Fake plots: ଲକ୍ଷେ ଟପିଲା ନକଲି ପ୍ଲଟ୍: ରେଳବାଇ ଜମି, ପୋଖରୀ, ଶ୍ମଶାନରେ ଧାନଚାଷ!

Nov 26, 2026 - 05:08
Fake plots: ଲକ୍ଷେ ଟପିଲା ନକଲି ପ୍ଲଟ୍: ରେଳବାଇ ଜମି, ପୋଖରୀ, ଶ୍ମଶାନରେ ଧାନଚାଷ!

କେନ୍ଦୁଝର (ସୁବ୍ରତ ସ୍ବାଇଁ) : ଧାନକିଣା ଆରମ୍ଭ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଚାଷୀ ପଞ୍ଜୀକରଣକୁ ନେଇ ଅନିୟମିତତା ପଦାକୁ ଆସିଛି।

ଉପଗ୍ରହ ସର୍ଭେରେ ଚିହ୍ନଟ ହୋଇଛି ୧ ଲକ୍ଷ ୩୧ ହଜାର ୨୧୭ଟି ସନ୍ଦିଗ୍ଧ ପ୍ଲଟ୍।

ଚଳିତବର୍ଷ ଜିଲ୍ଲାରେ ରେକର୍ଡ ସଂଖ୍ୟକ ୯୪ ହଜାର ୧୩୭ ଜଣ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଥିବାବେଳେ ଏତେ ସଂଖ୍ୟକ ସନ୍ଦିଗ୍ଧ ପ୍ଲଟ୍ ଚିହ୍ନଟ ହେବା ଚର୍ଚ୍ଚାର ବିଷୟ ହୋଇଛି।

ଧାନକିଣା ବ୍ୟବସ୍ଥାରେ ନକଲି ଚାଷୀ ଙ୍କ ଅନୁପ୍ରବେଶ ରୋକିବା ଏବଂ ପ୍ରକୃତ ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଉପଗ୍ରହ ମାଧ୍ୟମରେ ଜମିର ସ୍ଥିତି ଯାଞ୍ଚ କରାଯାଇଥିଲା।

ସର୍ଭେରେ ଅନେକ ପ୍ଲଟ୍‌ରେ ଚାଷ ହୋଇ ନଥିବା ସନ୍ଦେହ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କ୍ଷେତ୍ରସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି।

Advertisment Weather: ଦିଲ୍ଲୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ, ୧୦ ଡିଗ୍ରିକୁ ଖସିଲା ପାରଦ କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ହଳଦିଆଟାଙ୍ଗିରି ମୌଜାର ନରଣପୁର, ହଳଦିଆଟାଙ୍ଗିରି ଏବଂ ଟାଙ୍ଗରପଳସା ଅଞ୍ଚଳରେ ଅନିୟମିତତା ସାମନାକୁ ଆସିଛି।

ଏଠାରେ ରେଳବାଇ ଜମି, ପୋଖରୀ ଏବଂ ଶ୍ମଶାନ ଜମିକୁ ଚାଷଜମି ଦର୍ଶାଇ ପଞ୍ଜୀକରଣ କରାଯାଇଛି।

ଏପରିସ୍ଥଳେ ନକଲି ଚାଷୀଙ୍କୁ ଧାନକିଣା ପ୍ରକ୍ରିୟାରୁ ବାଦ୍ ଦିଆଯିବ ବୋଲି ଡିଆର୍‌ସିଏସ୍ କହିଛନ୍ତି।

ସନ୍ଦିଗ୍ଧ ପ୍ଲଟ୍‌ଗୁଡ଼ିକୁ ପୁନଃ ଯାଞ୍ଚ କରାଯିବ।

କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ କେଉଁ ପ୍ଲଟ୍‌ରେ ଚାଷ ହୋଇଛି ଏବଂ କେଉଁ ପଞ୍ଜୀକରଣରେ ଅନିୟମିତତା ରହିଛି, ତାହା ସ୍ପଷ୍ଟ ହେବ ବୋଲି ଡିଆର୍‌ସିଏସ୍‌ କହିଛନ୍ତି।

ଜିଲ୍ଲାରେ ୨୦୨୩ ମସିହା ନଭେମ୍ବର ମାସରୁ ଧାନକିଣା ଆରମ୍ଭ ହୋଇଥିଲା।

ସେହିବର୍ଷ ୬୦ ହଜାର ୯୪୧ ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ।

Chandahandi Maize Traders Pain ଛତିଶଗଡ଼ ପୁଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ଚନ୍ଦାହାଣ୍ଡି ମକା ବ୍ୟବସାୟୀ ମଣ୍ଡି ଜରିଆରେ ପ୍ରାୟ ୧୫ ଲକ୍ଷ କ୍ବିଣ୍ଟାଲ ଧାନ ସରକାର କିଣିଥିଲେ।

୨୦୨୪ରେ ଚାଷୀଙ୍କ ସଂଖ୍ୟା ୫୯ ହଜାର ୬୭୩କୁ ହ୍ରାସ ପାଇଥିଲେ ସୁଦ୍ଧା ଧାନକିଣା ବୃଦ୍ଧି ପାଇଥିଲା।

ମଣ୍ଡି ଜରିଆରେ ସରକାର ୨୧ ଲକ୍ଷ ୮୮ ହଜାର ୮୦ କ୍ବିଣ୍ଟାଲ ଧାନ କିଣିଥିଲେ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହିତ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ବୃଦ୍ଧି ପରେ ଚାଷୀଙ୍କ ମଧ୍ୟରେ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଆଗ୍ରହ ବଢ଼ିଛି।

୨୦୨୫ରେ ପଞ୍ଜୀକରଣ ବଢ଼ି ଚାଷୀ ସଂଖ୍ୟା ୭୯ ହଜାର ୧୦୮ରେ ପହଞ୍ଚିଥିଲା।

୨୦୨୬ରେ ପଞ୍ଜୀକରଣ ୯୪ ହଜାର ୧୩୭ରେ ପହଞ୍ଚିଛି।

ଗତ ତିନିବର୍ଷ ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟାରେ ପ୍ରାୟ ୩୩ ହଜାର ବୃଦ୍ଧି ଘଟିଛି।

ଏପରିସ୍ଥଳେ ଉପଗ୍ରହ ସର୍ଭେରେ ୧ ଲକ୍ଷ ୩୧ ହଜାର ୨୧୭ଟି ସନ୍ଦିଗ୍ଧ ପ୍ଲଟ୍ ଚିହ୍ନଟ ହେବା ଚର୍ଚ୍ଚାର ବିଷୟ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)