12 SEPTEMBER 2026

Welcome!

Unlock your personalized experience.
Sign Up

Father-in-law: ଜୋଇଁଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଶ୍ୱଶୁର

Sep 01, 2026 - 04:54
Father-in-law: ଜୋଇଁଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଶ୍ୱଶୁର

ବିଂଝାରପୁର: ଜୋଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ବଶୁର। ଯାଜପୁରଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଖବର ପାଇ ବିଂଝାରପୁର ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସହିତ ଭଦ୍ରକ ଅଞ୍ଚଳର ଆନନ୍ଦ ଦାସଙ୍କ ବିବାହ ହୋଇଥିଲା। ପାରିବାରିକ କଳହକୁ ନେଇ ଆନନ୍ଦଙ୍କ ପତ୍ନୀ ଘରୁ ରାଗି ବାପଘରକୁ ଚାଲିଆସିଥିଲେ। ପତ୍ନୀଙ୍କୁ ନେବାକୁ ଶ୍ବଶୁରଘରକୁ ଆସିଥିଲେ ଆନନ୍ଦ। ସେଠାରେ ମଧ୍ୟ ପତ୍ନୀଙ୍କ ସହ ବଚସା ହୋଇଥିଲା। ଏଥିରେ ଶ୍ୱଶୁର ନିରଞ୍ଜନ ଉତ୍‌କ୍ଷିପ୍ତ ହୋଇ ଜୋଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ମାରି ବେକରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମରୁ ଏହି ଦୃଶ୍ୟ ଦେଖିବା ପରେ ଆଇଆଇସି ବିଲ୍ୱମଙ୍ଗଳ ସେଠୀ କଲ୍ୟାଣପୁରରେ ପହଞ୍ଚି ତଦନ୍ତ କରିଥିବା କହିଛନ୍ତି। ମାତ୍ର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସେ ଜଣାଇଛନ୍ତି।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)