Family of 4 Found Dead: ୯୧୧କୁ ଝିଅର ଶେଷ ଫୋନ୍‌ କଲ୍‌, ଘରୁ ମିଳିଲା ୪ ମୃତଦେହ

Nov 22, 2026 - 11:18
Family of 4 Found Dead: ୯୧୧କୁ ଝିଅର ଶେଷ ଫୋନ୍‌ କଲ୍‌, ଘରୁ ମିଳିଲା ୪ ମୃତଦେହ

ଆମେରିକାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।

ଘର ଭିତରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକଙ୍କ ମଧ୍ୟରେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର, ତାଙ୍କ ସ୍ୱାମୀ ଏବଂ ଦୁଇ ନାବାଳିକା ଝିଅ ଅଛନ୍ତି।

ଜଣେ ଝିଅ ୯୧୧ ଜରୁରୀକାଳୀନ ନମ୍ବରକୁ ଫୋନ୍ କରି ବାପାଙ୍କ ପାଖରେ ବନ୍ଧୁକ ଥିବା ଏବଂ ସେ ପରିବାରକୁ ଗୁଳି କରିବାକୁ ଧମକ ଦେଉଥିବା କହିଥିଲେ।

ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ ମୃତଦେହ ଠାବ କରିଥିଲା।

Advertisment ସୂଚନା ଅନୁଯାୟୀ, ନଭେମ୍ବର ୧୮ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍‌ରେ ଇଣ୍ଡିଆନା ରାଜ୍ୟର ଟିପେକାନୋ କାଉଣ୍ଟିସ୍ଥିତ ଏକ ଘରୁ ଏହି ଜରୁରୀକାଳୀନ କଲ୍‌ ଆସିଥିଲା।

ଫୋନ୍‌ରେ ଜଣେ ଝିଅ ତାଙ୍କ ବାପାଙ୍କ ପାଖରେ ବନ୍ଧୁକ ଥିବା ଏବଂ ସେ ସମସ୍ତଙ୍କୁ ଗୁଳି କରିବାକୁ ଧମକ ଦେଉଥିବା ଜଣାଇଥିଲେ।

କିଛି ସମୟ ପରେ ଫୋନ୍‌ ଲାଇନରେ ଥିବା ଅପରପଟୁ କିଛି ଶୁଭା ଯାଇନଥିଲା।

କିଛି ସମୟ ପରେ ଜରୁରୀକାଳୀନ ସେବାର ଜଣେ କର୍ମଚାରୀ ଫୋନ୍‌ରେ ଏକାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିଥିବା ଜଣାପଡ଼ିଛି।

ମୃତକମାନେ ହେଲେ ଜୁଲି ଟକାଚ୍, ତାଙ୍କ ୫୧ ବର୍ଷୀୟ ସ୍ୱାମୀ ଥୋମାସ ଟକାଚ୍ ଏବଂ ସେମାନଙ୍କ ୧୭ ଓ ୧୬ ବର୍ଷୀୟ ଦୁଇ ଝିଅ।

ଟିପେକାନୋ କାଉଣ୍ଟି କରୋନର କାର୍ଯ୍ୟାଳୟ ଅନୁଯାୟୀ, ଥୋମାସଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଏବଂ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ମୃତ୍ୟୁକୁ ହତ୍ୟା ବୋଲି ଘୋଷଣା କରାଯାଇଛି।

ପ୍ରାଥମିକ ଭାବେ ଥୋମାସ ପ୍ରଥମେ ହତ୍ୟା କରିବା ପରେ ନିଜେ ଜୀବନ ହାରିଥିବା ଇଣ୍ଡିଆନା ଷ୍ଟେଟ୍ ପୁଲିସ ସନ୍ଦେହ କରୁଛି।

Advertisment ଥୋମାସ ଟକାଚ୍ ଟିପେକାନୋ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟରେ କାମ କରୁଥିଲେ।

୨୦୨୪ ମସିହାରେ ସେ ଜେଲ୍ ଡେପୁଟି ଭାବେ ଯୋଗ ଦେଇଥିବା ବେଳେ ପରେ କୋର୍ଟହାଉସ୍ ସୁରକ୍ଷା ବିଭାଗରେ ନିଯୁକ୍ତ ହୋଇଥିଲେ।

ଶେରିଫ୍ ରବର୍ଟ ଗୋଲ୍ଡସ୍ମିଥ ଏହି ଘଟଣାରେ ନିଜ ବିଭାଗର ଜଣେ କର୍ମଚାରୀଙ୍କ ପରିବାର ସମ୍ପୃକ୍ତ ଥିବା ନିଶ୍ଚିତ କରିଛନ୍ତି।

ଲାଫାୟେଟ୍ ପୁଲିସ ମୁଖ୍ୟ ଆଡାମ ଫର୍ଗୁସନ କହିଛନ୍ତି ଯେ ଘଟଣା ସମୟରେ ସେ, ଶେରିଫ୍ ରବର୍ଟ ଗୋଲ୍ଡସ୍ମିଥ ଏବଂ ନବନିର୍ବାଚିତ ଶେରିଫ୍ ଟମ୍ ଲେହମାନ ଏକ ସାମାଜିକ କାର୍ଯ୍ୟକ୍ରମରେ ଥିଲେ।

ଖବର ପାଇବା ପରେ ତିନି ଜଣ ଘଟଣାସ୍ଥଳକୁ ଯାଇଥିଲେ।

ଜୁଲି ଟକାଚ୍ ୨୦୨୪ ମସିହାରୁ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ ବିଭାଗରେ କ୍ଲିନିକାଲ୍ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ।

ଏହା ପୂର୍ବରୁ ସେ ସାଉଥ୍ ଡାକୋଟା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ।

୨୦୨୧-୨୨ ଶିକ୍ଷାବର୍ଷରେ ସେଠାରେ ତାଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ମିଳିଥିଲା।

ଅନ୍ୟପଟେ ମୃତ ଦୁଇ ଝିଅ ହାରିସନ୍ ହାଇସ୍କୁଲର ଛାତ୍ରୀ ଥିଲେ।

ତେବେ ଏହି ହତ୍ୟା ପଛର କାରଣ କଣ ତାହା ଜଣାପଡ଼ିନାହିଁ।

ଇଣ୍ଡିଆନା ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)