Fake job: ଚାକିରି ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

Sep 04, 2026 - 18:43
Fake job: ଚାକିରି ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

"ଛତ୍ରପୁର (ବସନ୍ତ ମହାରଣା): ଚାକିରି କରାଇଦେବା ନାଁରେ ଯୁବପିଢ଼ିଙ୍କୁ ଠକେଇ ଅଭିଯୋଗରେ ଗଂଜାମ ଜିଲ୍ଲା ଛତ୍ରପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ସେମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନା ଗ୍ରାମର ଦୀପା ବେହେରା, ନାରାୟଣ ସେଠୀ, ପୁରୁଣାଗ୍ରାମର ବିଷ୍ଣୁପ୍ରିୟା ବେହେରା ଓ ଅଗସ୍ତିନୂଆଗାଁର ସୁନିତା ଦାସ।Advertisment ସୂଚନାନୁସାରେ, ଗତକାଲି ଛତ୍ରପୁରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଭିନ୍ନ ବ୍ଲକ ଓ ତହସିଲରେ ପିଅନ, ଆକାଉଣ୍ଟାଣ୍ଟ ଆଦି ପଦବୀରେ ଚାକିରି ଦେବା ନାଁରେ ନକଲି ଇଣ୍ଟରଭ୍ୟୁ ଚାଲିଥିଲା।

ଇଣ୍ଟରଭ୍ୟୁ ସମୟରେ ଆଶାୟୀ ପ୍ରାର୍ଥୀଙ୍କୁ ଅଧିକ ଟଙ୍କା ଦାବି କରାଯିବାରୁ ସନ୍ଦେହ ଉପୁଜିଥିଲା।

ଏନେଇ କିଛି ଆଶାୟୀ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଛତ୍ରପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବକ-ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକେଇ କରୁଥିବା ଜଣାପଡ଼ିଛି।

ଏପରିକି ନକଲି ନିଯୁକ୍ତିପତ୍ର ଓ ପରିଚୟପତ୍ର ଦେଇ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।

NHAI: ଏନଏଚଏଆଇ ଟୋଲ୍ ପ୍ଲାଜା ଠକେଇ: ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ୭ ରାଜ୍ୟର ୧୪ ସ୍ଥାନରେ ଚଢାଉ ଏ ସଂକ୍ରାନ୍ତରେ ପୁତିଗୋପାଳପୁର ଗ୍ରାମର ଇମ୍ରାନ ଖାନଙ୍କ ଅଭିଯୋଗକ୍ରମେ ଛତ୍ରପୁର ଥାନାରେ କେସ୍ ନଂ-୪୨୦/୨୦୨୬ ରୁଜୁ କରାଯାଇ ତଦନ୍ତ ଚାଲିଥିଲା।

ଆଜି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୨୫ ହଜାର ଟଙ୍କା, ଗୋଟିଏ ବାଇକ୍, ୩ଟି ମୋବାଇଲ ଫୋନ୍, ନକଲି ନିଯୁକ୍ତିପତ୍ର ଓ ଆଇଡି କାର୍ଡ ଜବତ କରାଯାଇଛି।

ଏହି ଠକେଇର ଚେର କେତେଦୂର ଲମ୍ବିଛି, ଆଉ କେତେଜଣ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ କେତେଜଣ ଆଶାୟୀଙ୍କଠାରୁ ଟଙ୍କା ନିଆଯାଇଛି, ସେନେଇ ତଦନ୍ତ ଜାରି ରହିଛି।

ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ ବୋଲି ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)