Ex-Bangladesh Air Force officer: ଶେଖ ହସିନାଙ୍କ ପଳାୟନ ଭିଡିଓ ସୁଟିଂ କରିଥିବା ବାୟୁସେନା ଅଧିକାରୀଙ୍କ ରହସ୍ୟମୟ ମୃତ୍ୟୁ

Oct 29, 2026 - 17:29
Ex-Bangladesh Air Force officer: ଶେଖ ହସିନାଙ୍କ ପଳାୟନ ଭିଡିଓ ସୁଟିଂ କରିଥିବା ବାୟୁସେନା ଅଧିକାରୀଙ୍କ ରହସ୍ୟମୟ ମୃତ୍ୟୁ

ଡାକା: ଅଗଷ୍ଟ ୨୦୨୪ରେ ଶେଖ୍ ହସିନା ଦେଶ ଛାଡି ପଳାୟନ କରିବାର ଭିଡିଓ ସୁଟିଂ କରିଥିବା ବାଂଲାଦେଶ ବାୟୁସେନା ର ଜଣେ ପୂର୍ବତନ ଅଧିକାରୀଙ୍କ ମୃତଦେହ ଢାକା ନଦୀରେ ଭାସମାନ ଅବସ୍ଥାରେ ମିଳିଛି।

ତାଙ୍କ ପରିବାର ଭିଡିଓ ସୁଟିଂ ଫୁଟେଜକୁ ନେଇ ହତ୍ୟା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

୨୮ ବର୍ଷୀୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ କେଏମ୍ ତାହସିଫ୍ ସୌରୀ ନିଖୋଜ ହେବାର ଗୋଟିଏ ଦିନ ପରେ ବୁଧବାର (୨୮ ଅକ୍ଟୋବର) ତାଙ୍କ ମୃତଦେହ ତୁରାଗ ନଦୀରୁ ଉଦ୍ଧାର କରାଯାଇଥିଲା।

ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ସୌରୀଙ୍କ ସମ୍ପର୍କୀୟ ଭାଇ, ମୋଶଫେକା ଜାହାନ, ଫେସବୁକରେ ଅଭିଯୋଗ କରିଛନ୍ତି ଯେ, ସେ ହସିନାଙ୍କ ଭିଡିଓ ପାଇଁ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିଲା।

Advertisment ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ଅଗଷ୍ଟ ୨୦୨୪ ରେ ବାଂଲାଦେଶ ବାୟୁସେନାରୁ ସୌରିଙ୍କୁ ବହିଷ୍କାର କରାଯିବା ଓ ଶେଖ ହାସିନା ଙ୍କ ଦେଶ ଛାଡି ପଳାୟନର ଫୁଟେଜ୍ ସେୟାର କରିବାରେ ତାଙ୍କର କଥିତ ଭୂମିକା ବିଷୟରେ ପ୍ରଶ୍ନ ଉଠିଛି।

ତେବେ କର୍ତ୍ତୃପକ୍ଷ ଭିଡିଓ ପ୍ରକାଶ କରିବାରେ ତାଙ୍କର ସମ୍ପୃକ୍ତିକୁ ନିଶ୍ଚିତ କରିନାହାନ୍ତି କିମ୍ବା ଏହାସହିତ ସୌରିଙ୍କ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପନ କରିନାହାନ୍ତି।

ଭାରତରେ ନିର୍ବାସିତ ଭାବେ ଥିବା ଶେଖ୍ ହସିନା ବାଂଲାଦେଶ ଫେରିବାକୁ ଘୋଷଣା କରିଥିଲେ।

ତାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି।

ଛତିଶଗଡ଼ ଯୁବକଙ୍କୁ ରୁଷରେ ନିର୍ଯାତନା: ଯୁଦ୍ଧରେ ଯୋଗଦେବାକୁ ବାଧ୍ୟ କରାଯାଉଥିବା ଭଉଣୀଙ୍କ ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)