Fake sub-collector: ରାଜଧାନୀରୁ ନକଲି ସବ୍‌କଲେକ୍ଟର ଗିରଫ: ଆଇଏଏସ୍‌ ପରିଚୟ ଦେଇ ଧମକାଉଥିଲା

Jun 27, 2026 - 04:48
Fake sub-collector: ରାଜଧାନୀରୁ ନକଲି ସବ୍‌କଲେକ୍ଟର ଗିରଫ: ଆଇଏଏସ୍‌ ପରିଚୟ ଦେଇ ଧମକାଉଥିଲା

"ଭୁବନେଶ୍ବର: ନିଜକୁ ଆଇଏଏସ୍‌ ବୋଲି ପରିଚୟ ଦେଉଥିଲା।

ମଲ୍‌, ସୋରୁମ୍‌ରୁ ଦାମୀ ଜିନିଷ କିଣି ଜାଲ୍‌ ଟ୍ରାଞ୍ଜାକ୍ସନ ଦେଖାଇ ଚୂନ ଲଗାଉଥିଲା।

ଏଭଳି ଜଣେ ଜାଲ୍‌ ସବ୍‌କଲେକ୍ଟରକୁ ସହିଦନଗର ଥାନା ପୁଲିସ ଗିରଫ କରିଛି।

ସେ ହେଲା ଆନ୍ଧ୍ରପ୍ରଦେଶ ବିଶାଖାପାଟଣମ୍‌ର ବରୋଦା ସୁଧୀର(୨୬)।

ତାଠାରୁ ୪୨ ହଜାର ଟଙ୍କା ମୂଲ୍ୟର ଏକ ଦାମୀ ଚଷମା, ମୋବାଇଲ୍‌ ଫୋନ୍‌ ଆଦି ଜବତ କରାଯାଇଛି।Advertisment ୪୨ ହଜାର ଟଙ୍କିଆ ଚଷମା କିଣି ଦୋକାନୀଙ୍କୁ ଚୂନଆଇଏଏସ୍‌ ପରିଚୟ ଦେଇ ଧମକାଉଥିଲା ସୂଚନା ମୁତାବକ, ଶୁକ୍ରବାର ସକାଳ ସମୟରେ ସୁଧୀର ସହିଦନଗର ଅଞ୍ଚଳରେ ଥିବା ରେ-ବ୍ୟାନ୍‌ ସୋରୁମ୍‌କୁ ଯାଇଥିଲେ।

ସେଠାରେ  ୪୨ ହଜାର ଟଙ୍କା ମୂଲ୍ୟର ଏକ ଚଷମା ନେବା ପାଇଁ ପସନ୍ଦ କରିଥିଲେ।

ୟୁପିଆଇ ମାଧ୍ୟମରେ ପେମେଣ୍ଟ ନକରି ଏନ୍‌ଇଏଫ୍‌ଟି ମାଧ୍ୟମରେ ଟଙ୍କା ପଠାଇବା ପାଇଁ ସୋରୁମ୍‌ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

କର୍ମଚାରୀ ଟିକିଏ କୁଣ୍ଠାବୋଧ କରିବାରୁ ବାବୁ ନିଜକୁ ସ୍ଥାନୀୟ ସବ୍‌କଲେକ୍ଟର ବୋଲି ପରିଚୟ ଦେଇଥିଲେ।

ତାଙ୍କ ଚକ୍‌ମକ ବେଶ‌ ପୋଷାକ ସାଙ୍ଗକୁ ଶାଣିତ କଥାବାର୍ତ୍ତା ଦେଖି ତାଙ୍କୁ ଠକ ବୋଲି ଠଉରେଇବା କାଠିକାରପାଠ ଥିଲା।

ତେଣୁ କର୍ମଚାରୀ ସୋରୁମ୍‌ ମାଲିକଙ୍କ ସହ କଥାହେବା ପରେ ଆକାଉଣ୍ଟ ନମ୍ବର ‌ଦେଇଥିଲେ।

କିଛି ସମୟ ପରେ ବାବୁ ଜଣଙ୍କ ଏନ୍‌ଇଏଫ୍‌ଟି ମାଧ୍ୟମରେ ଟଙ୍କା ପଠାଇଥିବା ସ୍କ୍ରିନ୍‌ସଟ୍‌ ଦେଖାଇଥିଲେ।

କର୍ମଚାରୀ ଆକାଉଣ୍ଟ ଯାଞ୍ଚ  ବେଳେ ଆକାଉଣ୍ଟକୁ ଟଙ୍କା ଆସି ନଥିବାରୁ ଚଷମା ଦେବାକୁ ମନା କରିଥିଲେ।

ମୁଁ ସବ୍‌-କଲେକ୍ଟର ଅଛି, ଟଙ୍କା ପଠାଇବା ପରେ ମୋତେ ତୁମେମାନେ ପାଠ ପଢ଼ାଉଛ।

ତମକୁ ଏତିକି ଜଣାନାହିଁ?

ଏନ୍‌ଇଏଫ୍‌ଟିରେ ଟଙ୍କା ପଠାଗଲା ଆକାଉଣ୍ଟକୁ କ୍ରେଡିଟ୍‌ ହେବା ପାଇଁ ଅତିକମ୍‌ରେ ୩୦ ମିନିଟ୍‌ରୁ ଏକ ଘଣ୍ଟା ସମୟ ଲାଗେ।

ସବ୍‌କଲେକ୍ଟର ବାବୁଙ୍କ ନାଲିଆଖି ଦେଖି କର୍ମଚାରୀ ଡରିଯାଇଥିଲେ।

Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ ବିଶ୍ବାସ କରି ବାବୁଙ୍କ ମୋବାଇଲ୍‌ ନମ୍ବର ଏବଂ ତଥ୍ୟ ରଖି ଚଷମା ଦେଇଥିଲେ।

ଆକାଉଣ୍ଟକୁ ଟଙ୍କା ଆସିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ ସବ୍‌କଲେକ୍ଟରଙ୍କୁ ବାରମ୍ବାର ଫୋନ୍‌ କରିଥିଲେ।

ହେଲେ ନା ସେ ଫୋନ୍‌ କଲ୍‌ର ଜବାବ ଦେଇଥିଲେ ନା ନିଜଆଡ଼ୁ କଲ୍‌ କରିଥିଲେ।

ସନ୍ଦେହ ହେବାରୁ ସୋରୁମ୍‌ର ଶ୍ରୀନିବାସ ପାତ୍ର ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

ନମ୍ବର ଟ୍ରାକିଂ ବେଳେ ସୁଧୀର ରାଜମହଲ ଛକ ଅଞ୍ଚଳରେ ଥିବା ଜଣାପଡ଼ିଥିଲା।

ଏହାପରେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିବା ସହ ଚଷମା ଏବଂ ମୋବାଇଲ୍‌ ଜବତ କରିଥିଲା।

ଥାନାକୁ ଆଣି ଜେରା ପରେ ସେ ଠକେଇ ନେଇ ସବୁ ସତ ଓଗାଳିଥିଲା।

ଜେରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପଟେ ବାବୁ ଜଣଙ୍କ ପୂର୍ବରୁ ମଧ୍ୟ ଏକାଧିକ ସ୍ଥାନରୁ ଏଭଳି ଠକେଇ କରିଥିବା ଜଣାପଡ଼ିଛି।

ପୂର୍ବରୁ ତାଙ୍କ ନାଁରେ ଚନ୍ଦ୍ରଶେଖରପୁର, ଖାରବେଳନଗର, ପାରାଦ୍ବୀପ, ତିର୍ତ୍ତୋଲ ଆଦି ଥାନାରେ ଠକେଇ ମାମଲା ଥିବା  ଜଣାପଡ଼ିଛି।"