Chhattisgarh: ଛତିଶଗଡ଼ରେ ବିଜେପି ନେତାଙ୍କ ସହିତ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ
"ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି।
ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍ କାର ଭିତରେ ଜିଅନ୍ତା ପୋଡ଼ି ମାରିଦେଇଛନ୍ତି।Advertisment ଛତିଶଗଡ଼ରେ ବିଜେପି ନେତାଙ୍କ ସହିତ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ ବୁଧବାର ବିଳମ୍ବିତ ରାତିରେ ସୋନହାଟ ଥାନା ସୀମା ଅନ୍ତର୍ଗତ ନୌଗାଇ ଗାଁରେ ଏହି ଅପରାଧ ଘଟିଛି ବୋଲି ପୁଲିସ କହିଛି।
ପୁଲିସର ସୂଚନା ଅନୁଯାୟୀ, ବାଲି ଖନନ ସହିତ ଜଡିତ ବ୍ୟକ୍ତିମାନେ ଏକ ଏସ୍ୟୁଭି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି।
ପରେ ଏଥିରେ ଆହତ ହୋଇଥିବା ଆଉ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ହେଲେ ଭରତ ସିଂହ ଓରଫ ଲଲ୍ଲା ସିଂହ, ବୀରେନ୍ଦ୍ର ସିଂହ ଓ ନଗେନ୍ଦ୍ର ସିଂହ।
ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ପୂର୍ବ ଏକ ବିବାଦକୁ ନେଇ ଅଭିଯୁକ୍ତ ମନୋଜ ତ୍ରିପାଠୀ ଓ ଅନ୍ୟମାନେ ମିଶି ଭରତ ସିଂହ ଓ ଅନ୍ୟମାନଙ୍କ ରାସ୍ତା ଅବରୋଧ କରିଥିଲେ ଓ ସେମାନଙ୍କ ଏସ୍ୟୁଭିରେ ନିଆଁ ଲଗାଇ ଦେଇଥିଲେ।
ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା।
ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି।
ସୁର୍ଗୁଜା ରେଞ୍ଜ ପୁଲିସ ଆଇଜି ଦୀପକ ଝା ଆହୁରି ସୂଚନା ଦେଇଛନ୍ତି ଯେ, ନଅ ଜଣ ଅଭିଯୁକ୍ତ ଓ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ତଥ୍ୟ ଆଧାରରେ, ପୁଲିସ ଚାରି ଜଣଙ୍କୁ ଗିରଫ କରିଛି ଓ ଅନ୍ୟମାନଙ୍କୁ ଖୋଜା ଚାଲିଛି।
ଅପରାଧରେ ସାମିଲ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
"