Welcome!

Unlock your personalized experience.
Sign Up

Favorable weather: ଦଶହରା, କୁମାର ପୂର୍ଣ୍ଣିମାରେ ପାଗ ଅନୁକୂଳ

Oct 17, 2026 - 03:10
Favorable weather: ଦଶହରା, କୁମାର ପୂର୍ଣ୍ଣିମାରେ ପାଗ ଅନୁକୂଳ

ଭୁବନେଶ୍ବର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଯାଇଛି। ତାମିଲନାଡୁର ଦକ୍ଷିଣ ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟଠାରୁ ଓଡ଼ିଶା ଉପକୂଳ ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୃତ ନିମ୍ନଚାପ ରେଖା ଲମ୍ବିଛି। ଉତ୍ତର ବଙ୍ଗୋପସାଗରରେ ଉଚ୍ଚତା ଅନୁଯାୟୀ ପବନର ବେଗ ଓ ଦିଗରେ ଅଧିକ ପରିବର୍ତ୍ତନ ଏବଂ ଉପର ବାୟୁମଣ୍ଡଳରେ ଉତ୍ତର ଦିଗରୁ ଶୁଖିଲା ପବନ ପ୍ରବାହ ଯୋଗୁଁ ମେଘ ଅଧିକ ସଂଗଠିତ ହେବା ଓ ପାଣିପାଗ ବ୍ୟବସ୍ଥା ଶକ୍ତିଶାଳୀ ହେବାରେ ବାଧା ସୃଷ୍ଟି ହୋଇପାରେ। ତେବେ ବାୟୁରେ ଜଳୀୟବାଷ୍ପ ଏକାଠି ହେବା ଯୋଗୁଁ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦଶହରା ସମୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହୋଇପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା

ଅକ୍ଟୋବର ୨୦ ଓ ୨୧ରେ ବିଜୟାଦଶମୀ ପାଇଁ ପାଗ ସାଧାରଣତଃ ଅନୁକୂଳ ରହିବ। କନ୍ଧମାଳ ଓ କୋରାପୁଟରେ ରାତିର ପାଗ ଧୀରେ ଧୀରେ ଅଧିକ ସୁଖଦ ହୋଇପାରେ। ଫୁଲବାଣୀ ଓ କୋରାପୁଟର ସର୍ବନିମ୍ନ ତାପମାତ୍ରା କିଛି ଦିନ ତଳେ ପ୍ରାୟ ୧୯ରୁ ୨୦ ଡିଗ୍ରି ରହିଥିଲା। ତେବେ ହଠାତ୍ ଅଧିକ ଥଣ୍ଡା ପଡ଼ିବାର ସୂଚନା ନାହିଁ। କୁମାର ପୂର୍ଣ୍ଣିମାରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିପାରେ। ତେବେ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସମ୍ଭାବ୍ୟ ନୂଆ ଲଘୁଚାପ ଓଡ଼ିଶା ଉପକୂଳଠାରୁ ଦୂରରେ ରହିଲେ କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ଅକ୍ଟୋବର ୨୨ରୁ ୨୪ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପ୍ରଭାବରେ ୨୫ ଓ ୨୬ ତାରିଖ ପାଖାପାଖି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ଆଭ୍ୟନ୍ତରୀଣ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଧୀରେ ଧୀରେ କମିପାରେ। ତେବେ ହଠାତ୍ ଅଧିକ ଥଣ୍ଡା କିମ୍ବା ବ୍ୟାପକ ଘନ କୁହୁଡ଼ି ହେବାର ସୂଚନା ନାହିଁ ବୋଲି ପ୍ରଫେସର ପଶୁପାଳନ ଆକଳନ କରିଛନ୍ତି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)