Executive Engineer arrested ଠିକାଦାର ଠୁ ୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ

Jun 24, 2026 - 06:28
Executive Engineer arrested ଠିକାଦାର ଠୁ ୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ

"ରାୟଗଡା: ଆଜି (ମଙ୍ଗଳବାର)  ଜଣେ ଠିକାଦାର ଠାରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଇ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟନାୟକ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।Advertisment ବିଲ୍‌ କରାଇଦେବା ନିମନ୍ତେ ଜଣେ ଠିକାଦାରଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ନିର୍ବାହୀ ଯନ୍ତ୍ରୀ।

ଏନେଇଠିକାଦାର ଜଣକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ନିକଟରେ ଅଭିଯୋଗ କରିଥିଲେ।

ଯୋଜନା ଅନୁସାରେ ଠିକାଦାର ଜଣକ ଉକ୍ତ ଟଙ୍କା ନିର୍ବାହୀ ଅଧିକାରୀଙ୍କ ଘରେ ନେଇ ଦେଇଥିଳେ।

ଏହା ପରେ ରାୟଗଡା ଭିଜିଲାନ୍ସ ଡି ଏସ ପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡି ଏସ ପି ଅଭୟ ପ୍ରଧାନଙ୍କ ନେତୃତ୍ୱ ରେ ଛକି ବସିଥିବା ୧୦ଜଣିଆ ଭିଜିଲାନ୍‌ସ ଟିମ୍‌ ଚଢ଼ାଉ କରିଥିଲେ।

ନିର୍ବାହ ଯନ୍ତ୍ରୀଙ୍କ ଠାରୁ ରଙ୍ଗବୋଳା ଟଙ୍କା ମିଳିଥିଲା।

ଏହାପରେ, ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ନୟାଗଡ଼ କିଲ୍ଲା ଏବଂ ଭୁବନେଶ୍ୱର ଠାରେ ମଧ୍ୟ ଚଢ଼ାଉ ଚାଲିଛି।

ନିର୍ବାହୀ ଯନ୍ତ୍ରୀ ଚଳିତ ମାସରେ ଚାକିରିରୁ ଅବସର ନେଇଥାନ୍ତେ କିନ୍ତୁ ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ I ସ୍ଥାନୀୟ କଂଟ୍ରାକଟର ମାନେ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ।

ବର୍ତ୍ତମାନ ତଦନ୍ତ ଚାଲିଛି, ତଦନ୍ତ ସରିଲା ପରେ ତାଙ୍କ ସମ୍ପତି ସମ୍ପର୍କରେ ସୂଚନା ମିଳିବ ବୋଲି ଡି ଏସ ପି ସୂର୍ଯ୍ୟକାନ୍ତି ଟାକ୍ରୀ ସୂଚନା ଦେଇଛନ୍ତି I "