Potatoes and onions: ଆଳୁ, ପିଆଜ ପାଇଁ ପରକୁ ଭରସା: ଆଳୁ ଅମଳ ୭ ଲକ୍ଷ ଟନ୍‌, ଆବଶ୍ୟକ ୧୪ ଲକ୍ଷ ଟନ୍‌

Nov 27, 2026 - 06:25
Potatoes and onions: ଆଳୁ, ପିଆଜ ପାଇଁ ପରକୁ ଭରସା: ଆଳୁ ଅମଳ ୭ ଲକ୍ଷ ଟନ୍‌, ଆବଶ୍ୟକ ୧୪ ଲକ୍ଷ ଟନ୍‌

ଭୁବନେଶ୍ବର: ଓଡ଼ିଆ ଘରର ଭୋଜନ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଦୁଇ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଆଳୁ ଓ ପିଆଜ ପାଇଁ ଓଡ଼ିଶାକୁ ସର୍ବଦା ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି।

ସେଥିପାଇଁ ସଂଗ୍ରହ କରାଯାଉଥିବା ରାଜ୍ୟଗୁଡ଼ିକରେ ଦରଦାମ୍‌ରେ କୌଣସି ବୃଦ୍ଧି ଘଟିଲେ ତାହାର ସିଧାସଳଖ ପ୍ରଭାବ ରାଜ୍ୟ ଖାଉଟିଙ୍କ ଉପରେ ପଡ଼ୁଛି।

ସେମାନେ ଚଢ଼ା ଦରରେ ଜିନିଷ କିଣିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟରେ ଆଳୁ ଓ ପିଆଜ ଚାହିଦା ଓ ଉତ୍ପାଦନ ଉପରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅତ୍ୟନ୍ତ ଚିନ୍ତାଜନକ।

ଆଳୁ ଆବଶ୍ୟକତାର ଅଧା ରାଜ୍ୟରେ ଉତ୍ପାଦନ ହେଉଛି ଓ ଅବଶିଷ୍ଟ ଆଳୁ ବାହାର ରାଜ୍ୟରୁ ଆସୁଛି।

ତେଣୁ ଏହାର ଦର ବିଭିନ୍ନ ସମୟରେ ବଢ଼ିବା ବୁଝାପଡ଼ୁଛି।

କିନ୍ତୁ ପିଆଜ କ୍ଷେତ୍ରରେ ସ୍ଥିତି ଅଲଗା ରହିଛି।

ରାଜ୍ୟର ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିବା ବେଳେ କାହିଁକି ମହାରାଷ୍ଟ୍ରର ନାସିକରୁ ଆସୁଥିବା ପିଆଜ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଛି ତାହା ବୁଝାପଡ଼ୁନାହିଁ।

Advertisment Cuttack Bali Yatra: କଟକ ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ଜଣେ ମୃତ, ଜଣେ ଗୁରୁତର ଆଳୁ ଓ ପିଆଜ ପ୍ରସଙ୍ଗ ଉପରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ କହିଛନ୍ତି, ୨୦୨୫-୨୬ରେ ୧୪ ଲକ୍ଷ ୨୫ ହଜାର ଟନ୍ ଆଳୁ ଓ ୩.୯୦ ଟନ୍‌ ପିଆଜ ଆବଶ୍ୟକ ଥିଲା।

ସେହିବର୍ଷ ରାଜ୍ୟରେ ୭.୧୯ ଲକ୍ଷ ଟନ୍‌ ଆଳୁ ଓ ୪.

୫୨ ଲକ୍ଷ ଟନ୍‌ ପିଆଜ ଉତ୍ପାଦନ ହୋଇଥିଲା।

ଅଳୁ କ୍ଷେତ୍ରରେ ଅଧା ଆବଶ୍ୟକତା ପୂରଣ କରିବା ଲାଗି ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି।

କିନ୍ତୁ ଆବଶ୍ୟକତାଠାରୁ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଥିବା ବେଳେ ତାହାର କାହିଁକି ଅଭାବ ଦେଖାଉଛି, ତାହା ଚିନ୍ତାର ବିଷୟ ହୋଇଛି।

Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଅନୁସାରେ, ରାଜ୍ୟର ପିଆଜ ଆବଶ୍ୟକତା ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ବଜାର ଜରିଆରେ ପୂରଣ କରାଯାଉଛି।

ଗତ କିଛି ମାସ ଧରି ପିଆଜ କେଜି ୫୦-୬୦ ଟଙ୍କା ସ୍ତରରେ ରହିଛି।

ଆଳୁ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।

ବର୍ତ୍ତମାନ ଖୁଚୁରା ବଜାରରେ ଆଳୁ କେଜି ୨୦ ଟଙ୍କା ରହିଛି।ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ସରକାର ଙ୍କ ତଥ୍ୟ ଓ ବାସ୍ତବ ସ୍ଥିତି ଭିତରେ କୌଣସି ତାଳମେଳ ନାହିଁ।

ଚାଷ ପ୍ରତି ସରକାରଙ୍କ ନଜର ନାହିଁ।

ପ୍ରତିବର୍ଷ ଆଳୁ ପାଇଁ ଚାଷୀମାନଙ୍କୁ ସବ୍‌ସିଡି ଦିଆଯାଉଛି।

କିନ୍ତୁ ପ୍ରକୃତରେ ସେହି ଆଳୁ ଚାଷ ହେଉଛି ନା ନାହିଁ ତାହା ସନ୍ଦେହରେ ରହିଛି।

ଯଦି ଏତେ ଅଧିକ ପିଆଜ ଉତ୍ପାଦନ ହେଉଛି, ତେବେ କାହିଁକି ଭଡ଼ା ଦେଇ ନାସିକରୁ ପିଆଜ ଓଡ଼ିଶାକୁ ଅଣାଯାଉଛି।

ସେହିପରି, ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ମଧ୍ୟ କହିଛନ୍ତି, ଓଡ଼ିଶାରେ ଉତ୍ତମ ଧରଣର ପିଆଜ ଉତ୍ପାଦନ ହେବାର ନଜିର ରହିଛି।

କିନ୍ତୁ ସେଥିପାଇଁ ଆବଶ୍ୟକ ପ୍ରୋତ୍ସାହନ ଦିଆଯାଉନାହିଁ।

ପଶ୍ଚିମ ଓଡ଼ିଶାର ଯେଉଁ କେତେକ ଜିଲ୍ଲାରେ ପିଆଜ ଚାଷ ହେଉଛି ତାହା ଅନ୍ୟ ରାଜ୍ୟକୁ ଚାଲିଯାଉଛି।

ଚାଷୀମାନଙ୍କୁ ଉତ୍ପାଦିତ ଫସଲ ପାଇଁ ଉଚିତ ମୂଲ୍ୟ ମିଳୁନଥିବା ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)