Even today: ଆଜି ବି ବିଦ୍ୟୁତ୍ ସାତସପନ
"କ୍ଷମାନିିଧି ମହାକୁଡ଼ ଲାଞ୍ଜିଗଡ଼: ଆଦିବାସୀବହୁଳ ଗାଁ।
ଗୋଟିଏ କି ୨ଟି ନୁହେଁ, ୫ଟି ଗାଁ ଆଜି ଯାଏଁ ବିଦ୍ୟୁତ୍ ସେବା ଓ ଆଲୋକ ଦେଖି ନାହାନ୍ତି।
ସୋଲାର୍ ଲାଇଟ୍ ସେମାନଙ୍କୁ କିଛିଟା ଆଶ୍ବସ୍ତି ଦେଇଥିଲା ।
କିନ୍ତୁ ତାହା ଅଚଳ ହେବା ପରେ ପୁଣି ସେହି ଅନ୍ଧାରକୁ ଆଦରି ନେଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ପଞ୍ଚାୟତର ୫ଟି ଆଦିବାସୀବହୁଳ ଗାଁ।Advertisment Administrative: ବରଗଡ଼ ଶିକ୍ଷା ବିଭାଗରେ ପ୍ରଶାସନିକ ଅସ୍ଥିରତା କିଛିବର୍ଷ ତଳେ ନିମ୍ନମାନର ସୌରଚାଳିତ ଲାଇଟ୍ ସବୁ ଲଗାଇ ସମ୍ପୃକ୍ତ ଠିକାସଂସ୍ଥା ଚାଲିଗଲା।
ଏବେ ଅଧିକାଂଶ ଲାଇଟ୍ ଅଚଳ।
ରାତିରେ ଅନ୍ଧାର ମଧ୍ୟରେ କାଳ କାଟୁଛନ୍ତି ବେନଗାଁ ପଞ୍ଚାୟତର ଲିଟିବଣ୍ଡେଲ, କୋକସୁରୁ, ନେତ୍ରେଇ, କାର୍ଲିଯୋଡ଼ି ଓ କୋଟବଣ୍ଡେଲ ଗାଁର ପ୍ରାୟ ଦୁଇଶହ ପରିବାର।
ସେଥିମଧ୍ୟରୁ ଲିଟିବଣ୍ଡେଲ ଗାଁରେ ୧୨୦ ପରିବାର ବସବାସ କରୁଥିବା ବେଳେ କୋକସୁରୁ ଗାଁରେ ୨୪ ଆଦିବାସୀ ପରିବାର, ନେତ୍ରେଇରେ ୨୫ଟି ପରିବାର, କାର୍ଲିଯୋଡିରେ ୩୪ ପରିବାର ଏବଂ କୋଟବଣ୍ଡେଲ ଗାଁରେ ୧୫ଟି ଆଦିବାସୀ ପରିବାର ବାସ କରୁଛନ୍ତି।
କାର୍ଲିଯୋଡ଼ି ଗାଁରେ ୨୦୧୨ ମସିହାରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା।
ବିଦ୍ୟୁତ୍ ସଂଯୋଗର ମାତ୍ର ୧୩ ଦିନ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମର୍ ଅଚଳ ହୋଇଗଲା।
ସେହିଦିନରୁ ଆଜିକୁ ୧୪ ବର୍ଷ ହେଲା ଗାଁରେ ବିଜୁଳି ନାହିଁ।
ଟ୍ରାନ୍ସଫର୍ମର୍ ମରାମତି ପାଇଁ ବାରମ୍ବାର ଦାବି ପରେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନଥିବା ଗାଁ ଲୋକେ କହିଛନ୍ତି।
US Bomber Crash: ଆମେରିକାର ପରମାଣୁ ବୋମା ବିସ୍ଫୋରଣକାରୀ ବିମାନ "B-52" ଦୁର୍ଘଟଣାଗ୍ରସ୍ତ କୋକସୁର ଗାଁରେ ମଧ୍ୟ ଆଜିକୁ ୧୨ ବର୍ଷ ତଳେ ବିଦ୍ୟୁତ୍ ସଂଯୋଗ ହୋଇଥିଲା।
ମାତ୍ର ୧୯ ଦିନ ବିଜୁଳି ଜଳିବା ପରେ ଟ୍ରାନ୍ସଫର୍ମର୍ କୌଣସି କାରଣରୁ ଅଚଳ ହୋଇ ଆଜି ପର୍ଯ୍ୟନ୍ତ ଗାଁରେ ବିଜୁଳି ନାହିଁ।
ସାରା ରାଜ୍ୟରେ ବିଦ୍ୟୁତ୍ ସେବା ଓ ବଣ୍ଟନରେ ବ୍ୟାପକ ସଂସ୍କାର କରାଯାଉଥିବା ବେଳେ ଏସବୁ ଗାଁ ଓ ସେଠାକାର ଲୋକେ ଏଥିରୁ ଆଜି ପର୍ଯ୍ୟନ୍ତ ବାଦ୍ ପଡିଛନ୍ତି।
ବାରମ୍ବାର ଦାବି ଓ ଅଭିଯୋଗ ପରେ ଏସବୁ ଗାଁଗୁଡ଼ିକରେ ସୋଲାର୍ ଲାଇଟ୍ ଲାଗିଥିଲା।
ହେଲେ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଏହା ସମ୍ପୂର୍ଣ୍ଣ ବିଫଳ।
ଗାଁରେ ସୋଲାର ଆଲୋକ ସହିତ ପାନୀୟଜଳ ଯୋଗାଣ ପାଇଁ ମଧ୍ୟ ସୌରତାପ ପ୍ୟାନେଲ୍ ବ୍ୟବସ୍ଥା ହୋଇଛି।
କିନ୍ତୁ ବର୍ଷର ଅଧିକାଂଶ ସମୟ ସେସବୁ ଅଚଳ ରହୁଥିବାରୁ ଲୋକଙ୍କ କାମରେ ଲାଗି ପାରୁନାହିଁ।
ଏପରିକି ଏସବୁ ଗାଁର ବୃଦ୍ଧବୃଦ୍ଧା, ଶିଶୁ, ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ବିଦ୍ୟୁତ୍ ଆଲୁଅ ବିନା ଦହଗଞ୍ଜ ହେଉଛନ୍ତି।
ଗତ କିଛିମାସ ତଳେ ପ୍ରୋବେସନ୍ର ଯୁବ ଆଇଏଏସ୍ ଅନିମେଶ ପ୍ରଧାନ ଲାଞ୍ଜିଗଡ଼ ବିଡିଓ ଦାୟିତ୍ୱରେ ଥିବାବେଳେ ଏସବୁ ଗାଁ ଲୋକେ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଗାଁ ଲୋକଙ୍କ ସମସ୍ୟାର ସମାଧାନ ହୋଇନାହିଁ।
ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଲାଗିରହିଛି।
ବିଦ୍ୟୁତ୍ ସେବାରୁ ବାଦ୍ ପଡ଼ିଥିବା ଏହି ୫ଟି ଆଦିବାସୀବହୁଳ ଗାଁକୁ ବିଦ୍ୟୁତ୍ ଭଳି ମୌଳିକ ସେବାରେ ସାମିଲ କରିବାକୁ ଦାବି ହେଉଛି।"