :Jammu and Kashmir: ଜମ୍ମୁ-କାଶ୍ମୀର ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ": ଆମେରିକାର ରାଷ୍ଟ୍ରଦୂତ ଗୋର ଏହି ମାମଲାରେ ଜୁନ୍‌ ୨୫, ୨୦୨୬ରେ ଆମେରିକାର କେନ୍ଦ୍ରୀୟ କାଲିଫର୍ଣ୍ଣିଆ ଜିଲ୍ଲା ଅଦାଲତ ପକ୍ଷରୁ ତା" ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା।

ମେଜର ସିଂହ ସମ୍ପର୍କରେ କୌଣସି ସୂଚନା ଥିଲେ ଏଫ୍‌ବିଆଇକୁ ଜଣାଇବାକୁ ଆମେରିକାର ତଦନ୍ତକାରୀ ସଂସ୍ଥା ଲୋକଙ୍କୁ ଅନୁରୋଧ କରିଛି।

ଏହି ମାମଲା ଆମେରିକାରେ ଭାରତୀୟ ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଥିବା ବ୍ୟାପକ ତଦନ୍ତର ଏକ ଅଂଶ।

ଆହୁରି ପଢନ୍ତୁ :America: ଆମେରିକାରେ ଶିଖ୍‌ ଓ ହିନ୍ଦୁ ବିରୋଧୀ ଘୃଣା ହିଂସା ବଢ଼ୁଛି ଏହା ପୂର୍ବରୁ ନୀତିଶ କୌଶଲ ଓ ହରମନବୀର ସିଂହଙ୍କୁ ମଧ୍ୟ ଆନ୍ତର୍ଜାତିକ ଅପରାଧୀ ସଂଗଠନ ସହ ଜଡ଼ିତ ଅଭିଯୋଗରେ ଏଫ୍‌ବିଆଇର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ରଖାଯାଇଥିଲା।

ଜୁଲାଇରେ ଏକ ମିଳିତ ଅଭିଯାନରେ ଆମେରିକା, କାନାଡା ଓ ୟୁରୋପର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ୨୪ ଜଣଙ୍କୁ ଗିରଫ କରିଥିଲେ। "ଅପରେସନ୍‌ ହାର୍ଡବଲ୍‌" ମାମଲାରେ ଆମେରିକାର ନ୍ୟାୟ ବିଭାଗ ମୋଟ ୩୭ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି, ଯେଉଁଥିରେ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଜଗ୍ଗୁ ଭଗବାନପୁରିଆ ମଧ୍ୟ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media