Rape and Murder: ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା

Jun 24, 2026 - 06:28
Rape and Murder: ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା

"ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମେହେରୌଲି ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ଜଣେ କ୍ୟାବ୍ ଚାଳକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ସୋମବାର ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।Advertisment ପୁଲିସ ସୂଚନା ଅନୁସାରେ, ନାବାଳିକା ତାଙ୍କ ପରିବାର ସଦସ୍ୟଙ୍କ ସହ ଫୁଟପାଥରେ ଶୋଇଥିବା ବେଳେ ଭୋର ପ୍ରାୟ ୫ଟା ସମୟରେ ଅଭିଯୁକ୍ତ ତାଙ୍କୁ ଅପହରଣ କରିଥିଲା।

ପରେ ସେ ନାବାଳିକାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିବା ସନ୍ଦେହ କରାଯାଉଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପରେ ନାବାଳିକାଙ୍କୁ ପୁଣି ମେହେରୌଲି ଅଞ୍ଚଳକୁ ଆଣିବାକୁ ଚେଷ୍ଟା କରିଥିଲା।

କିନ୍ତୁ ରାସ୍ତାରେ ପୁଲିସର ଗତିବିଧି ଦେଖି ସେ ଭୟଭୀତ ହୋଇ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।

Social Media Influencer: ରିଲ୍‌ ସୁଟିଂର ପ୍ରଲୋଭନ ଦେଇ ଦୁଷ୍କର୍ମ ଅଭିଯୋଗ, ପୁଲିସର ତଦନ୍ତ ଜାରି ନାବାଳିକାଙ୍କ ପିତାମାତା ସକାଳ ପ୍ରାୟ ୭ଟାରେ ଝିଅ ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଥିଲେ।

ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ବେଳେ ନାବାଳିକା ଅଭିଯୁକ୍ତଙ୍କ ସହ ଯାଉଥିବା ଦେଖିବାକୁ ମିଳିଥିଲା।

ଏହାକୁ ଆଧାର କରି ପୁଲିସ ସୋମବାର ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ଅପହରଣ, ଦୁଷ୍କର୍ମ ଓ ହତ୍ୟା ସମ୍ପର୍କରେ ସ୍ବୀକାର କରିଥିବା ପୁଲିସ କହିଛି।

ତାଙ୍କ ସୂଚନା ଆଧାରରେ ଫରିଦାବାଦ-ଗୁରୁଗ୍ରାମ ରୋଡ୍ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତ୍ୟୁର ସଠିକ୍ କାରଣ ଜାଣିବା ଓ ଯୌନ ନିର୍ଯାତନା ସମ୍ପର୍କିତ ତଥ୍ୟ ସ୍ପଷ୍ଟ କରିବା ପାଇଁ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ପୂର୍ବରୁ ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଥିବା ସୂଚନା ମିଳିଛି ବୋଲି ପୁଲିସ କହିଛି।

"