Farmers: ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀଙ୍କ ରାସ୍ତାରୋକ
"ହାଟଡିହି: ବଡରମ୍ପାସ ଡିଷ୍ଟ୍ରିବୁଟାରୀ କେନାଲରେ ଘାଇ କରାଯାଇଥିବା ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଏଭଳି ଅଭିଯୋଗ ଆଣି ଅଞ୍ଚଳର ଏକାଧିକ ଗ୍ରାମର ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।Advertisment ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଶାସଙ୍ଗ, ସୁଲଣ, ଆବୁଲୁପୁରା, ବିରିଡି, ସରଳ, କୋଳିପଦି ଆଦି ଗ୍ରାମର ବର୍ଷାଜଳ ବଡରମ୍ପାସ ଡିଷ୍ଟ୍ରିବୁଟାରୀ କେନାଲରେ ଆସୁଛି।
କିନ୍ତୁ ଆବଶ୍ୟକ ଭାବେ ଜଳ ନିଷ୍କାସନ ହେଉନଥିବାରୁ ବର୍ଷାଜଳ କେନାଲ ଘାଇ ଦ୍ୱାରା ଟୁକୁଣା, ଈଶଳା, ଖସିପୁର, ଓସ୍ତପାଳ, ଧାନଘର, ସଡ଼ଙ୍ଗା, ଇଞ୍ଚୋଳ ଆଦି ଗ୍ରାମକୁ ଯାଇ ଚାଷ ଜମିସବୁ ବୁଡ଼ି ଯାଉଛି।
ଫଳରେ ଚାଷ ଜମିରେ ପାଣି ଜମି ରହିବା ସହ ଚାଷ କାର୍ଯ୍ୟ ଆଗେଇ ନେବା କଷ୍ଟକର ହୋଇପଡ଼ିଛି।
ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।
ଯାହାକୁ ନେଇ ଚାଷୀମାନେ ଅଣା - ସମଣା ରାସ୍ତାର ଇଶଳା ନିକଟରେ ରାସ୍ତାରୋକ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
